Posted inଜାତୀୟ

ଦ୍ୱିତୀୟ ବିବାହରେ ଛାଡପତ୍ର, ଭରପୋଷଣ ଖର୍ଚ୍ଚକୁ ନେଇ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୨: ଦ୍ୱିତୀୟ ବିବାହରେ ସ୍ତ୍ରୀଙ୍କଠାରୁ ଛାଡପତ୍ର ହେଲେ, ଭରଣପୋଷଣ ଖର୍ଚ୍ଚ ଦେବାକୁ ପଡିବ କି? ଏନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ପ୍ରଦାନ କରିଛନ୍ତି। ଏକ ମାମଲାର ରାୟ ଦେବା ସମୟରେ କୋର୍ଟ କହିଛନ୍ତି ଯେ ଯଦି ଦ୍ୱିତୀୟ ବିବାହରେ ମଧ୍ୟ ଛାଡପତ୍ର ହୁଏ, ତେବେ ସ୍ବାମୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବାକୁ ପଡିବ।

ରିପୋର୍ଟ ଅନୁଯାୟୀ, ତେଲଙ୍ଗାନାର ଏକ ମାମଲାରେ ରାୟ ଦେବା ସମୟରେ, ବିଚାରପତି ବି.ଭି. ନାଗାରତ୍ନା ଏବଂ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଯଦି ଦ୍ୱିତୀୟ ପତ୍ନୀଙ୍କଠାରୁ ଛାଡପତ୍ର ହୋଇଯାଏ, ତେବେ ଭରଣପୋଷଣ ଦେବା ସମୟରେ, ପ୍ରଥମ ବିବାହର ମାମଲା କୋର୍ଟରେ ବିଚାରାଧୀନ ଥିବା ବାହାନାକୁ ଗ୍ରହଣ କରାଯିବ ନାହିଁ।
କୋର୍ଟ କହିଛନ୍ତି ଯେ ଯଦି ପ୍ରଥମ ବିବାହ କଥାବାର୍ତ୍ତା ଆଧାରରେ ଛାଡପତ୍ର ହୋଇଥାଏ, ତେବେ ଦ୍ୱିତୀୟ ବିବାହ ସହିତ ଏହାର କୌଣସି ସମ୍ପର୍କ ନାହିଁ। କୋର୍ଟ କାର୍ଯ୍ୟ ଭରଣପୋଷଣ ଟଙ୍କାକୁ ପ୍ରଭାବିତ କରିପାରିବ ନାହିଁ।

ସୂଚନାଥାଉ କି, ତେଲଙ୍ଗାନାର ବାସିନ୍ଦା ଉଷା ରାଣୀ ୧୯୯୯ ମସିହାରେ ଏମ ଶ୍ରୀନିବାସଙ୍କୁ ବିବାହ କରିଥିଲେ। ଏହା ଉଭୟଙ୍କର ଦ୍ୱିତୀୟ ବିବାହ ଥିଲା। ବିବାହର ଗୋଟିଏ ବର୍ଷ ପରେ ସେମାନଙ୍କର ଏକ ପୁଅ ହୋଇଥିଲା, କିନ୍ତୁ ୨୦୦୫ରେ କିଛି କାରଣରୁ ସେମାନଙ୍କୁ ଛାଡପତ୍ର ନେବାକୁ ପଡିଲା। ଭରଣପୋଷଣ ପାଇଁ ଉଷା ରାଣୀ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ପ୍ରଥମ ସ୍ତ୍ରୀଙ୍କ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ତାଙ୍କୁ ଆଶ୍ୱସ୍ତି ମିଳିନଥିଲା।

ହାଇଦ୍ରାବାଦ ହାଇକୋର୍ଟ ମଧ୍ୟ ଉଷା ରାଣୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ, ଯାହା ପରେ ମାମଲା ସୁପ୍ରିମକୋର୍ଟକୁ ଆସିଥିଲା। ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ ଉଷା ଶ୍ରୀନିବାସଙ୍କୁ ଆଇନଗତ ଭାବରେ ପତ୍ନୀର ମାନ୍ୟତା ଦିଆଯାଇଥିଲା। ସେ ୧୯୯୯ ରୁ ୨୦୦୦ ପର୍ଯ୍ୟନ୍ତ ଶ୍ରୀନିବାସଙ୍କ ସ୍ତ୍ରୀ ଭାବରେ ରହିଥିଲେ। ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ଅଛି। ଏପରି ପରିସ୍ଥିତିରେ, ଭରଣପୋଷଣ ଯୋଗାଇବା ଭୁଲ ହେବ ବୋଲି କହିବା ଆଇନଗତ ଭାବରେ ଠିକ ନୁହେଁ। ଦୀର୍ଘ ଶୁଣାଣି ପରେ, କୋର୍ଟ ଉଷାଙ୍କ ସପକ୍ଷରେ ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri