Posted inଜାତୀୟ

ନ୍ୟାୟିକ ସେବାରେ ନିଯୁକ୍ତି, ଦୃଷ୍ଟିବାଧିତ ଅଯୋଗ୍ୟ ନୁହନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ା୩: ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କୁ ନ୍ୟାୟିକ ସେବାରେ ନିଯୁକ୍ତି ପ୍ରଦାନକୁ ମନା କରାଯାଇପାରିବ ନାହିଁ। କେବଳ ଦୃଷ୍ଟିବାଧିତ ନୁହନ୍ତି, ଯେକୌଣସି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ତାଙ୍କ ଶାରୀରିକ ଭିନ୍ନକ୍ଷମତାକୁ ଆଳକରି ନ୍ୟାୟିକ ସେବାରେ ନିଯୁକ୍ତିରୁ ବାଦ୍‌ ଦିଆଯିବା ଅନୁଚିତ ବୋଲି ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିସହ ମଧ୍ୟପ୍ରଦେଶ ସରକାରଙ୍କ ଏ ସମ୍ପର୍କିତ ଏକ କଟକଣାକୁ ଅଦାଲତ ଖାରଜ କରିଦେଇଛନ୍ତି।

କିଛି ରାଜ୍ୟର ନ୍ୟାୟିକ ସେବାରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସଂରକ୍ଷଣ ଦେବାକୁ ମନା କରାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ୫ଟି ପିଟିଶନ ଆବେଦନକାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବାବେଳେ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ସେବା ପରୀକ୍ଷା (ନିଯୁକ୍ତି ଓ ସେବା ସର୍ତ୍ତ) ରୁଲ୍ସ ୧୯୯୪ର ନିୟମ ୬ଏ ଏବଂ ୭କୁ ନେଇ ନିଜ ଆଡ଼ୁ ଗୋଟିଏ ମାମଲା ରୁଜୁ କରିଥିଲେ। ସ୍ବଳ୍ପ ଦୃଷ୍ଟିଶକ୍ତି ସମ୍ପନ୍ନ ଓ ଆଦୌ ଦେଖି ପାରୁ ନ ଥିବା ପ୍ରାର୍ଥୀଙ୍କୁ ବିଚାର ବିଭାଗରେ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ଉପରୋକ୍ତ ନିୟମରେ ଉଲ୍ଲେଖ ରହିଛି।

ଜଷ୍ଟିସ୍‌ ଜେ.ବି. ପରର୍ଦିଓ୍ବାଲା ଏବଂ ଆର୍‌. ମହାଦେବନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଡିସେମ୍ବର ୩ (ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ)ରେ ଏହି ସମସ୍ତ ମାମଲାର ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଥିଲେ। ସୋମବାର ସୁପ୍ରିମକୋର୍ଟ ଏହା ଉପରେ ରାୟ ଶୁଣାଇ କହିଛନ୍ତି, ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିବା ପର୍ସନ୍ସ ଓ୍ବିଦ୍‌ ଡିଜାବିଲିଟିଜ୍‌ (ପିଡବ୍ଲ୍ୟୁଡି) ପ୍ରାର୍ଥୀମାନେ ନ୍ୟାୟିକ ସେବାରେ ନିଯୁକ୍ତି ପାଇଁ ଯୋଗ୍ୟ। ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଖାଲି ପଦବୀରେ ସେମାନଙ୍କୁ ନିଯୁକ୍ତି ଦିଆଯାଇପାରିବ। ଭିନ୍ନକ୍ଷମମାନେ କୌଣସି ଭେଦଭାବର ସମ୍ମୁଖୀନ ହେବା ଅନୁଚିତ ନୁହେଁ।

ରାଜ୍ୟଗୁଡ଼ିକ ଏଭଳି ବ୍ୟକ୍ତିଙ୍କ ନିଯୁକ୍ତି ସକାଶେ ସମାବେଶୀ ଢାଞ୍ଚା ପ୍ରସ୍ତୁତ ପାଇଁ ସକାରାମତ୍କ ପଦକ୍ଷେପ ନେବା ଜରୁରୀ। କୌଣସି ଆଶାୟୀଙ୍କୁ କେବଳ ଭିନ୍ନକ୍ଷମତା ଆଧାରରେ ନିଯୁକ୍ତି ପ୍ରଦାନରୁ ମନା କରାଯାଇପାରିବ ନାହିଁ। ପର୍ସନ୍ସ ଓ୍ବିଦ୍‌ ଡିଜାବିଲିଟିଜ୍‌ ଆକ୍ଟ, ୨୦୧୬ରେ ପ୍ରଦତ୍ତ ଅଧିକାର ବଳରେ ସରକାର ସେମାନଙ୍କୁ ଚାକିରି ଦେବେ ବୋଲି ଖଣ୍ଡପୀଠ କହିଛନ୍ତି। ପ୍ରକାଶ ଯେ, ଗତବର୍ଷ ନଭେମ୍ବର ୭ରେ ଖଣ୍ଡପୀଠ ସାରା ଦେଶର ନ୍ୟାୟିକ ସେବା ନିଯୁକ୍ତିରେ ଦିବ୍ୟାଙ୍ଗଙ୍କୁ ସମାନ ସୁଯୋଗ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଅନେକ ନିର୍ଦ୍ଦେଶନାମା ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଦୀପାବଳି ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା! ୭-୮% ମହଙ୍ଗା ହେବ…

ନୂଆଦିଲ୍ଲୀ,୨୨।୯: ଆଗକୁ ଆସୁଛି ଦଶହରା, ଛଠ ପୂଜା ଓ ଦୀପାବଳି ଭଳି ବଡ଼ ପାର୍ବଣ। ପାର୍ବଣ ପାଇଁ ଲୋକେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ବଢ଼ୁଥିବା ମହଙ୍ଗା…

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୧୦ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଘୋଷଣା

ନୂଆଦିଲ୍ଲୀ,୨୨।୯: ଉତ୍ତର ପ୍ରଦେଶରୁ ୧୦ଟି ଏବଂ ଉତ୍ତରାଖଣ୍ଡରୁ ଗୋଟିଏ – ଏହିପରି ମୋଟ ୧୧ଟି ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ।…

ଓୱାଇସିଙ୍କ ବୟାନକୁ ନେଇ ହଇଚଇ, କହିଲେ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କୁ….

ନୂଆଦିଲ୍ଲୀ,୨୨।୯: ରାଜନୈତିକ ପ୍ରସଙ୍ଗରେ ନିଜ ମତ ରଖୁଥିବା AIMIM ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?