ସୁପ୍ରଭା ହତ୍ୟା ମାମଲା: ଏତଲାକାରୀ ସ୍ବାମୀ ହିଁ ଅଭିଯୁକ୍ତ

ଛତ୍ରପୁର,୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ବିପୁଳିଙ୍ଗି ଗାଁ ରାଧେଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀଙ୍କୁ ନିର୍ମମ ଭାବେ ତାଙ୍କ ଘରେ ଫେବୃୟାରୀ ୧୬ ତାରିଖ ରାତିରେ ହତ୍ୟା କରାଯାଇଥିଲା। ସୁପ୍ରଭାଙ୍କୁ ହତ୍ୟା କରାଯାଇଥିବା ଏବଂ ଘରୁ ସୁନା ଅଳଙ୍କାର ଓ ଟଙ୍କା ଚୋରି ହୋଇଥିବା ନେଇ ଏତଲା ଦେଇଥିବା ସ୍ବାମୀ ରାଧେଶ୍ୟାମ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଛି। ତାଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।

ଶନିବାର ସନ୍ଧ୍ୟାରେ ଛତ୍ରପୁର ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ଉକ୍ତ ସୂଚନା ଦେଇଛନ୍ତି। ପାରିବାରିକ ଘଟଣାକୁ କେନ୍ଦ୍ର କରି ରାଧେଶ୍ୟାମ ତାଙ୍କ ସ୍ତ୍ରୀ ସୁପ୍ରଭାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି। ଏନେଇ ତଥ୍ୟ ପ୍ରମାଣ ମିଳିଛି। ବ୍ରହ୍ମପୁର ଓ ଛତ୍ରପୁରର ସାଇଣ୍ଟିଫିକ୍‌କୁ ନେଇ ଏହି ମାମଲାର ତଦନ୍ତକାରୀ ଅଫିସର ତଥା ଛତ୍ରପୁର ଥାନା ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ତଦନ୍ତ କରିଥିଲେ। ଫିଙ୍ଗର ପ୍ରିଣ୍ଟ ନମୁନା ସଂଗ୍ରହ କରାଯାଇଥିଲା। ଏହି ସବୁର ଯାଞ୍ଚ ପାଇଁ ଫରେନସିକ ଲ୍ୟାବକୁ ପଠାଯିବ ବୋଲି ସୂଚନା ଦିଆଯାଇଥିଲା। ଏବେ ବି ତଦନ୍ତ ଜାରି ରହିଥିବା କୁହାଯାଇଛି । ତେବେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା କରି ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇନି । ଅପରପକ୍ଷରେ ମା’ ସୁପ୍ରଭାଙ୍କ ମୃତ୍ୟୁର ୧୩ ଦିନ ପରେ ତାଙ୍କ ସାନ ପୁଅ ଦେବାଶିଷ କୀଟନାଶକ ଔଷଧ ପିଇ ଫେବୃୟାରୀ ୨୮ରେ ଆତ୍ମହତ୍ୟା କରିଥିଲେ। ମା’ଙ୍କୁ ତାଙ୍କ ବାପା ରାଧେଶ୍ୟାମ ହିଁ ହତ୍ୟା କରିଥିବା ଦେବାଶିଷଙ୍କୁ ଆତ୍ମହତ୍ୟା କରିବାକୁ ଅଭିଯୁକ୍ତ ବାପା ରାଧେଶ୍ୟାମ ପ୍ରବର୍ତ୍ତାଇଥିବା ନେଇ ୩ ତାରିଖରେ ରାଧେଶ୍ୟାମଙ୍କ ମଝିଆ ପୁଅ ଆଶିଷ ଚୌଧୁରୀ ଛତ୍ରପୁର ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ଛତ୍ରପୁର ଥାନା ପୋଲିସ ଏକ ମାମଲା (ନଂ-୧୭୫/୨୩) ରୁଜୁ କରିଛି। ଏହାର ତଦନ୍ତ ଚାଲିଛି ଏବଂ ଆବଶ୍ୟକ ହେଲେ ରାଧେଶ୍ୟାମଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଛତ୍ରପୁର ଏସ୍‌ଡିପିଓଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଣାବନ୍ଧ ବାନ୍ଧିଲେ ଗ୍ରାମବାସୀ

ବାଲିଆପାଳ,୧୬ ।୩(ସ୍ବ.ପ୍ର.) – ସରକାର ଗୁହାରୀ ଶୁଣିଲେନି। ଶେଷରେ ଗ୍ରାମବାସୀ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଏକାଠି ହୋଇ ଅଣ୍ଟା ଭିଡ଼ିଲେ। ସମସ୍ତେ ମିଶି ଲୁଣା...

ଆକର୍ଷଣ ସାଜିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ବୌଦ୍ଧ, ୧୪।୧(ସ୍ବ.ପ୍ର.): ପରମ୍ପରା ଓ ସଂସ୍କୃତିର ବାର୍ତ୍ତା ନେଇ ଗୁରୁବାରଠାରୁ ଆରମ୍ଭ ହୋଇଥିବା ବୌଦ୍ଧ ମହୋତ୍ସବ, ପଲ୍ଳୀଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ଶୁକ୍ରବାର...

ଏ.ଜି . କାର୍ଯ୍ୟାଳୟରେ ପହଞ୍ଚିନି ୪୦୦ ଜଣଙ୍କର ଅବସରକାଳୀନ ପେନ୍‌ସନ୍‌

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରାୟ ୪୦୦ ଜଣଙ୍କର ଅବସରକାଳୀନ ପେନ୍‌ସନ୍‌ କାଗଜପତ୍ର ଭୁବନେଶ୍ୱରସ୍ଥିତ ଏ.ଜି କାର୍ଯ୍ୟାଳୟରେ ପହଞ୍ଚି ନ ଥିବାରୁ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇବାକୁ...

ମାଷ୍ଟରମାଇଣ୍ଡ ଗିରଫ, ଅଳଙ୍କାର, ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୨୨ା୭-ସଦର ଥାନା ପୋଲିସ ଫେରାର ଥିବା ଜଣେ ଅଭିଯୁକ୍ତ ତଥା ସିରିଜ ଚୋରି ଘଟଣାର ମାଷ୍ଟରମାଇଣ୍ଡ ରାମ ବେଲମା (୧୯)ଙ୍କୁ ଶନିବାର ଗିରଫ କରିଛି।...

୧୮ରେ ରାଜ୍ୟପାଳଙ୍କ କପ୍ତିପଦା ଗସ୍ତ

କପ୍ତିପଦା, ୧୬।୬ (ଡ଼ି.ଏନ୍‌.ଏ.)- ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସନ୍ତା ୧୮ ତାରିଖରେ ମୟୂରଭଞ୍ଜ ଜିଲାର କପ୍ତିପଦା ବ୍ଲକ୍‌ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ...

ଚାଷ ଜମି ଫାଟି ଆଁ, ମରୁଡ଼ି ଆଶଙ୍କା: ଚାଷୀକୂଳ ହତାଶ

ତେଲକୋଇ, ୨୫।୭(ଡି.ଏନ.ଏ.)-ସ୍ବଳ୍ପ ବୃଷ୍ଟି ପାତ ଯୋଗୁଁ ତେଲକୋଇ ବ୍ଲକରେ ଚାଷ ଜମି ଫାଟି ଆଁ କଲାଣି। ଧାନ ରୁଆ, ବିହୁଡା ଠପ ହୋଇଥିବା ବେଳେ ଧାନ...

ଏଚ୍‌ଏଣ୍ଡୟୁଡି ବିଭାଗ ନିର୍ଦ୍ଦେଶନାମାକୁ ବିଏମ୍‌ସିର ବେଖାତିର

ବ୍ରହ୍ମପୁର ଅଫିସ,୨୨ା୧୨-ବ୍ରହ୍ମପୁର ମହାନଗର ନିଗମ ୩୮ ନଂ. ୱାର୍ଡ ଆଙ୍କୋଲି ଖଳାସାହି ବସ୍ତି ଅଞ୍ଚଳର ୭ ଉଚ୍ଛେଦ ପରିବାରକୁ ଆରଏୱାଇ(ରାଜୀବ ଆବାସ ଯୋଜନା) ଗୃହରୁ ବଞ୍ଚିତ...

ତଳଗାଁ ଛାତ୍ରୀ ନିବାସରେ ଗୁଣିଗାରେଡି ଭୟ: ହଷ୍ଟେଲ ଛାଡିଲେ ୨୫ ଛାତ୍ରୀ

ତଳଗାଁ, ୧୯।୭(ଡି.ଏନ.ଏ)-ଗୁଣିଗାରେଡି ଭୟରେ ବୌଦ୍ଧ ଜିଲା ଆଦିବାସୀ ଅଧ୍ୟୁଷିତ ହରଭଙ୍ଗା ବ୍ଲକର ତଳଗାଁ ଛାତ୍ରୀ ନିବାସରେ ବୁଧବାର ରାତି ଓ ଗୁରୁବାର ସକାଳେ ୨୫ ଜଣ...

Advertisement
Archives

Model This Week