କୋଇଲା ଖଣି ଖନନକୁ ସମର୍ଥନ

ଅନୁଗୋଳ,୩୦୮(ଅମିତ କୁମାର ସାମଲ): ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି)ର ଉତ୍କଳ ବି୧ ଏବଂ ବି୨ କୋଇଲା ଖଣି ପାଇଁ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ମଙ୍ଗଳବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ଉପଜିଲାପାଳ ବରଣ୍ୟେନ୍ଦୁ ମହାନ୍ତି, ଭୂ-ଅର୍ଜନ ଅଧିକାରୀ ଇଶାନୀ ପଣ୍ଡା, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ଅଗସ୍ତି ବେହେରା, ଜିଲା ପରିଷଦ ସଭାପତି ବବିତା ପ୍ରଧାନ, ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ପ୍ରକଳ୍ପ ପ୍ରଭାବିତ ଗ୍ରାମବାସୀଙ୍କ ପ୍ରତିନିଧି, ସ୍ଥାନୀୟ ସ୍ବେଚ୍ଛାସେବୀ ସଂସ୍ଥାଙ୍କ ପ୍ରତିନିଧି, ଜେଏସ୍‌ପି ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ୱର ଝା, ଉପସଭାପତି ଆଶିଷ ପାଣ୍ଡେ, ଏଭିପି (ଜମି ଅଧିଗ୍ରହଣ) ସୁଜିତ ପ୍ରଧାନ, ଗ୍ରୁପ୍‌ ସିଏସ୍‌ଆର୍‌ ମୁଖ୍ୟ ପ୍ରଶାନ୍ତ ହୋତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ଏହି ବୈଠକରେ ଗ୍ରାମବାସୀ ପ୍ରତିନିଧିଙ୍କ ଦାବି ରକ୍ଷା କରାଯାଇ ଆସନ୍ତା ସେପ୍ଟେମ୍ବର ୧୦ ଏବଂ ୨୦ ତାରିଖରେ ପ୍ରକଳ୍ପ ବିସ୍ଥାପିତ ପରିବାରମାନଙ୍କ ସମୀକ୍ଷା ଏବଂ ତାଲିକା ଚୂଡ଼ାନ୍ତ କରିବା ପାଇଁ ଏକ ଶିବିର ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଜିଲାପାଳ ସ୍ବାଇଁ ପୁନର୍ବାସ ଏବଂ ପୁନଃଥଇଥାନ (ଆର୍‌ଆଣ୍ଡଆର୍‌) ପ୍ୟାକେଜ ଘୋଷଣା କରିଥିଲେ। ଏଥିରେ ଘର, ଜମି ଏବଂ ଆଗୁଆ ସ୍ଥାନ ଛାଡିବା ପାଇଁ ୧୫ ଲକ୍ଷ ଟଙ୍କା ଓ ଚାକିରି ବଦଳରେ ୨୦ ଲକ୍ଷ ଟଙ୍କା ମିଳିବ ବୋଲି ଜିଲାପାଳ କହିଥିଲେ। ଏହା ବ୍ୟତୀତ ଏକର ପ୍ରତି ୧୨ ଲକ୍ଷ ଟଙ୍କାର ଏକ୍ସ-ଗ୍ରାସିଆ ମଧ୍ୟ ଘୋଷଣା କରାଯାଇଥିଲା। ଗ୍ରାମବାସୀ ଏହାକୁ ଗ୍ରହଣ କଲେ ଖଣି କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯାଇ ପାରିବ ବୋଲି ଜିଲାପାଳ କହିଥିଲେ। ଗ୍ରାମବାସୀ ଏହି ଖଣି ପ୍ରକଳ୍ପକୁ ସମର୍ଥନ କରିବା ସହ ଖଣି କାର୍ଯ୍ୟ ଆରମ୍ଭ ନିମନ୍ତେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ କ୍ଷତିପୂରଣ ବାବଦକୁ ଅଧିକ ଅର୍ଥ ମଧ୍ୟ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟ ମୃତ୍ୟୁ: ବିବାଦୀୟ ADGଙ୍କ ବଦଳି, ମା ଆଣିଥିଲେ ସାଂଘାତିକ…

ଭୁବନେଶ୍ୱର,୨୨।୫: ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବଦଳି କରାଯାଇଛି। ତାଙ୍କୁ ADGP (କମ୍ୟୁନିକେସନ) ପଦରୁ ହଟାଯାଇ ଗୃହ ବିଭାଗରେ OSD (ଅଫିସର ଅନ୍ ସ୍ପେସିଆଲ୍ ଡ୍ୟୁଟି)…

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’

କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’…

୧୫୦ ହଜିଥିବା ମୋବାଇଲ୍  ହିତାଧିକାରୀଙ୍କୁ ହସ୍ତାନ୍ତର: ୧୬ ମାସ ପୂର୍ବରୁ ହଜିଯାଇଥିବା ଆଇଫୋନ୍‌ ଫେରିପାଇଲେ…

ଭଞ୍ଜନଗର, ୨୫।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପୋଲିସ ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୧୫୦ଟି ଫୋନ୍ ଜବତ…

ଝଗଡ଼ା ପରେ ସୀମା ପାର୍ କଲେ କୋହଲିଙ୍କ ଫ୍ୟାନ୍ସ, ଟ୍ରାଭିସ୍ ହେଡଙ୍କ ପତ୍ନୀଙ୍କୁ ଗାଳିଗୁଲଜ

ନୂଆଦିଲ୍ଲୀ,୨୫ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ୍ ହେଡ୍ ମୁହାଁମୁହିଁ ହୋଇଥିଲେ । ଫଳସ୍ୱରୂପ,…

ଟ୍ବିଶା ଶର୍ମା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି, CJI କହିଲେ ଆମେ ଦୁଃଖିତ ଯେ…

ନୂଆଦିଲ୍ଲୀ,୨୫।୫: ସୋମବାର (୨୫ ମଇ, ୨୦୨୬) ଭୋପାଳରେ ଟ୍ବିଶା ଶର୍ମା ମାମଲାର ଶୁଣାଣି ସମୟରେ, ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ (CJI) ମତ ଦେଇଥିଲେ ଯେ ମୃତକଙ୍କ ଶାଶୁ…

ଆଜି କାଲି କହି ଭଣ୍ଡାଉଛନ୍ତି ପୋଷ୍ଟ ଅଫିସ କର୍ମଚାରୀ: ଉପଭୋକ୍ତା ଅତିଷ୍ଠ

ଗଞ୍ଜାମ,(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବଡ଼ ବଜାର ସ୍ଥିତ ପୋଷ୍ଟ ଅଫିସର କର୍ମଚାରୀମାନଙ୍କ ମନମୁଖୀ ଆଚରଣ ନେଇ ଗ୍ରାହକମାନେ ଅତିଷ୍ଠ ହୋଇପଡ଼ିଛନ୍ତି। ଏମିତିକି ଗ୍ରାହକମାନଙ୍କ ସହ କର୍ମଚାରୀମାନେ…

ଚାଲିଥିଲା ଦେହ ବ୍ୟବସାୟ, ମାଡ଼ି ବସିଲା ପୋଲିସ, ପାଖରୁ ମିଳିଲା ଏହି ଆପତ୍ତିଜନକ ଜିନିଷ

ବରଗଡ଼,୨୫ା୫(ପ୍ରେମାନନ୍ଦ କମାରୀ): ବରଗଡ଼ ଟାଉନ ଥାନା ପୋଲିସ ରବିବାର ଡାଙ୍ଗ ଛକ ନିକଟ ପିପିଲିପାଲି ଗ୍ରାମରେ ଏକ ସେକ୍ସ ରାକେଟ ଠାବ କରିଛି। ସେଠାରେ ଦେହ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri