ଆରମ୍ଭ ହେଲା ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡ୍‌ସ-୨୦୨୪

ଭୁବନେଶ୍ୱର,୨୩।୩(ଅଭୟ ଦାଶ): ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ଆନୁକୂଲ୍ୟରେ ଶନିବାର ଆରମ୍ଭ ହୋଇଛି ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡ୍‌ସ-୨୦୨୪। ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇଏଏସ୍‌ ମନୋଜ କୁମାର ମିଶ୍ର (ପ୍ରିନ୍ସିପାଲ ସେକ୍ରେଟାରି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି, ଓଡ଼ିଶା ସରକାର, ଅଧ୍ୟକ୍ଷ ଓକାକ୍‌) ପ୍ରଦୀପ ପ୍ରଜ୍ୱଳନ କରି ଏହାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟ ଅତିଥି ଭାବେ ସଲିଳ ପାଣିଗ୍ରାହୀ (ହୋଟେଲିୟର) ମଧ୍ୟ ଯୋଗ ଦେଇଛନ୍ତି। ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଏବଂ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଉପସ୍ଥିତ ଅଛନ୍ତି।