ଭାରତର ବିକାଶ ହାର ୬.୩ ପ୍ରତିଶତ ଆକଳନ କଲା ବିଶ୍ୱବ୍ୟାଙ୍କ…

ନୂଆଦିଲ୍ଲୀ,୩।୧୦ : ଭାରତୀୟ ଅର୍ଥନୀତି ବିଷୟରେ ଏକ ଖୁସି ଖବର ଆସିଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬.୩ ପ୍ରତିଶତ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ବିଶ୍ୱ ଅଥନୈତିକ ଚାପ ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପ୍ରିଲ ୧ ରୁ ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ଜାରି ରହିଛି।  ଆହ୍ବାନମୂଳକ ପରିସ୍ଥିତି ସତ୍ତ୍ୱେ ଦକ୍ଷିଣ ଏସୀୟ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପ୍ରିଲ ସମୀକ୍ଷା ସମୟରେ ଏହାକୁ ହ୍ରାସ କରିବା ପରେ ବିଶ୍ୱ ବ୍ୟାଙ୍କ ଭାରତ ପାଇଁ ୬.୩ ପ୍ରତିଶତ ଅଭିବୃଦ୍ଧି ପୂର୍ବାନୁମାନ ବଜାୟ ରଖିଛି।

ବିଶ୍ୱବ୍ୟାପୀ ଆହ୍ବାନ ସତ୍ତ୍ୱେ ମଙ୍ଗଳବାର ପ୍ରକାଶିତ ବିଶ୍ୱ ବ୍ୟାଙ୍କର ନୂତନ ଇଣ୍ଡିଆ ଡେଭଲପମେଣ୍ଟ ଅପଡେଟ (ଆଇଡିୟୁ) ଅନୁଯାୟୀ ଭାରତ ୨୦୨୨-୨୦୨୩ ରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥନୀତି ମଧ୍ୟରୁ ଅନ୍ୟତମ। ଭାରତର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ପାଖାପାଖି ଥିଲା। ଜି -୨୦ ଦେଶ ମଧ୍ୟରେ ମଧ୍ୟ ଭାରତର ଅଭିବୃଦ୍ଧି ହାର ଦ୍ୱିତୀୟ ସର୍ବାଧିକ ଥିଲା ଏବଂ ଉଦୀୟମାନ ଅର୍ଥନୀତିର ହାରାହାରି ଦ୍ୱିଗୁଣିତ ହୋଇଥିଲା। ଶକ୍ତିଶାଳୀ ଘରୋଇ ଚାହିଦା, ଜନସାଧାରଣଙ୍କ ଭିତ୍ତିଭୂମି ବିନିଯୋଗ ଏବଂ ଏକ ଶକ୍ତିଶାଳୀ ଆର୍ଥିକ କ୍ଷେତ୍ର ଯୋଗୁଁ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା।

ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଭାରତରେ ବ୍ୟାଙ୍କ ଋଣ ପ୍ରାୟ ୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ବ୍ୟାଙ୍କ କହିଛି। ଅର୍ଥାତ ପ୍ରଥମ ତ୍ରୟମାସରେ ଭାରତରେ ବ୍ୟାଙ୍କ ଋଣ ୧୫.୮ ପ୍ରତିଶତ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଏହା ୧୩.୩ପ୍ରତିଶତ ଥିଲା । ୭.୪ ପ୍ରତିଶତ ଅଭିବୃଦ୍ଧି ସହିତ ଭାରତର ସେବା କ୍ଷେତ୍ର ଦୃଢ଼ ଼ ରହିବ ଏବଂ ପୁଞ୍ଜି ବିନିଯୋଗ ଅଭିବୃଦ୍ଧି ମଧ୍ୟ ୮.୯ ପ୍ରତିଶତରେ ରହିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଦୁର୍ବଳ ବିଶ୍ୱର ପରିବେଶର ଚାପରେ ବିଶ୍ୱ ବ୍ୟାଙ୍କ ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରର ବିକାଶଶୀଳ ଦେଶମାନଙ୍କ ପାଇଁ ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି। ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାଦେଶ ପାଇଁ ବ୍ୟାଙ୍କର ଆର୍ଥିକ ଅଦ୍ୟତନ ଅନୁଯାୟୀ ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି (ଜିଡିପି) ୨୦୨୩ ରେ ୫ ପ୍ରତିଶତ ଏବଂ ୨୦୨୪ ରେ ୪.୫ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଏପ୍ରିଲରେ ଏହା ଚଳିତ ବର୍ଷ ୫.୧ ପ୍ରତିଶତ ଏବଂ ପରବର୍ତ୍ତୀ ବର୍ଷ ପାଇଁ ୪.୮ ପ୍ରତିଶତ ବୋଲି ଆକଳନ କରାଯାଇଛି।

Share