Posted inଜାତୀୟ

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର, ଟ୍ରେନ୍‌ରେ ବନ୍ଦ ହୋଇଯିବ RAC ଟିକେଟ୍‌!

ନୂଆଦିଲ୍ଲୀ,୧୩ା୧୧: ଟ୍ରେନ୍‌ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବଡ଼ ପରିବର୍ତ୍ତନ ଉପରେ ବିଚାର କରୁଛି ଭାରତୀୟ ରେଳବାଇ । ଦୀର୍ଘ ବର୍ଷ ଧରି ରେଳ ଟିକେଟ୍‌ ବ୍ୟବସ୍ଥାରେ ରହିଆସିଥିବା RAC (Reservation Against Cancellation) ନିୟମକୁ ବନ୍ଦ କରିବା କିମ୍ବା ଏଥିରେ ପରିବର୍ତ୍ତନ ଆଣିବା ନେଇ ମନ୍ଥନ ଚାଲିଥିବା ସୂଚନା ମିଳିଛି। ତେବେ ଏନେଇ ଏଯାଏ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ବର୍ତ୍ତମାନ ଟ୍ରେନ୍‌ରେ କନଫର୍ମ ଟିକେଟ୍‌ ନମିଳିଲେ ରେଳବାଇ ପକ୍ଷରୁ RAC ଟିକେଟ୍‌ ଦିଆଯାଏ। ଏହି ବ୍ୟବସ୍ଥାରେ ଗୋଟିଏ ବର୍ଥରେ ଦୁଇ ଜଣ ଯାତ୍ରୀଙ୍କୁ ସ୍ଥାନ ମିଳିଥାଏ। ଅର୍ଥାତ୍‌ ଦୁଇ ଯାତ୍ରୀଙ୍କୁ ଅଧା ଅଧା ସିଟ୍‌ରେ ବସି କିମ୍ବା ସୀମିତ ସ୍ଥାନରେ ଯାତ୍ରା କରିବାକୁ ପଡ଼େ। ଦୀର୍ଘ ଦୂରତାର ଯାତ୍ରା ସମୟରେ ଏହା ଅନେକଙ୍କ ପାଇଁ ଅସୁବିଧାର କାରଣ ହେଉଛି।

ଏକ ରିପୋର୍ଟ ଅନୁସାରେ, ଯାତ୍ରୀଙ୍କଠାରୁ ମିଳୁଥିବା ମତାମତକୁ ଆଧାର କରି ରେଳବାଇ ଏହି ପୁରୁଣା ବ୍ୟବସ୍ଥାର ସମୀକ୍ଷା କରୁଛି। ଯେତେବେଳେ ଯାତ୍ରୀଙ୍କୁ ପୂରା ବର୍ଥ ମିଳୁନାହିଁ, ସେତେବେଳେ ପୂରା ବର୍ଥର ଭଡ଼ା ଆଦାୟ କରିବା କେତେ ଯୁକ୍ତିଯୁକ୍ତ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଏହାବ୍ୟତୀତ, ଗୋଟିଏ ବର୍ଥରେ ଦୁଇ ଜଣ ଅଜଣା ଯାତ୍ରୀଙ୍କୁ ସ୍ଥାନ ମିଳିଲେ ବେଳେବେଳେ ଅସହଜ ପରିସ୍ଥିତି ସୃଷ୍ଟି ହେଉଛି । ବିଶେଷକରି ଜଣେ ପୁରୁଷ ଓ ଜଣେ ମହିଳା ଯାତ୍ରୀଙ୍କୁ ଗୋଟିଏ ବର୍ଥରେ ସ୍ଥାନ ମିଳିଲେ ଅସୁବିଧା ବଢ଼ିପାରେ । ଏଭଳି ସ୍ଥିତିରେ ଟିକେଟ୍‌ ଯାଞ୍ଚ କରୁଥିବା TTEଙ୍କୁ ମଧ୍ୟ ଅନ୍ୟ ବ୍ୟବସ୍ଥା କରିବାରେ ସମସ୍ୟା ହେଉଥିବା କୁହାଯାଉଛି।

ଅନ୍ୟପକ୍ଷରେ, ପର୍ବପର୍ବାଣୀ ସମୟରେ RAC ବ୍ୟବସ୍ଥା ଯାତ୍ରୀଙ୍କ ପାଇଁ ଏକ ବଡ଼ ସାହାରା ପାଲଟିଥାଏ। ବିଶେଷକରି ଦୀପାବଳି ଓ ଛଟ୍‌ ପୂଜା ଭଳି ପର୍ବ ସମୟରେ ଦେଶର ବିଭିନ୍ନ ରେଳପଥରେ ଯାତ୍ରୀଙ୍କ ଭିଡ଼ ବଢ଼ିଯାଏ । ଏଭଳି ସମୟରେ କନଫର୍ମ ଟିକେଟ୍‌ ନମିଳିଲେ ମଧ୍ୟ RAC ଜରିଆରେ ଯାତ୍ରୀଙ୍କୁ ଆଇନସମ୍ମତ ଭାବେ ଯାତ୍ରା କରିବାର ସୁଯୋଗ ମିଳେ । ସେହିପରି, ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ରେ RAC ଓ ୱେଟିଂ ଲିଷ୍ଟ ବ୍ୟବସ୍ଥା ନଥିବା ଏବଂ କେବଳ କନଫର୍ମ ଟିକେଟ୍‌ଧାରୀଙ୍କୁ ଯାତ୍ରା ଅନୁମତି ମିଳୁଥିବା କୁହାଯାଇଛି।

ତେବେ ଆଧୁନିକ ରେଳଯାତ୍ରା ଓ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି RAC ବ୍ୟବସ୍ଥାରେ କି ପରିବର୍ତ୍ତନ ହେବ, ତାହା ଉପରେ ଏବେ ନଜର ରହିଛି । ରେଳବାଇ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପରେ ହିଁ ଏହାର ପ୍ରଭାବ ସ୍ପଷ୍ଟ ହେବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IPL 2027 : ଅକ୍ଷର ପଟେଲ ମନା କରିଦେବା ପରେ, ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ କିଏ ହେବେ? ଚର୍ଚ୍ଚାକୁ ଆସିଲାଣି ଏହି ନାମ

ନୂଆଦିଲ୍ଲୀ,୧୩।୧୧: ୨୦୨୭ ଆଇପିଏଲ (IPL) ଆରମ୍ଭ ହେବାକୁ ଏବେ ମଧ୍ୟ କିଛି ମାସ ବାକି ଅଛି, କିନ୍ତୁ ତା’ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜକୁ ସେମାନଙ୍କ ଦଳରୁ…

ମଧ୍ୟବିତ୍ତଙ୍କୁ ପୁଣି ଝଟ୍‌କା ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ, ୧୩।୧୧: ଆଜି ମହଙ୍ଗା ମାଡ଼ର ପ୍ରଭାବ ଗାଡ଼ି ଚଳାଇବାଠାରୁ ଆରମ୍ଭ କରି ରୋଷେଇ ଘରର ବଜେଟ ପର୍ଯ୍ୟନ୍ତ ପହଞ୍ଚିଛି। ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡରେ CNG…

‘ମୁଁ ଜଣେ ଖରାପ ଲୋକ…,’ ଏନଭିଡିଆ (Nvidia) ରୁ ଇସ୍ତଫା ଦେବାର ଶେଷ ମୁହୂର୍ତ୍ତରେ ନିଜକୁ ଏମିତି ନିନ୍ଦା କଲେ ଜେନସନ ହୁଆଙ୍ଗ

ଓ୍ବାଶିଂଟନ,୧୩।୧୧: ଏନଭିଡିଆର ସିଇଓ ଭାବରେ ଜେନସେନ ହୁଆଙ୍ଗଙ୍କ କାର୍ଯ୍ୟକାଳର ଶେଷ ଘଣ୍ଟା କ୍ଳାନ୍ତି, ଇସ୍ତଫା ଏବଂ ପରାଜୟର ଭାବନା ଦ୍ୱାରା ଚିହ୍ନିତ ହୋଇଥିଲା। ତାଙ୍କର ଆଚରଣ ମଧ୍ୟ…

ଦୁଇଟି ବିଲ ପାସ୍‌ କରିବା ପାଇଁ କେତେ ଭୋଟ ଆବଶ୍ୟକ? ସଂସଦରେ ସରକାରଙ୍କ ପାଖରେ କେତେ କ୍ଷମତା ରହିଛି? ଜାଣନ୍ତୁ ନମ୍ବର ଗେମ

ନୂଆଦିଲ୍ଲୀ,୧୩।୧୧: କେନ୍ଦ୍ର ସରକାର ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଏକ ସଂକ୍ଷିପ୍ତ ସ୍ବତନ୍ତ୍ର ଅଧିବେଶନ ଡାକିବା ବିଷୟରେ ବିଚାର କରୁଛନ୍ତି। ଏହି ସ୍ବତନ୍ତ୍ର ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ…

ୱିଲ ୟଙ୍ଗଙ୍କ ଜବରଦସ୍ତ ଶତକ: ଭାରତକୁ ବିଶାଳ ଟାର୍ଗେଟ୍‌ ଦେଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଟିମ ଇଣ୍ଡିଆ ସମ୍ମୁଖରେ ୩୩୪ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। ଗୋଟିଏ ସମୟରେ ନ୍ୟୁଜିଲାଣ୍ଡ…

ଡେବ୍ୟୁ ମ୍ୟାଚ୍‌ରେ ଚହଳ ପକାଇଲେ ଏହି ୨୧ ବର୍ଷୀୟ ବୋଲର୍‌: ମାତ୍ର ୨୮ ବଲ୍‌ରେ କଲେ କମାଲ୍‌

ପର୍ଥ,୧୩।୧୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପର୍ଥରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୨୧ ବର୍ଷୀୟ ଯୁବ ଦ୍ରୁତ ବୋଲର ମାହଲି ବିୟର୍ଡମ୍ୟାନ ନିଜ ଡେବ୍ୟୁ ମ୍ୟାଚ୍‌ରେ…

ଟିମ ଇଣ୍ଡିଆରେ ୩ଟି ବଡ଼ ପରିବର୍ତ୍ତନ: ତଥାପି ସୁଯୋଗ ପାଇଲେନି ମହମ୍ମଦ ସିରାଜ; ଜାଣନ୍ତୁ କାରଣ

ନୂଆଦିଲ୍ଲୀ, ୧୩।୧୧: ଭାରତୀୟ କ୍ରିକେଟ ଟିମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ନିଜ ପ୍ଲେଇଂ-୧୧ରେ…

ରାଜ୍ୟ ସ୍ତରରେ ସମ୍ମାନିତ ହେଲେ ଲାଞ୍ଜିଗଡ଼ର ଚାଷୀ ବୁଦ୍ରି ମାଝୀ

ଲାଞ୍ଜିଗଡ଼,୧୩ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣମୁଣ୍ଡା ଗ୍ରାମର ବୁଦ୍ରି ମାଝୀ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?