Posted inଜାତୀୟ

ୱେବ ପୋର୍ଟାଲ, ୟୁଟ୍ୟୁବ ଚ୍ୟାନେଲକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨ ।୯: ସୁପ୍ରିମ କୋର୍ଟ ୱେବ ପୋର୍ଟାଲ, ୟୁଟ୍ୟୁବ ଚ୍ୟାନେଲ ଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ମିଛ ଖବରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାର ପତି କହିଛନ୍ତି ଯେ ଏଭଳି ଖବର ଉପରେ କୌଣସି ନିୟନ୍ତ୍ରଣ ନାହିଁ । ସବୁକୁ ସାମ୍ପ୍ରଦାୟିକ ରଙ୍ଗ ଦେଇ ଏମାନେ ପ୍ରସାରିତ କରୁଛନ୍ତି । ଯେ କେହି ଯୁଟ୍ୟୁବ ଚ୍ୟାନେଲ କରିପାରୁଛି । ଏମାନେ କେବଳ ପାୱାରଫୁଲ ଲୋକଙ୍କ କଥା ଶୁଣୁଛନ୍ତି, କୌଣସି ବିପଦ କଥା ଚିନ୍ତା ନ କରି ନ୍ୟାୟପାଳିକା ଓ ଅନ୍ୟ ସଂସ୍ଥା ବିରୋଧରେ ଏମାନେ କିଛିବି ଲେଖି ଦେଉଛନ୍ତି ବା କହି ଦେଉଛନ୍ତି । ଏହାକୁ ନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ କି ପଦକ୍ଷେପ ନେଉଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସଲିସିଟର ଜେନରାଲ ତୁଷାର ମେହେଟ୍ଟା କହିଛନ୍ତିି ସରକାର କୋର୍ଟଙ୍କ ଏହି ଚିନ୍ତାକୁ ନେଇ ନୂଆ ଆଇଟି ନିୟମ ପସ୍ତୁତ କରିଛନ୍ତି । ଯାହା ବିରୋଧରେ ବିଭିନ୍ନ ହାଇକୋର୍ଟରେ ଅନେକ ପିଟିସନ ବିଚାରାଧିନ ରହିଛି । ଏହି ସମସ୍ତ ପିଟିସନର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରିବାକୁ ଆମେ ଦାବି କରିଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଟ୍ରଲର ଦୁର୍ଘଟଣା, ମିଳିଲା ଆଉ ଏକ ମତ୍ସ୍ୟଜୀବୀଙ୍କ ମୃତଦେହ

ଭୋଗରାଇ,୧୫।୭( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ମା କାଳୀ ନାମକ ଟ୍ରଲର ଦୁର୍ଘଟଣାରେ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧ ୩ ତାରିଖରେ ଦକ୍ଷିଣ…

ବଲାଙ୍ଗୀରରେ ଚାଞ୍ଚଲ୍ୟ, ମହିଳାଙ୍କୁ ଛୁରି ଭୁସିବା ପରେ ନିସ୍ତୁକ ମାଡ଼ରେ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

ବେଲପଡ଼ା/ବଲାଙ୍ଗୀର,୧୫।୭(ମନୋଜ କୁମାର ମିଶ୍ର/ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅଞ୍ଚଳରେ ବୁଧବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ଯୁବକ ପ୍ରଥମେ ଜଣେ…

8th Pay Commission: ଚମକିବ ସରକାରୀ କର୍ମଚାରୀଙ୍କ ଭାଗ୍ୟ, ଆଶାଠାରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୧୫।୭: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱାସନାଜନକ ଖବର ସାମ୍ନାକୁ ଆସିଛି। ଆଗାମୀ ଦିନରେ କର୍ମଚାରୀଙ୍କ ହାଉସ ରେଣ୍ଟ…

ଏଥାନଲ୍ ମିଶ୍ରିତ ପେଟ୍ରୋଲ ପସନ୍ଦ ନୁହେଁ ତ ଅଧିକ ଟଙ୍କା ଦିଅ, ଶୁଦ୍ଧ ପେଟ୍ରୋଲ କିଣ: ନିତିନ ଗଡ଼କରୀ

ନୂଆଦିଲ୍ଲୀ,୧୫।୭: ଏଥାନଲ ମିଶ୍ରିତ ପେଟ୍ରୋଲ (E୨୦) କୁ ନେଇ ଚାଲିଥିବା ବିବାଦ ଓ ଆଶଙ୍କା ଉପରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ…

TMCରେ ବଡ଼ ବିଦ୍ରୋହ! ପତ୍ନୀଙ୍କୁ ED ସମନର ଦିନକ ପରେ ମମତାଙ୍କ ହାତ ଛାଡ଼ିଲେ ମଦନ ମିତ୍ର

କୋଲକାତା,୧୫।୭: ପଶ୍ଚିମବଙ୍ଗର ରାଜନୀତିରେ ହଲଚଲ୍ ଦେଖାଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶ୍ୱସ୍ତ ସହଯୋଗୀ ମଦନ ମିତ୍ର, ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଗୋଷ୍ଠୀରେ…

ଦେଶର ପରମାଣୁ ସୁରକ୍ଷା ବିପଦରେ, କୁଡାନକୁଲମ ପରମାଣୁ ଶକ୍ତିକେନ୍ଦ୍ରର ଡାଟା ଲିକ୍‌

ଚେନ୍ନାଇ,୧୫ା୭: ତାମିଲନାଡୁରେ ଅବସ୍ଥିତ ଦେଶର ସର୍ବବୃହତ କୁଡାନକୁଲମ ପରମାଣୁ ଶକ୍ତିକେନ୍ଦ୍ର ସହିତ ଜଡ଼ିତ ସମ୍ବେଦନଶୀଳ ଡାଟା ଲିକ୍‌ ହୋଇଛି। ଓ୍ବାଲର୍‌ଡ ଲିକ୍ସ ନାମରେ ଜଣାଶୁଣା ଦୁଇଟି ହ୍ୟାକର…

କେନ୍ଦ୍ର କ୍ୟାବିନେଟର ୭ ବଡ଼ ନିଷ୍ପତ୍ତି: ସେମିକନ ୨.୦ ମିଶନକୁ ମଞ୍ଜୁରୀ, ବାରାଣସୀ ପାଇଁ…

ନୂଆଦିଲ୍ଲୀ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୭ଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିମଧ୍ୟରୁ ଦେଶରେ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ସୁଦୃଢ଼ କରିବା…

ବିଜୁଳି ଘଡ଼ଘଡ଼ିରେ ଭାଙ୍ଗିଲା ମନ୍ଦିର ଦଧିନଉତି, ଲୋକେ କହିଲେ…

ଖଣ୍ଡପଡ଼ା,୧୫।୭(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା, ପବନରେ ଏକ ଅଘଟଣ ସାମ୍ନାକୁ ଆସିଛି। ଘଡ଼ଘଡ଼ି, ବର୍ଷା, ପବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri