Categories: ବାଣିଜ୍ୟ

ଇସ୍ତଫା ଦେଲେ ‘ଏକ୍ସ’ର ଭାରତ-ଦକ୍ଷିଣ ଏସିଆ ପଲିସି ମୁଖ୍ୟ

ନୂଆଦିଲ୍ଲୀ, ୨୩। ୯: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ'(ପୂର୍ବରୁ ଟୁଇଟର) ର ଭାରତ ଏବଂ ଦକ୍ଷିଣ ଏସିଆର ପଲିସି ମୁଖ୍ୟ ସମୀରନ୍ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାକୁ ଦେଶରେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କମ୍ପାନୀର ବଡ ଅଧିକାରୀଙ୍କ ଇସ୍ତଫା ବୋଲି କୁହାଯାଉଅଛି। କାରଣ ଏବେ ଏକ୍ସ ଏହାର ପ୍ଲାର୍ଟଫର୍ମରୁ କଣ୍ଟେଣ୍ଟ ହଟାଇବାକୁ ନେଇ ଭାରତ ସରକାରଙ୍କ ସହ ନ୍ୟାୟିକ ପ୍ରକ୍ରିୟାରେ ଫସିଛି। ତେବେ ସେ ଫେବୃଆରୀ ୨୦୨୨ରେ କମ୍ପାନୀରେ ସାମିଲ ହୋଇଥିଲେ।

Share