ଲୋକଙ୍କ ଅଭିଯୋଗ ଶୁଣୁନି ଯୋଗାଣ ବିଭାଗ : ଗଞ୍ଜାମରେ ୮୨୦ ମାମଲା ପେଣ୍ଡିଂ

ଛତ୍ରପୁର,୧୬।୧(ଡି.ଏନ୍‌.ଏ): ଯୋଗାଣ ସମ୍ବନ୍ଧୀୟ ଲୋକଙ୍କ ଅଭିଯୋଗ ଓ ସମସ୍ୟା ଜାଣିବା ଏବଂ ଏହାର ସମାଧାନ କରିବା ଲାଗି ରାଜ୍ୟ ସରକାର ଜିଆରଏସ ପୋର୍ଟାଲର ବ୍ୟବସ୍ଥା କରିଛନ୍ତି । ଫଳରେ ଜନସାଧାରଣ ଉକ୍ତ ପୋର୍ଟାଲ ଜରିଆରେ ଅନଲାଇନ୍‌ରେ ନିଜର ରାଶନକାର୍ଡ, ଧାନ, ସାର ବିକ୍ରି ଏବଂ ଅନ୍ୟାନ୍ୟ ଯୋଗାଣ ବିଭାଗର ସେବା ସମ୍ପର୍କରେ ନିଜ ନିଜର ଅଭିଯୋଗ ଓ ସମସ୍ୟା ଜଣାଇପାରୁଛନ୍ତି। ତେବେ ଏହାର ପ୍ରକୃତ ଉଦ୍ଦେଶ୍ୟ ଗଞ୍ଜାମ ଜିଲାରେ ସାଧନ ହୋଇପାରୁନ ଥିବା ଦେଖିବାକୁ ମିଳିଛ। ବାରମ୍ବାର ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ରିମାଇଣ୍ଡର ଜିଲା ଯୋଗାଣ ଅଧିକାରୀଙ୍କୁ ଆସିଛି । ମାତ୍ର ଏବେ ବି ଜନସାଧାରଣଙ୍କ ୮୨୦ ଅଭିଯୋଗର ସମାଧାନ ନହୋଇ ପେଣ୍ଡିଂ ରହିଛି । ଏଗୁଡିକର ସମାଧାନ ପାଇଁ ପୁଣି ରାଜ୍ୟ ଯେଗାଣ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କଠାରୁ ଜିଲା ଯୋଗାଣ ଅଧିକାରୀଙ୍କ ନିକଟକୁ ଚିଠି ଆସିଛି। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିବା ପାଇଁ ମଧ୍ୟ ଚିଠି ଆସିଥିବା ଜଣାଯାଇଛି । ଏତେ ସଂଖ୍ୟକ ଅଭିଯୋଗ ମାମଲାର ସମାଧାନ ହୋଇ ନ ଥିବାରୁ ଯୋଗାଣ ମନ୍ତ୍ରୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ଶୀଘ୍ର ଏଗୁଡିକର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିବା ଉକ୍ତ ଚିଠିରେ ଉଲ୍ଲେଖ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଯାପିତ: ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କରିଥିବା ୫ ପୁରସ୍କୃତ

ନୟାଗଡ଼ ଅଫିସ,୧୮।୧: ଗତ ୧୧ ତାରିଖଠାରୁ ଆରମ୍ଭ ହୋଇଥିବା ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ କାର୍ଯ୍ୟକ୍ରମ ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ...

ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି: ପଦଯାତ୍ରାରେ ଭୁବନେଶ୍ୱର ବାହାରିଲେ ସେବାୟତ

ବାରିପଦା ଅଫିସ,୧୯।୬: ମୟୂରଭଞ୍ଜ ଜିଲା ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଏ। ହେଲେ ସରକାରୀ ସ୍ତରରେ ଏହା ମାନ୍ୟତା ପାଇ ନାହିଁ। ସରକାରୀ ସ୍ତରରେ ଏହି...

ବାତ୍ୟା ଆଶ୍ରୟ ସ୍ଥଳୀରେ ବିତୁଛି ୨୪ ପରିବାରଙ୍କ ଜୀବନ

ପାରଳାଖେମୁଣ୍ଡି,୧୮ା୧୦(ଡି.ଏନ୍‌.ଏ.): ତିତ୍‌ଲି ମହାବାତ୍ୟାକୁ ଚାରିବର୍ଷ ବିତିଛି। ହେଲେ ଆଜିବି ପାରଳାଖେମୁଣ୍ଡି ପୌରପାଳିକା ଅଞ୍ଚଳରେ ୨୪ ପରିବାର ବାସହରା ହୋଇ ସ୍କୁଲ ଘରେ ଅସ୍ଥାୟୀ ବାତ୍ୟା ଆଶ୍ରୟ...

ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଆଠମଲ୍ଲିକ, ୨୯ା୧(ଡି.ଏନ.ଏ.) – ଆଠମଲ୍ଲିକ ଆଡିଶନାଲ ସେସନ୍ସ ଜଜ୍‌ ଏସ୍‌. ଆର୍‌. ସାମନ୍ତ ମଙ୍ଗଳବାର ଏକ ହତ୍ୟା ମାମଲାର ଶୁଣାଣି କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ...

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବିପତ୍ର

ଝାରସୁଗୁଡ଼ା ଅଫିସ,୨୩ା୧୧: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସେଣ୍ଟ୍ରାଲ କମିଟି ଆହ୍ବାନ କ୍ରମେ ଝାରସୁଗୁଡ଼ା ଜିଲା ବାର୍‌ ଆସୋସିଏଶନ ପକ୍ଷରୁ ବୁଧବାର...

ପାଣି ଘେରରେ ବଗପାଟିଆର ୫ଶହ ପରିବାର

ରାଜନଗର, ୮।୭(ଡି.ଏନ.ଏ.): ଗତ ଏକ ସପ୍ତାହ ଧରି ବର୍ଷା ଲାଗି ରହିଛି। ତେବେ ବର୍ଷା ଯୋଗୁ ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତର ବଗପାଟିଆ ଠାରେ ବସବାସ...

ବଜ୍ରପାତରେ ଚାଷୀଙ୍କ ପ୍ରାଣ ଗଲା

ଭୋଗରାଇ, ୫।୮(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସୋମବାର ଅପରାହ୍ନରୁ ଉତ୍ତର ବାଲେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇଛି। ଭୋଗରାଇ ବ୍ଲକ କଲ୍ୟାଣପୁର ଗ୍ରାମରେ ବଜ୍ରପାତ ହେବାରୁ...

ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ଭଟ୍‌ଲି: ୨୪।୬(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟ୍‌ଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ରବିବାର ରାତିରେ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ...

Advertisement
Archives

Model This Week