Posted inଜାତୀୟ

ଓକିଲଙ୍କ ଉପରେ ଲାଗିଲା ୧୦୦ ଟଙ୍କା ଜରିମାନା, ଏମିତି ଭରିଲେ ଟଙ୍କା

ନୂଆଦିଲ୍ଲୀ,୧୪।୮: ପ୍ରତିଦିନ ସୁପ୍ରିମକୋର୍ଟକୁ ଭିନ୍ନ ଭିନ୍ନ ପ୍ରକାରର ମାମଲା ଆସେ। ନିକଟରେ ସେମିତି ଏକ ଏକ ମାମଲା ସାମ୍ନାକୁ ଆସିଛି। ସୁପ୍ରିମକୋର୍ଟର ଜଣେ ଓକିଲଙ୍କ ଉପରେ କୋର୍ଟ ୧୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ତା’ପରେ ଓକିଲଙ୍କ ସହଯୋଗୀମାନେ ମିଶି ୫୦-୫୦ପଇସା ୨୦୦ ମୁଦ୍ରା ସଂଗ୍ରହ କରି ଜରିମାନା ଜମା କରିଥିଲେ। ସୁପ୍ରିମକୋର୍ଟର ଓକିଲଙ୍କ ଉପରେ ଲଗାଯାଇଥିବା ଜରିମାନାକୁ ବିରୋଧ କରି ଏଭଳି ନିଷ୍ପତ୍ତି ନିଆଯାଇଥିଲା ବୋଲି ଓକିଲମାନେ କହିଛନ୍ତି। ସୁପ୍ରିମକୋର୍ଟର ଓକିଲ ରିପକ କଂସଲ ରେଜିଷ୍ଟ୍ରି ଉପରେ ଅଭିଯୋଗ କରିଛନ୍ତି ଯେ ପ୍ରଥମେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାମଲା ଶୁଣାଣି ତାଲିକାର ଆରମ୍ଭରରେ ରହୁଛି ଅନ୍ୟ ଓକିଲ ତଥା ଲୋକଙ୍କ ମାମଲା ବହୁ ପଛରେ ରହିଛି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କଂସଲ କହିଛନ୍ତି ଯେ ସୁପ୍ରିମକୋର୍ଟର ବିଭାଗୀୟ ଅଧିକାରୀ କିମ୍ବା ରେଜିଷ୍ଟ୍ରି କ୍ରମାଗତ ଭାବରେ ବଡ ତଥା ପ୍ରଭାବଶାଳୀଙ୍କ ମାମଲା ଆଗ ଦେଖାଯାଉଛି। ଏହି ଆବେଦନରେ କୁହାଯାଇଛି ଯେ ଏହିପରି ଭାବରେ ବଡ ଆଇନଜୀବୀଙ୍କ ମାମଲା ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଥାଏ, ଯାହା ନ୍ୟାୟ ପାଇବା ପାଇଁ ସମାନ ସୁଯୋଗର ବିରୋଧୀ।

ଏହି ମାମଲାର ଶୁଣାଣି ବେଳେ ଜଜ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଏସ ଅବଦୁଲ ନାଜିର ଏବଂ ଜଷ୍ଟିସ ଏମଆର ଶାହା ରିପାକ କାନସାଲଙ୍କ ଆବେଦନକୁ ଖାରଜ କରି ୧୦୦ ଟଙ୍କା ଜରିମାନା କରିଛନ୍ତି। ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ. ରେଜିଷ୍ଟ୍ରିର ସମସ୍ତ ସଦସ୍ୟ ସମସ୍ତଙ୍କ ଜୀବନକୁ ସହଜ କରିବା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି ଏବଂ ଆପଣଙ୍କ ଆବେଦନ ସେମାନଙ୍କୁ ନିରୁତ୍ସାହିତ କରୁଛି। ଅଦାଲତ କହିଛନ୍ତି ଯେ ରେଜିଷ୍ଟ୍ରି ଆମ ଅଧୀନରେ ନୁହେଁ, ସେମାନେ ବହୁ ପରିମାଣରେ ସୁପ୍ରିମକୋର୍ଟର ଅଂଶ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ ବିରୋଧରେ ଟୁଇଟ୍‌ କରି ଅଡ଼ୁଆରେ ଫରହାନ

ମୁମ୍ବାଇ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ଅଭିନେତା ତଥା ପ୍ରଯୋଜକ ଫରହାନ ଅଖତରଙ୍କୁ ମହଙ୍ଗା ପଡ଼ିଛି। ତେଲଙ୍ଗାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।...

୩୦ ଗୁଣ ବଢ଼ିପାରେ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ,୨୫।୫: ଜଳବାୟୁ ପରିବର୍ତ୍ତନ ଯୋଗୁ ତାତି ବଢ଼ୁଛି। ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲରେ ଭାରତ ଓ ପାକିସ୍ତାନରେ ସର୍ବାଧିକ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା। ମନୁଷ୍ୟକୃତ ଜଳବାୟୁ...

ଶହେ ପ୍ରତିଶତ କ୍ଷମତାରେ ଚାଲିବ କାର୍ଯ୍ୟାଳୟ, ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୭ ।୨: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣରେ ବ୍ରେକ୍ ଲାଗିବା ପରେ ସୋମବାରଠାରୁ ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଖୋଲିବାକୁ ଅନୁମତି ଦିଆଯାଇଛି ।...

ନ୍ୟାୟିକ ଅଧିକାରୀଙ୍କ ଭାବମୂର୍ତ୍ତି ବଦନାମ କରିବା ପୂର୍ବରୁ ଚିନ୍ତା କରିବାର ଆବଶ୍ୟକତା ରହିଛି: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୫ : ଆଜିକାଲି ସୋସିଆଲ ମିଡିଆ ଲୋକଙ୍କୁ ଅପମାନିତ କରିବା ପାଇଁ ଏକ ପ୍ଲାଟଫର୍ମରେ ପରିଣତ ହୋଇଛି। ଲୋକମାନେ ଏହାର ଅପବ୍ୟବହାର କରି ନ୍ୟାୟିକ ଅଧିକାରୀଙ୍କୁ...

‘ ମମତାଙ୍କ ହାତରେ ଲାଗିସାରିଛି ରକ୍ତ ’

କୋଲକାତା, ୫ା୫ – ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତରେ ଲାଗିସାରିଛି ରକ୍ତ। ଗତ ବର୍ଷ ଅମ୍ଫାନ, ଏଥର ପଶ୍ଚିମବଙ୍ଗବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ମମତା...

ଶାହିନ୍‌ବାଗ୍‌ରୁ ଟାଇମ୍‌ ପତ୍ରିକା: ପ୍ରଭାବଶାଳୀ ତାଲିକାରେ ବିଲ୍କିସ୍‌ ଦାଦୀ

ନୂଆଦିଲ୍ଲୀ, ୨୩।୯: ଟାଇମ୍‌ ମାଗାଜିନ୍‌ର ୨୦୨୦ର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ଜଣେ ୮୨ ବର୍ଷ ବୟସ୍କା ବୃଦ୍ଧା ବିଲ୍କିସ୍‌ ଦାଦୀ ରହିଛନ୍ତି। ସେ ନାଗରିକତ୍ୱ...

ଅନନ୍ତନାଗ ଏନକାଉଣ୍ଟର: ଆହତ ଯବାନ ଶହୀଦ

ଶ୍ରୀନଗର,୧୫।୯: ଦକ୍ଷିଣ କ୍‌ଶ୍ମୀରର ଅନନ୍ତନାଗ ଜିଲାର କୋକରନାଗ ଗଡୁଲ ଜଙ୍ଗଲରେ ଆତଙ୍କବାଦୀଙ୍କ ମୁକାବିଲା କାର୍ଯ୍ୟ କ୍ରମାଗତ ତୃତୀୟ ଦିନ ଜାରି ରହିଛି। ଏହି ସମୟରେ ଏନକାଉଣ୍ଟରରେ...

ଝିଅର ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ପାଇଁ ଗଲା ମା’ଙ୍କ ଜୀବନ

ପାଲଘର,୧୪।୨: ଜଣେ ୨୦ ବର୍ଷୀୟା ଯୁବତୀ ହ୍ବାଟ୍ସଆପ୍‌ ଷ୍ଟାଟସରେ ଏକ ମେସେଜ ପୋଷ୍ଟ କରିଥିଲେ। ଏହାକୁ କେନ୍ଦ୍ର କରି ଯୁବତୀଙ୍କ ମା’ଙ୍କୁ ନିର୍ଯାତନା ଦେଇ ହତ୍ୟା...

Advertisement
Archives

Model This Week