Categories: ବାଣିଜ୍ୟ

ବିଜ୍ଞାପନ ବିଭାଗକୁ ପୁନର୍ଗଠନ କରିବ ଗୁଗଲ୍, ଚାକିରି ହରାଇବା ଭୟରେ ୧୨ ହଜାର କର୍ମଚାରୀ

ନୂଆଦିଲ୍ଲୀ, ୨୩।୧୨ : ଆମେରିକୀୟ ଟେକ୍ ଜାଏଣ୍ଟ ଗୁଗଲ୍ ଏହାର ସେଲସ ୟୁନିଟକୁ ପୁନର୍ଗଠନ କରିବାକୁ ଯୋଜନା କରୁଛି। କମ୍ପାନୀର ଏହି ନିଷ୍ପତ୍ତି ପରେ ଅନେକ କର୍ମଚାରୀଙ୍କ ମନରେ ଛଟେଇ ଭୟ ସୃଷ୍ଟି ହୋଇଛି, ଯେତେବେଳେ ପୂର୍ବରୁ କମ୍ପାନୀ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରି ସାରିଛି। ତେବେ ସୁନ୍ଦର ପିଚାଇଙ୍କ ନେତୃତ୍ୱର ଚାଲିଥିବା ଏହି କମ୍ପାନୀ ୨୦୨୩ରେ ଏପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଛଟେଇ କରି ନାହିଁ।

ରିପୋର୍ଟ ଅନୁଯାୟୀ ଗୁଗଲ୍ର ଆମେରିକା ଏବଂ ଗ୍ଲୋବାଲ ମ୍ୟାନେଜର ଥିବା ସିନ ଡାଉନି କହିଛନ୍ତି, ଗତ ସପ୍ତାହରେ ବସିଥିବା ବୈଠକରେ ସେଲସ ଟିମର ପୁନର୍ଗଠନ ନେଇ ଆଲୋଚନା ହୋଇଛି। ତେବେ ଏଥିପାଇଁ କମ୍ପାନୀ ଆଉ ଏକ ଛଟେଇ କରିବ କି ନାହିଁ ସେ କୌଣସି ସୂଚନା ଦେଇ ନାହାନ୍ତି। ଆଲୋଚନାରେ ଥିବା ବିଭାଗରେ ବର୍ତ୍ତମାନ ପ୍ରାୟ ୩୦ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ଗୁଗଲ୍ଏହି ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ ଏହା କୃତ୍ରିମ ବୁଦ୍ଧିମତା (ଏଆଇ) ରେ ବିନିଯୋଗ ଜାରି ରଖିଛି- ଏବଂ ମେସିନ୍ ଲର୍ନିଂ-ବିଜ୍ଞାପନ ବିକ୍ରୟକୁ ସୁଗମ କରିବା ପାଇଁ କମ୍ପାନୀ ଏଆଇର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛି। ଯାହା ଫଳରେ କମ୍ପାନୀ ମାନବଙ୍କ ଯୋଗଦାନକୁ ହ୍ରାସ କରିବ ଏବଂ ବଡ଼ ଛଟେଇ କରିବା ଆଶଙ୍କା ସୃଷ୍ଟି ହୋଇଛି।

 

Share