ସୁପ୍ରଭା ହତ୍ୟା ମାମଲା: ଏତଲାକାରୀ ସ୍ବାମୀ ହିଁ ଅଭିଯୁକ୍ତ

ଛତ୍ରପୁର,୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ବିପୁଳିଙ୍ଗି ଗାଁ ରାଧେଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀଙ୍କୁ ନିର୍ମମ ଭାବେ ତାଙ୍କ ଘରେ ଫେବୃୟାରୀ ୧୬ ତାରିଖ ରାତିରେ ହତ୍ୟା କରାଯାଇଥିଲା। ସୁପ୍ରଭାଙ୍କୁ ହତ୍ୟା କରାଯାଇଥିବା ଏବଂ ଘରୁ ସୁନା ଅଳଙ୍କାର ଓ ଟଙ୍କା ଚୋରି ହୋଇଥିବା ନେଇ ଏତଲା ଦେଇଥିବା ସ୍ବାମୀ ରାଧେଶ୍ୟାମ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଛି। ତାଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।

ଶନିବାର ସନ୍ଧ୍ୟାରେ ଛତ୍ରପୁର ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ଉକ୍ତ ସୂଚନା ଦେଇଛନ୍ତି। ପାରିବାରିକ ଘଟଣାକୁ କେନ୍ଦ୍ର କରି ରାଧେଶ୍ୟାମ ତାଙ୍କ ସ୍ତ୍ରୀ ସୁପ୍ରଭାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି। ଏନେଇ ତଥ୍ୟ ପ୍ରମାଣ ମିଳିଛି। ବ୍ରହ୍ମପୁର ଓ ଛତ୍ରପୁରର ସାଇଣ୍ଟିଫିକ୍‌କୁ ନେଇ ଏହି ମାମଲାର ତଦନ୍ତକାରୀ ଅଫିସର ତଥା ଛତ୍ରପୁର ଥାନା ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ତଦନ୍ତ କରିଥିଲେ। ଫିଙ୍ଗର ପ୍ରିଣ୍ଟ ନମୁନା ସଂଗ୍ରହ କରାଯାଇଥିଲା। ଏହି ସବୁର ଯାଞ୍ଚ ପାଇଁ ଫରେନସିକ ଲ୍ୟାବକୁ ପଠାଯିବ ବୋଲି ସୂଚନା ଦିଆଯାଇଥିଲା। ଏବେ ବି ତଦନ୍ତ ଜାରି ରହିଥିବା କୁହାଯାଇଛି । ତେବେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା କରି ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇନି । ଅପରପକ୍ଷରେ ମା’ ସୁପ୍ରଭାଙ୍କ ମୃତ୍ୟୁର ୧୩ ଦିନ ପରେ ତାଙ୍କ ସାନ ପୁଅ ଦେବାଶିଷ କୀଟନାଶକ ଔଷଧ ପିଇ ଫେବୃୟାରୀ ୨୮ରେ ଆତ୍ମହତ୍ୟା କରିଥିଲେ। ମା’ଙ୍କୁ ତାଙ୍କ ବାପା ରାଧେଶ୍ୟାମ ହିଁ ହତ୍ୟା କରିଥିବା ଦେବାଶିଷଙ୍କୁ ଆତ୍ମହତ୍ୟା କରିବାକୁ ଅଭିଯୁକ୍ତ ବାପା ରାଧେଶ୍ୟାମ ପ୍ରବର୍ତ୍ତାଇଥିବା ନେଇ ୩ ତାରିଖରେ ରାଧେଶ୍ୟାମଙ୍କ ମଝିଆ ପୁଅ ଆଶିଷ ଚୌଧୁରୀ ଛତ୍ରପୁର ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ଛତ୍ରପୁର ଥାନା ପୋଲିସ ଏକ ମାମଲା (ନଂ-୧୭୫/୨୩) ରୁଜୁ କରିଛି। ଏହାର ତଦନ୍ତ ଚାଲିଛି ଏବଂ ଆବଶ୍ୟକ ହେଲେ ରାଧେଶ୍ୟାମଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଛତ୍ରପୁର ଏସ୍‌ଡିପିଓଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?