Posted inଜାତୀୟ

ଶିବସେନା ବିବାଦକୁ ନେଇ ସୁପିମକୋର୍ଟଙ୍କ ବଡ ନିଷ୍ପତ୍ତି, ୫ ଜଜଙ୍କ ସମ୍ବିଧାନ ପୀଠକୁ ଦିଆଗଲା ମାମଲା

ନୂଆଦିଲ୍ଲୀ,୨୩ ।୮: ଶିବସେନା କାହାର? ଏବେ ଏହି ମାମଲା ସୁପ୍ରିମକାର୍ଟରେ । ମଙ୍ଗଳବାର ଏହାର ଏକ ଶୁଣାଣି କରି କୋର୍ଟ ଏହି ମାମଲାକୁ ୫ ଜଜଙ୍କ ଖଣ୍ଡପୀଠକୁ ହସ୍ତାନ୍ତର କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଏହାର ଶୁଣାଣି ହେବ । ୫ ଜଣ ଜଜ ବିଶିଷ୍ଟ ବେଞ୍ଚ ଶୁକ୍ରବାର ସ୍ଥିର କରିବେ ଯେ ଶିବସେନାର ନିର୍ବାଚନ ଚିହ୍ନ ଉପରେ ଆୟୋଗ ତାର ଶୁଣାଣି ଜାରି ରଖିବ ନା ନାହିଁ ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି, ଶୁଣାଣି ସମୟରେ ଶିନ୍ଦେ ଓ ଉଦ୍ଧବ ଠାକରେଙ୍କ ପକ୍ଷରୁ ଆବେଦନ କରାଯାଇଛି । ଏହି ଆବେଦନକୁ ଦେଖି ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦ୍ୱାରା ଦିଆଯାଇଥିବା ‘ଅସଲି ଶିବସେନା’ପାର୍ଟି ଭାବେ ମାନ୍ୟତା ଦେବା ଓ ‘ଧନୁ ତୀର’ ଚିହ୍ନକୁ ତାଙ୍କୁ ଦେବା ପାଇଁ ଆବେଦନ କରାଯାଇଥିବାରୁ ଗୁରୁବାର ପର୍ଯ୍ୟନ୍ତ ନିର୍ବାଚନ କମିଶନ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ । ଏହାପରେ କୋର୍ଟ ଏହି ମାମଲାକୁ ୫ ଜଣିଆ ଖଣ୍ଡପୀଠକୁ ଦେଇଛନ୍ତି । ଏବେ ସମ୍ବିଧାନ ପୀଠ ସ୍ଥିର କରିବ ଯେ ଏବେ ବାଚସ୍ପତି ଅଯୋଗ୍ୟତା ଉପରେ ଶୁଣାଣି କରିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି: ହସିନାଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୫।୧୦: ଭାରତ-ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପୁଣି ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାଂଲାଦେଶ ପ୍ରତିପକ୍ଷ ଶେଖ୍‌ ହସିନାଙ୍କ ସହିତ ଶନିବାର ସାକ୍ଷାତ୍‌...

ଦୈନିକ ସଂକ୍ରମଣ ବଢୁଛି, ମୃତ୍ୟୁ ସଂଖ୍ୟା କମୁଛି…

ନୂଆଦିଲ୍ଲୀ, ୬।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଋଣଭାର ଯୋଗୁ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୩ ପିଢ଼ି

ଚଣ୍ଡିଗଡ଼,୧୨।୯: ସରକାର ଚାଷୀଙ୍କ ଋଣଭାର କମାଇବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି। ହେଲେ ଯୋଜନା ସବୁ ବାଟବଣା ହେଉଛି। ଫଳରେ ଋଣ ଭାର ସହି...

‘୩୭୦ ଉଚ୍ଛେଦ ଜାତୀୟ ପ୍ରସଙ୍ଗ’

ଚେନ୍ନାଇ,୧୨ା୮(ଆଇଏଏନ୍‌ଏସ୍‌) : ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଜାତୀୟ ପ୍ରସଙ୍ଗ ବୋଲି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ କହିଛନ୍ତି। ଏହା...

ମୋଦି ରାମମନ୍ଦିର ଭୂମିପୂଜନ କରୁଥିବା ସମୟରେ ପଶିଆସିଲେ ୨ ଛେଳି, ଆଉ ତା’ ପରେ…

ନୂଆଦିଲ୍ଲୀ,୫ା୮: ରାମମନ୍ଦିର ଭୂମି ପୂଜା ସମୟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକି କଡ଼ା ସୁରକ୍ଷା ମଧ୍ୟରେ ଅଜବ ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରଧାନମନ୍ତ୍ରୀ...

ଅଗୁସ୍ତା ଓ୍ବେଷ୍ଟ୍‌ଲାଣ୍ଡ ମାମଲାରେ ମୃତ ଘୋଷଣାର ୨୪ ଘଣ୍ଟା ପରେ ସାକ୍ଷୀ ଜୀବିତ

ନୂଆଦିଲ୍ଲୀ,୩୧।୭: ଅଗୁସ୍ତା ୱେଷ୍ଟ୍‌ଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୨୪ ଘଣ୍ଟାରେ ଦୁଇଥର ବୟାନ ବଦଳାଇଛି। ଏହି ଦୁର୍ନୀତି ଘଟଣାର ମୁଖ୍ୟ ସାକ୍ଷୀ...

ଏଲ୍‌ଏସିରେ ୧୧ ଦିନରେ ୪ ଥର ଗୁଳି ବିନିମୟ

ନୂଆଦିଲ୍ଲୀ, ୧୬।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି। ଗତ ୧୧ ଦିନ ମଧ୍ୟରେ ଏଲ୍‌ଏସିରେ ୪ ଥର ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି।...

କଂଗ୍ରେସ ରାଲିରେ ଦଳାଚକଟା

ବରେଲି,୪।୧: ଉତ୍ତର ପ୍ରଦେଶ ବରେଲିଠାରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ମାରାଥନ ରାଲିରେ ଦଳଚକଟା ହୋଇଛି । ଦଳାଚକଟାରେ କିଛି ଛାତ୍ରୀ ଆହତ ହୋଇଛନ୍ତି ।...

Advertisement
Archives

Model This Week