ଲିକେଜ ଗ୍ୟାସ ଟାଙ୍କି ଯୋଗାଣ

ବୁଗୁଡ଼ା,୧୦ା୧(ଡି.ଏନ.ଏ.): ବୁଗୁଡ଼ା ସହର ତଥା ଆଖପାଖ ଅଞ୍ଚଳର ଲୋକେ ରୋଷେଇ ଗ୍ୟାସ ପାଇଁ ବୁଗୁଡ଼ା ସହରରେ ଥିବା ଏକ ମାତ୍ର ଗ୍ୟାସ ଏଜେନ୍ସି କନକ ଦୁର୍ଗା ଇଣ୍ଡେନ ଗ୍ୟାସ ଉପରେ ନିର୍ଭର କରୁଥିବା ବେଳେ ଗ୍ରାହକମାନଙ୍କୁ ଯୋଗାଣ କରାଯାଉଥିବା ଅଧିକାଂଶ ଗ୍ୟାସ ଟାଙ୍କି ଲିକେଜ ଆସୁଥିବାରୁ ଗ୍ରାହକମାନେ ଅସନ୍ତୋଷ ଜାହିର କରିଛନ୍ତି। ରୋଷେଇ ଚାଲିଥିବା ବେଳେ ଯଦି ହଠାତ ଗ୍ୟାସ ସରିଯାଏ ସେତେବେଳେ ପାଖରେ ଥିବା ସିଲିଣ୍ଡର ସିଲ ଖୋଲି ଲଗାଇଲା ବେଳକୁ ଗ୍ୟାସ ଲିକ ଥିବା ଜଣାପଡୁଛି। ଫଳରେ ଅଧାରେ ରୋଷେଇ ବନ୍ଦ ହୋଇଯାଉଛି। ଏ ନେଇ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରିଲେ ବାଲେଶ୍ୱର ପ୍ଲାଣ୍ଟରୁ ଯେମିତି ଟାଙ୍କି ଆସୁଛି ଆମେ ଦେଉଛୁ ବୋଲି ସଫେଇ ଦେଉଛନ୍ତି। କେବଳ ଲିକ ହାଣ୍ଡି ଯୋଗାଣ ନୁହେଁ, ଗ୍ରାହକ ମାନଙ୍କ ରେଗୁଲେଟର ଖରାପ ହେଲେ ପୁରୁଣା ରେଗୁଲେଟର ବଦଳରେ ଏକ ନୂଆ ରେଗୁଲେଟର ମାଗଣାରେ ଯୋଗାଇ ଦେବା ନିୟମ ଥିବା ବେଳେ ଏଥିପାଇଁ ସ୍ଥାନୀୟ ଗ୍ୟାସ ଏଜେନ୍ସି ଗ୍ରାହକଙ୍କ ଠାରୁ ୭୫ ଟଙ୍କା ଲେଖାଏଁ ଆଦାୟ କରୁଥିବା ଅଭିଯୋଗ ହେଉଛି। ଗ୍ୟାସ ଦେବା ବେଳେ ଓଜନ କରି ଦେବାକୁ ନିୟମ ଥିବା ବେଳେ ଓଜନ ନକରି ଗ୍ରାହକଙ୍କୁ ଗ୍ୟାସ ଟାଙ୍କି ଦିଆଯାଉଥିବାରୁ ଲୋକେ ଠକାମୀର ଶିକାର ହେଉଛନ୍ତି। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିତର ରତ୍ନଭଣ୍ଡାରରେ କ’ଣ ଅଛି? ବାହାରକୁ ଆସିବା ପରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଦେଲେ ବଡ଼ ସୂଚନା

ଜଷ୍ଟିସ ବିଶ୍ବନାଥ ରଥ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ କରିବା ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା। ସକାଳ ୯ଟା...

ବାଇକ୍‌କୁ ଚାପି ଦେଲା ଟ୍ରକ: ଚାଲିଗଲା ୨ଯୁବକଙ୍କ ଜୀବନ

ଢେଙ୍କାନାଳ,୧୮।୭: ଢେଙ୍କାନାଳ ଜିଲା ୫୫ ନମ୍ବର ଜାତୀୟ ରାଜପଥ ମୋଟଙ୍ଗା ଥାନା ଚିନ୍ତାପୋଖରୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌କୁ ପଛପଟୁ...

ସ୍ନେକ ହେଲ୍ପଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଦେଲେ ବଡ଼ ସୂଚନା: ଭିତର ରତ୍ନଭଣ୍ଡାରରେ…

ପୁରୀ,୧୮।୭: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଖୋଲିଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ...

ଯୁବତୀଙ୍କ ମୁଣ୍ଡରେ ଛୁଞ୍ଚି ଫୁଟାଇଲେ ତାନ୍ତ୍ରିକ, ସାମ୍ନାକୁ ଆସିଲା ଖବର, ଆଉ ତା’ ପରେ…

ବଲାଙ୍ଗୀର,୧୮ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଇଚଗାଁରେ ଗୁଣିଗାରେଡ଼ିରେ ଜଣେ ଯୁବତୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଯୁବତୀଙ୍କ ବାରମ୍ବାର...

ଧର୍ମଶାଳାରେ ଖଣି ବିଭାଗର ବଡ଼ ରେଡ୍

ଭୁବନେଶ୍ୱର,୧୮ା୭: ଓଡ଼ିଶା ଖଣି ବିଭାଗ ଶୁକ୍ରବାର ଯାଜପୁର ଜିଲାର ଧର୍ମଶାଳା ଅଞ୍ଚଳରେ ଥିବା ଖଣି ଏବଂ ପଥର ଖଣି ଉପରେ ବ୍ୟାପକ ଚଢାଉ କରିଛି। ଲୁଣିବାର,...

ପୁରୁଷୋତ୍ତମପୁର ତହସିଲରେ ଅବ୍ୟବସ୍ଥା, ମୌଳିକ ସେବା ଯୋଗାଇବାକୁ ଦାବି କଲା ଭାଜପା

ପୁରୁଷୋତ୍ତମପୁର,୧୮ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଲାଗି ରହିଥିବା ବ୍ୟାପକ ଅବ୍ୟବସ୍ଥାକୁ ନେଇ ଗୁରୁବାର ଶାସକ ଭାରତୀୟ ଜନତା ପାର୍ଟି...

କାଉଡ଼ିଆଙ୍କ ପାଇଁ କଟକଣା: ଧବଳେଶ୍ୱର ପୀଠକୁ ଆଣିପାରିବେନି ପ୍ଲାଷ୍ଟିକ୍‌ ସାମଗ୍ରୀ

କଟକ,୧୮ା୭: ଆସୁଛି ଶ୍ରାବଣ ସୋମବାର। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ କାଉଡ଼ିଆଙ୍କ ଭିଡ଼ ଲାଗିବ। ଏହା ପୂର୍ବରୁ ଦେବୋତ୍ତର ବିଭାଗ ଓ ପୂଜକ କମିଟି ବୈଠକରେ କଡ଼ା...

ତଦାରଖ କମିଟି, ପରିଚାଳନା କମିଟି ଉପସ୍ଥିତିରେ ହିଁ ହେବ ଗଣତି: ଗଜପତି ମହାରାଜ

ପୁରୀ,୧୮ା୭: ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରୁ ବାହାରିବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୁରୁବାର ଅର୍ଥାତ୍‌ ଆଜି ସନ୍ଧ୍ୟା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri