ଚର୍ଚ୍ଚାରେ ଅକ୍ଷତା ମୂର୍ତ୍ତି: କେବେ କରୁଥିଲେ ବଲ୍‌ବର ମାର୍କେଟିଂ, ଏବେ ୫୯୦୦ କୋଟି ଟଙ୍କାର ମାଲିକାଣୀ

ଦିଲ୍ଲୀରେ ହୋଇଥିବା ଜି୨୦ ସମ୍ମିଳନୀରେ ଭାଗ ନେବା ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଭାରତ ଆସିଥିଲେ ପତ୍ନୀ ଅକ୍ଷତା ମୂର୍ତ୍ତି। ଏହି ସମୟରେ ଦୁହେଁ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ, ଯାହାର ଫଟୋ ଭାଇରାଲ ହେବା ପରେ ଅକ୍ଷତା ଚର୍ଚ୍ଚାକୁ ଆସିଛନ୍ତି। ସେବେଠାରୁ ଇନ୍‌ଫୋସିସ୍‌ର ଅନ୍ୟତମ ପ୍ରତିଷ୍ଠାତା ଅକ୍ଷରା କ’ଣ କରନ୍ତି ସେ ନେଇ ଅନେକ ଜାଣିବାକୁ ଇଚ୍ଛୁକ। ଆସନ୍ତୁ ଜାଣିବା…
ଇନ୍‌ଫୋସିସ୍‌ରେ ଅକ୍ଷତାଙ୍କ ୦.୯୩% ଶେୟାର ରହିଛି। ସେ ପ୍ରଥମ ଚାକିରି ଭାବେ ଟେଣ୍ଡରିସ୍‌ ନାମକ ଷ୍ଟାଟ୍‌ଅପ୍‌ରେ ଏଲ୍‌ଇଡି ବଲ୍‌ବର ମାର୍କେଟିଂ କରିଥିଲେ। ସେତେବେଳେ ସେ କମ୍ପାନୀର ୬୦,୦୦୦ ବଲ୍‌ବକୁ ଗୁଗୁଲ୍‌କୁ ବିକ୍ରି କରିବାର ଡିଲ୍‌ କରିଥିଲେ। ଏବେ ସେ କୈଟାମାରନ୍‌ ବେଞ୍ଚର୍ସ ୟୁକେ ଲିମିଟେଡ୍‌ର ନିର୍ଦ୍ଦେଶକ ଅଛନ୍ତି। ପୂର୍ବରୁ ସେ ନିଉ ଆଣ୍ଡ ଲିଙ୍ଗଉଡ୍‌ ଏବଂ ଡିଗ୍‌ମି ଫିଟ୍‌ନେସ୍‌ର ନିର୍ଦ୍ଦେଶକ ଥିଲେ। ଏହାଛଡ଼ା ସେ ଅକ୍ଷତା ଡିଜାଇନ୍ସର ମଧ୍ୟ ପ୍ରତିଷ୍ଠାତା।
ବର୍ତ୍ତମାନ ସମୟରେ ଦେଖିଲେ ସେ ସ୍ବାମୀ ଋଷିଙ୍କଠାରୁ ଅଧିକ ଧନୀ। ଅକ୍ଷତାଙ୍କ ମୋଟ ସମ୍ପତ୍ତି ୫୯୨୬ କୋଟି ଟଙ୍କା ହୋଇଥିବା ବେଳେ ସୁନକଙ୍କ ସମ୍ପତ୍ତି ୯୯୦ କୋଟି ଟଙ୍କା।
Share