Posted inଜାତୀୟ

ମହମ୍ମଦ ଜୁବୈରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୮।୭: ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ତଥା ଖବରଦାତା ମହମ୍ମଦ ଜୁବୈରଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ଜୁବୈରଙ୍କୁ ୫ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଦୁଇଟି ସର୍ତ୍ତରେ କୋର୍ଟ ତାଙ୍କୁ ଜାମିନ ନେଇଛନ୍ତି। ପ୍ରଥମତଃ ଜୁବୈର ନ୍ୟାୟିକ କ୍ଷେତ୍ରଠାରୁ ବାହାରକୁ ଯାଇପାରିବେ ନାହିଁ ଏବଂ ଦ୍ୱିତୀୟତଃ ଏହି ମାମଲାର ଶୁଣାଣି ନ ହେବା ଯାଏ ସେ କୌଣସି ଟୁଇଟ୍‌ କରିପାରିବେ ନାହିଁ। ଏହାପୂର୍ବରୁ ଜୁବୈରଙ୍କ ଜାମିନ ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରି ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ଏହା ପରେ ଜୁବୈର ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଗତ ୨୭ ତାରିଖରେ ମହମ୍ମଦଙ୍କୁ ଗିରଫ କରାଯାଇଥିଲା।
ଜୁବୈରଙ୍କୁ ଜାମିନ ମିଳିଥିଲେ ମଧ୍ୟ ସମ୍ଭବତଃ ସେ ଜେଲରୁ ମୁକୁଳି ପାରିବେ ନାହିଁ କାରଣ ତାଙ୍କୁ ଅନ୍ୟ ଏକ ମାମଲାରେ ପୋଲିସର ବିଚାର ବିଭାଗୀୟ ହେପାଜତରେ ରଖିଛି। ଜୁବୈର ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ଜେ କେ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମହମ୍ମଦଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଦ୍ୱାରା ବିବାଦୀୟ ଇସଲାମ ବିରୋଧୀ ବୟାନ ସମ୍ପର୍କରେ ସେ ପ୍ରଥମ ଟୁଇଟ୍‌ କରିବା ପରେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପରେ ତାହା ଏକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ପରିଣତ ହୋଇଯାଇଥିଲା । ପରେ ଏହାକୁ ନେଇ ଭାରତରେ ମଧ୍ୟ ସାଂପ୍ରଦାୟିକ ହିଂସା ଦେଖାଯାଇଥିଲା। ଏହି ଘଟଣାର କିଛି ଦିନ ପୂର୍ବରୁ ଜ୍ଞାନବାପୀ ମସଜିଦ ପ୍ରସଙ୍ଗରେ ମଧ୍ୟ ସେ ଟୁଇଟ୍‌ କରିଥିଲେ। ଏଥିରେ ଶିବଲିଙ୍ଗଙ୍କୁ ଅପମାନ କରିଥିବା ଅଭିଯୋଗ କରାଯାଇଥିଲା। ପୂର୍ବରୁ ମଧ୍ୟ ସେ ହିନ୍ଦୁ ଦେବାଦେବୀଙ୍କ ଉପରେ ଅପମାନଜନକ ଟିପ୍ପଣୀ ଥିବା ଟୁଇଟ କରିଥିଲେ। ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପ୍ରଫେଟ ମନ୍ତବ୍ୟ ବିବାଦ ଆରମ୍ଭ ହେବା ପରେ ସେ ନିଜର ବିବାଦୀୟ ପୁରୁଣା ଟୁଇଟଗୁଡ଼ିକୁ ଡିଲିଟ କରିଦେଇଥିଲେ। ଏହା ସତ୍ତ୍ବେ ତାଙ୍କ ବିରୋଧରେ କେତେକ ରାଜ୍ୟରେ ମାମଲା ରୁଜ୍ଜୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri