Categories: ବାଣିଜ୍ୟ

ଟିକେଏମ୍‌ ପକ୍ଷରୁ ହାଇଡ୍ରୋଜେନ୍‌ ଇନ୍ଧନ ସେଲ୍‌ ମଡ୍ୟୁଲ ଯୋଗାଣ

ନୂଆଦିଲ୍ଲୀ,୭ା୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟୟୋଟା କିର୍ଲୋସ୍କର ମୋଟର(ଟିକେଏମ୍‌) ପକ୍ଷରୁ ହାଇଡ୍ରୋଜେନ୍‌ ଇନ୍ଧନ ସେଲ୍‌ ମଡ୍ୟୁଲ ଯୋଗାଣ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପ୍ରତ୍ୟେକ କ୍ଷେତ୍ରର ଶକ୍ତି ଉପତ୍ାଦନ, ଭିତ୍ତିଭୂମି ପ୍ରସ୍ତୁତି ଏବଂ ଉପଭୋକ୍ତା ଗ୍ରହଣକୁ ଧ୍ୟାନରେ ରଖି କାର୍ବନ ଡାଇଅକ୍ସାଇଡ ନିର୍ଗମନକୁ ନିୟନ୍ତ୍ରଣ କରିବା ପାଇଁ ବିଦ୍ୟୁତ୍‌କରଣ ଏବଂ ବିକଳ୍ପ ଇନ୍ଧନ ଯାନ ପ୍ରଦାନ କରିବାକୁ ଚେଷ୍ଟା ଜାରି ରଖିଛି। ଏପରିକି ବିଶ୍ୱସ୍ତରରେ ଟୟୋଟା ୨୦୫୦ ସୁଦ୍ଧା କାର୍ବନ ନିୟନ୍ତ୍ରଣ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ୨୦୩୫ ସୁଦ୍ଧା ଉପତ୍ାଦନ କାର୍ଯ୍ୟରେ ନେଟ୍‌ କାର୍ବନ ଜିରୋ ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରିଛି। ସେହିଭଳି ସବୁଜ ହାଇଡ୍ରୋଜେନ୍‌ ଅକ୍ଷୟ ଶକ୍ତି ଉତ୍ସରୁ ଉପତ୍ନ୍ନ ଏବଂ ଏକ ବ୍ୟାପକ ଦୃଷ୍ଟିକୋଣରେ ଟୟୋଟା ହାଇଡ୍ରୋଜେନ୍‌ ଟେକ୍ନୋଲୋଜି ଏବଂ ବିଭିନ୍ନ ସେକ୍ଟରରେ ଇନ୍ଧନ ସେଲ୍‌ ମଡ୍ୟୁଲ ବ୍ୟବହାରର ପ୍ରୋତ୍ସାହନ ଉପରେ ଗୁରୁତ୍ୱ ଜାରିରଖିଛି। ଏ ସମ୍ପର୍କରେ ଟିକେଏମ୍‌ର ବରିଷ୍ଠ ଉପସଭାପତି ତଥା ମୁଖ୍ୟ ଯୋଗାଯୋଗ ଅଧିକାରୀ ସୁଦୀପ ଏସ୍‌. ଡାଲ୍‌ଭି କହିଛନ୍ତି, ପ୍ରୋଟୋ ପରୀକ୍ଷା ଏବଂ ସମ୍ଭାବ୍ୟତା ପାଇଁ ଇନ୍ଧନ ସେଲ୍‌ ବାଣିଜି୍ୟକ ଯାନ ନିର୍ମାଣ ପାଇଁ ହାଇଡ୍ରୋଜେନ୍‌ ଇନ୍ଧନ ସେଲ୍‌ ମଡ୍ୟୁଲ ଅଶୋକ ଲେଲାଣ୍ଡକୁ ଯୋଗାଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ଟୟୋଟା ଟେଲପାଇପ ନିର୍ଗମନ ଏବଂ କାର୍ବନ ଫୁଟ୍‌ ପ୍ରିଣ୍ଟ ହ୍ରାସ କରିବା ଆମ ପାଇଁ ସର୍ବଦା ଗୁରୁତ୍ୱପୂର୍ଣ୍ଣ। ଆମେ ଶକ୍ତି ଆତ୍ମନିର୍ଭରଶୀଳତାର ଜାତୀୟ ଲକ୍ଷ୍ୟ ଦିଗରେ ମଧ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହା ବିଶ୍ୱସ୍ତରରେ ଶକ୍ତି ଶିଳ୍ପ ହାଇଡ୍ରୋଜେନ୍‌ ଏବଂ ଜୈବ ଇନ୍ଧନ ପରି କାର୍ବନ-ନିରପେକ୍ଷ ଇନ୍ଧନର ବୈଷୟିକ ଉଦ୍ଭାବନ ଉପରେ କାର୍ଯ୍ୟ ଜାରି ରଖିଛି, ୨୦୨୧-୨୨ ବଜେଟରେ ଭାରତ ସରକାର ଜାତୀୟ ହାଇଡ୍ରୋଜେନ୍‌ ମିଶନ ଘୋଷଣା କରିଛନ୍ତି। ଶକ୍ତି ଉତ୍ସ ଭାବରେ ହାଇଡ୍ରୋଜେନ୍‌ର ବ୍ୟବହାର ପାଇଁ ଏକ ରୋଡ୍‌ ମ୍ୟାପ୍‌ ଅଙ୍କନ କରାଯାଇଛି।

Share