Posted inଖେଳ

ଟିମ ଇଣ୍ଡିଆରେ ୩ଟି ବଡ଼ ପରିବର୍ତ୍ତନ: ତଥାପି ସୁଯୋଗ ପାଇଲେନି ମହମ୍ମଦ ସିରାଜ; ଜାଣନ୍ତୁ କାରଣ

ନୂଆଦିଲ୍ଲୀ, ୧୩।୧୧: ଭାରତୀୟ କ୍ରିକେଟ ଟିମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ନିଜ ପ୍ଲେଇଂ-୧୧ରେ ୩ଟି ବଡ଼ ପରିବର୍ତ୍ତନ କରିଛି। ହେଲେ ଏହା ପରେ ମଧ୍ୟ ଦଳର ଅନ୍ୟତମ ଅଭିଜ୍ଞ ବୋଲର ମହମ୍ମଦ ସିରାଜଙ୍କୁ ପ୍ଲେଇଂ-୧୧ରେ ସ୍ଥାନ ମିଳିନାହିଁ। ସିରିଜର ଚାରିଟି ଯାକ ଦିନିକିଆରେ ସେ ବେଞ୍ଚ୍‌ରେ ବସି ରହିଛନ୍ତି। ଅଂଶୁଲ କମ୍ବୋଜ ଦଳରୁ ବାଦ ପଡ଼ିବା ପରେ ପ୍ଲେଇଂ-୧୧ରେ ସ୍ଥାନ ଖାଲି ହୋଇଥିଲା। ତଥାପି ଚତୁର୍ଥ ମ୍ୟାଚରେ ଟିମ ମ୍ୟାନେଜମେଣ୍ଟର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ନ୍ୟୁଜିଲାଣ୍ଡ ଗସ୍ତର ଆରମ୍ଭ ଇଣ୍ଡିଆ-ଏ ଦଳ ସହ ଖେଳି କରିଥିଲେ। ସେଠାରେ ତାଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା। ହେଲେ ପ୍ରଥମ ଦିନିକିଆରେ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା। ସେହି ମ୍ୟାଚ୍ରେ ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରିଥିବାରୁ ପ୍ରଥମ ତିନୋଟି ମ୍ୟାଚରେ ସମାନ ବୋଲିଂ ୟୁନିଟ୍‌କୁ ନେଇ ଖେଳିଥିଲା ଟିମ ଇଣ୍ଡିଆ।

ଏହାପରେ ଟିମ ମ୍ୟାନେଜମେଣ୍ଟ ଟେଷ୍ଟ ଖେଳୁଥିବା କିଛି ଖେଳାଳିଙ୍କୁ ଶେଷ ଦୁଇଟି ଦିନିକିଆରେ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଥିଲା। ଏହି ତାଲିକାରେ ମହମ୍ମଦ ସିରାଜଙ୍କ ନାଁ ନଥିଲା। ତେଣୁ ଚତୁର୍ଥ ମ୍ୟାଚ୍ରେ ତାଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏହି ମ୍ୟାଚରେ ମଧ୍ୟ ତାଙ୍କୁ ପ୍ଲେଇଂ-୧୧ରେ ସ୍ଥାନ ମିଳିନାହିଁ। ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ଯଦି ସିରାଜଙ୍କୁ ଖେଳାଇବାର ଯୋଜନା ନଥିଲା, ତେବେ କେଏଲ ରାହୁଲ, ଶୁଭମନ ଗିଲ ଓ ଅଂଶୁଲ କମ୍ବୋଜଙ୍କ ଭଳି ତାଙ୍କୁ ବିଶ୍ରାମ କାହିଁକି ଦିଆଗଲା ନାହିଁ? ଏବେ ଦିନିକିଆ ଦଳରେ ଖେଳିବା ପାଇଁ ସିରାଜଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ।

ଅଂଶୁଲ କମ୍ବୋଜ ଦଳରୁ ବାହାରିବା ପରେ ଅଧିନାୟକ ଶ୍ରେୟସ ଆୟର ଓ ମୁଖ୍ୟ କୋଚ ଗୌତମ ଗମ୍ଭୀର କେବଳ ୩ ଜଣ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି କାରଣରୁ କମ୍ବୋଜଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ପ୍ଲେଇଂ-୧୧ରେ ସୁଯୋଗ ମିଳିଥିଲା। ହେଲେ କୁଲଦୀପ ଏହି ସୁଯୋଗର ସଦୁପଯୋଗ କରିପାରିନଥିଲେ।

ଏଭଳି ସ୍ଥିତିରେ ସିରିଜର ପଞ୍ଚମ ତଥା ଶେଷ ଦିନିକିଆରେ ମହମ୍ମଦ ସିରାଜଙ୍କୁ ଖେଳିବାର ସୁଯୋଗ ମିଳିପାରେ। ଟେଷ୍ଟ ସିରିଜ ପୂର୍ବରୁ ସିରାଜ ମଧ୍ୟ ଗୋଟିଏ ଦିନିକିଆ ମ୍ୟାଚ ଖେଳିବାକୁ ଚାହିଁବେ। ଅନ୍ୟପଟେ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଗୌତମ ଗମ୍ଭୀର ଓ ଶ୍ରେୟସ ଆୟରଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ।

ଭାରତୀୟ ଦଳ: ରୋହିତ ଶର୍ମା, ଋତୁରାଜ ଗାଏକୱାଡ, ବିରାଟ କୋହଲି, ଶ୍ରେୟସ ଆୟର (ଅଧିନାୟକ), ଇଶାନ କିଶନ (ଉଇକେଟ୍‌କିପର), ଅକ୍ଷର ପଟେଲ, ନମନ ଧୀର, ଆକିବ ନବୀ, କୁଲଦୀପ ଯାଦବ, ଗୁରନୂର ବରାଡ ଓ ଅର୍ଶଦୀପ ସିଂହ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସତ୍ୟ ନାଡେଲାଙ୍କୁ ପଛରେ ପକାଇଲେ ସୁନ୍ଦର ପିଚାଇ

ନ୍ୟୁୟର୍କ,୧୩ା୧୧: ଏଚ୍‌ଏସ୍‌ବିସି ହୁରୁନ୍‌ ଗ୍ଲୋବାଲ ଇଣ୍ଡିଆନ୍ସ ତାଲିକା ୨୦୨୬ରେ ଆଲ୍‌ଫାବେଟ୍‌ ସିଇଓ ସୁନ୍ଦର ପିଚାଇ ସବୁଠାରୁ ପ୍ରଭାବଶାଳୀ ଭାରତୀୟ ବଂଶୋଦ୍ଭବ ବ୍ୟବସାୟିକ ନେତା ଭାବେ ଉଭା ହୋଇଛନ୍ତି…

ନାକ କାଟିଦେଲେ ରୋହିତ, ବିରାଟ, ଆୟର, ଅପମାନଜନକ ରେକର୍ଡ ସ୍ଥାପନ କଲା ଭାରତୀୟ ଦଳ

ନୂଆଦିଲ୍ଲୀ,୧୩।୧୧: କ୍ରିକେଟ ହେଉଛି ଅନିଶ୍ଚିତତାର ଖେଳ, ଏବଂ ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଦିନିକିଆ (ODI) ଦଳ ଭାରତ ସହିତ ଏକ ଅସାଧାରଣ ଘଟଣା ଘଟିଛି।…

ମସିଣାପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି, ବିଇଓଙ୍କୁ ଦାବିପତ୍ର ପ୍ରଦାନ କରି ଗ୍ରାମବାସୀ…

ଅମରପାଲି,୧୩ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା କ୍ଲଷ୍ଟରର ମସିଣାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି ହୋଇଛି। ଏନେଇ ମସିଣାପାଲି ଗ୍ରାମବାସୀ…

IPL 2027 : ଅକ୍ଷର ପଟେଲ ମନା କରିଦେବା ପରେ, ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ କିଏ ହେବେ? ଚର୍ଚ୍ଚାକୁ ଆସିଲାଣି ଏହି ନାମ

ନୂଆଦିଲ୍ଲୀ,୧୩।୧୧: ୨୦୨୭ ଆଇପିଏଲ (IPL) ଆରମ୍ଭ ହେବାକୁ ଏବେ ମଧ୍ୟ କିଛି ମାସ ବାକି ଅଛି, କିନ୍ତୁ ତା’ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜକୁ ସେମାନଙ୍କ ଦଳରୁ…

ମଧ୍ୟବିତ୍ତଙ୍କୁ ପୁଣି ଝଟ୍‌କା ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ, ୧୩।୧୧: ଆଜି ମହଙ୍ଗା ମାଡ଼ର ପ୍ରଭାବ ଗାଡ଼ି ଚଳାଇବାଠାରୁ ଆରମ୍ଭ କରି ରୋଷେଇ ଘରର ବଜେଟ ପର୍ଯ୍ୟନ୍ତ ପହଞ୍ଚିଛି। ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡରେ CNG…

‘ମୁଁ ଜଣେ ଖରାପ ଲୋକ…,’ ଏନଭିଡିଆ (Nvidia) ରୁ ଇସ୍ତଫା ଦେବାର ଶେଷ ମୁହୂର୍ତ୍ତରେ ନିଜକୁ ଏମିତି ନିନ୍ଦା କଲେ ଜେନସନ ହୁଆଙ୍ଗ

ଓ୍ବାଶିଂଟନ,୧୩।୧୧: ଏନଭିଡିଆର ସିଇଓ ଭାବରେ ଜେନସେନ ହୁଆଙ୍ଗଙ୍କ କାର୍ଯ୍ୟକାଳର ଶେଷ ଘଣ୍ଟା କ୍ଳାନ୍ତି, ଇସ୍ତଫା ଏବଂ ପରାଜୟର ଭାବନା ଦ୍ୱାରା ଚିହ୍ନିତ ହୋଇଥିଲା। ତାଙ୍କର ଆଚରଣ ମଧ୍ୟ…

ଦୁଇଟି ବିଲ ପାସ୍‌ କରିବା ପାଇଁ କେତେ ଭୋଟ ଆବଶ୍ୟକ? ସଂସଦରେ ସରକାରଙ୍କ ପାଖରେ କେତେ କ୍ଷମତା ରହିଛି? ଜାଣନ୍ତୁ ନମ୍ବର ଗେମ

ନୂଆଦିଲ୍ଲୀ,୧୩।୧୧: କେନ୍ଦ୍ର ସରକାର ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଏକ ସଂକ୍ଷିପ୍ତ ସ୍ବତନ୍ତ୍ର ଅଧିବେଶନ ଡାକିବା ବିଷୟରେ ବିଚାର କରୁଛନ୍ତି। ଏହି ସ୍ବତନ୍ତ୍ର ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ…

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର, ଟ୍ରେନ୍‌ରେ ବନ୍ଦ ହୋଇଯିବ RAC ଟିକେଟ୍‌!

ନୂଆଦିଲ୍ଲୀ,୧୩ା୧୧: ଟ୍ରେନ୍‌ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବଡ଼ ପରିବର୍ତ୍ତନ ଉପରେ ବିଚାର କରୁଛି ଭାରତୀୟ ରେଳବାଇ । ଦୀର୍ଘ ବର୍ଷ ଧରି ରେଳ ଟିକେଟ୍‌ ବ୍ୟବସ୍ଥାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?