ଧର୍ମୀୟ ସ୍ବାଧୀନତାକୁ ସମର୍ଥନ: ବ୍ରାଜିଲରେ ବିଶାଳ ଶୋଭାଯାତ୍ରା

ରିଓ ଡି ଜେନେରୋ ,୧୭ା୯: ବ୍ରାଜିଲରେ ଗତ ୬ ବର୍ଷ ମଧ୍ୟରେ ଅସହିଷ୍ଣୁତା ମାମଲା ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଦେଶରେ ଧର୍ମୀୟ ସ୍ବାଧୀନତାକୁ ସମର୍ଥନ ଜଣାଇ ରବିବାର ହଜାର ହଜାର ଲୋକ ରିଓ ଡି ଜେନିରୋ ସହରରେ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ। ବିଭିନ୍ନ ଧର୍ମୀୟ ପରମ୍ପରାର ଲୋକମାନେ ଏଥିରେ ସାମିଲ ହୋଇଥିଲେ। ପୁରୁଷ, ମହିଳାଙ୍କ ସମେତ ପିଲାମାନେ ଧର୍ମୀୟ ସ୍ବାଧୀନତାର ସୁରକ୍ଷା ପାଇଁ ସ୍ଲୋଗାନ ଦେଉଥିବା ଦେଖାଯାଇଥିଲା।
ବ୍ରାଜିଲରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସଦସ୍ୟମାନଙ୍କ ଦ୍ୱାରା ଆକ୍ରମଣର ସମ୍ମୁଖୀନ ହେଉଥିବା ଆଫ୍ରୋ-ବ୍ରାଜିଲିଆନ୍‌ ଧର୍ମର ଲୋକମାନେ ଶୋଭାଯାତ୍ରାରେ ଅଧିକ ସଂଖ୍ୟାରେ ସାମିଲ ହୋଇଥିଲେ। ଏପରିକି ବ୍ରାଜିଲର ନବନିଯୁକ୍ତ ମାନବାଧିକାର ମନ୍ତ୍ରୀ ମାକାଏ ଏଭାରିଷ୍ଟୋ ମଧ୍ୟ ଶୋଭାଯାତ୍ରାରେ ଯୋଗ ଦେଇଥିବା ଦେଖାଯାଇଥିଲା। ଧର୍ମୀୟ ସ୍ବାଧୀନତାର ସୁରକ୍ଷା ଦାବିରେ କ୍ରମାଗତ ୧୭ ବର୍ଷ ହେଲା ଏଭଳି ଶୋଭାଯାତ୍ରା ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଛି। ଦେଶରୁ ଅସମାନତା ଦୂର କରିବା ବର୍ତ୍ତମାନର ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି ଏଭାରିଷ୍ଟୋ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳ ବୈଶାଖୀ ତାଣ୍ଡବ: ଉଡ଼ିଗଲା ୧୬୦ ଆଜବେଷ୍ଟସ ଛପର

ନନ୍ଦପୁର ୩।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ସଦର ମହକୁମାରେ ରବିବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଝଡ଼ ତୋଫାନରେ ଏକ…

ଘରେ ଶୋଇଥିଲା ୨ ମାସର ଶିଶୁ, ହଠାତ୍‌ ଲାଗିଗଲା ନିଆଁ, ଆଉ ତା’ପରେ…

ଖଜୁରିପଡ଼ା, ୩ା୫(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଟିଟ୍ରାପଙ୍ଗା ପଞ୍ଚାୟତ ତିଲକପଡ଼ା ଗ୍ରାମର ଶୁଭେନ୍ଦୁ ଦିଗାଲଙ୍କ ଘରେ ନିଆଁ ଲାଗି ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଛି।…

ମିକ୍ସଚର ମେସିନ୍ ଗାଡ଼ି ଓଲଟିବା ଘଟଣା, ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଞ୍ଜନଗର,୩।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର ତିଲିସିଙ୍ଗିରେ ମିକ୍ସଚର ଗାଡ଼ି ଓଲଟିବା ଘଟଣାରେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମଦନ ସିଂ…

ଶୋଇଥିବା ବେଳେ ମହିଳାଙ୍କୁ କାମୁଡିଦେଲା ସାପ, ତାପରେ….

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ) : ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସିନ୍ଦିରାପଲ୍ଲୀ ଗ୍ରାମର ସାବିତ୍ରୀ…

ବାଲେଶ୍ବର ବଢୁଛି ଜିଞ୍ଜର କାରବାର; ମାଡି ବସିଲା ଅବକାରୀ ପୋଲିସ, ୭ଅଭିଯୁକ୍ତ ଗିରଫ

ବାଲେଶ୍ୱର,୩ା୫( ବାଞ୍ଛାନିଧି ଦେ): ଜିଞ୍ଜର ଚାଲାଣ ବେଳେ ମାଡି ବସିଲା ଅବକାରୀ ପୋଲିସ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଭ୍ରାମ୍ୟମାଣ…

ପ୍ରଗତି କଲିଜିଏଟ ସ୍କୁଲର ସଫଳତା: ରଜତ ମେହେର ସ୍କୁଲ ଟପ୍ପର

ଭବାନୀପାଟଣା,୩।୫(ଉତ୍ତମ କୁମାର ଦାଶ)- ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଭବାନୀପାଟଣା ସହର ନିକଟସ୍ଥ ପ୍ରଗତି କଲିଜିଏଟ ସ୍କୁଲ ଅପୂର୍ବ…

ମାଟ୍ରିକ ଫଳାଫଳ: ସଫଳତାର ଶୀର୍ଷରେ ଘନଶ୍ୟାମ-ଏଞ୍ଜେଲିନା, ବିଭିନ୍ନ ମହଲରୁ ଶୁଭେଚ୍ଛା

ଥୁଆମୂଳ ରାମପୁର, ୩ା୫ (ଦୁର୍ଗା କୀର୍ତ୍ତି): ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଶିକ୍ଷା କ୍ଷେତ୍ରରେ ଏକ ନୂତନ…

କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ୍‌ ପରୀକ୍ଷା ପାସ୍‌ କଲେ ଲକ୍ଷ୍ମୀ

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଦୁର୍ଯ୍ୟୋଧନ ପାତ୍ର): ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ମାଲକାନଗିରି ଜିଲାର ଲକ୍ଷ୍ମୀ ଖିମୁଣ୍ଡୁ ୨ ହାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri