ଧାନ ଚୋରା ଚାଲାଣ ବେଳେ ମାଡିବସିଲା ଯୋଗାଣ ବିଭାଗ

କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଜୟପାଟଣା, କୋକସରା, କଲମପୁର, ଧର୍ମଗଡ଼ ବ୍ଲକ ଅଞ୍ଚଳରୁ ପଡୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ଧାନ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଶୁକ୍ରବାର କଳାହାଣ୍ଡି ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଧର୍ମଗଡ଼ ଉପଖଣ୍ଡ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଜାତୀୟ ରାଜପଥ ୨୬ ମୋଟେର ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ (ନଂ.ଓଡି୦୮ଇ୦୮୫୮)ରେ ଧାନ ବୋଝେଇ ହୋଇ ଯାଉଥିବା ବେଳେ ଯୋଗାଣ ବିଭାଗ ଅଧିକାରୀ ଅଟକାଇ କାଗଜପତ୍ର ଯାଞ୍ଚ ସମୟରେ ଏହା ଚୋରା ଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା। ଯୋଗାଣ ବିଭାଗ ପକ୍ଷରୁ ଟ୍ରକ ଓ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରସାଦ ସିଡ୍ସର ଟ୍ରକରେ ୧୦୪.୮୦ କୁଇଣ୍ଟାଲ ଧାନ ରହିଛି। ଚଢ଼ାଉରେ କଳାହାଣ୍ଡି ଯୋଗାଣ ଅଧିକାରୀ ମନୋଜ ଦାସ, ଉପଖଣ୍ଡ ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ମାଝି, ବ୍ଲକ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ଜୟପାଟଣା ବ୍ଲକ ଯୋଗାଣ ଅଧିକାରୀ ପ୍ରିୟ ରଞ୍ଜନ ନାଏକ, ଧର୍ମଗଡ଼ ବ୍ଲକ ଯୋଗାଣ ଅଧିକାରୀ ପ୍ରଶାନ୍ତ ଦାସ ସାମିଲ ରହିଥିଲେ। ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଜସ୍ୱିନୀ ବକ୍ତୃତା ଦେଇ ପାଟଣା ପାଇଁ ଗୌରବ ଆଣିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ

ପାଟଣା, ୧୪।୧୧(ବୀର କିଶୋର ଦାଶ): ଶିଶୁ ଶ୍ରମିକ ମୁକ୍ତ ଅଭିଯାନକୁ ନେଇ କେନ୍ଦୁଝର ଜିଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ପାଟଣା ବ୍ଲକ କେନ୍ଦେଇପଶି ଓଡ଼ିଶା…

ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି, ସତର୍କ କଲା ଜଳସମ୍ପଦ ବିଭାଗ

ଦିଗପହଣ୍ଡି,୧୪।୧୧(ଅଶେଷ ନାଥ ମିଶ୍ର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ବୁଧବାରଠାରୁ ଶନିବାର ଯାଏଁ ପ୍ରବଳ ପବନ ଓ ବର୍ଷା ହେବା ନେଇ…

ଶିକ୍ଷା ସହ ସେବା: ‘ଅର୍ଣ୍ଣବ’ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲା ଛତ୍ରପୁର ୟୁରୋ ସ୍କୁଲ

ଛତ୍ରପୁର, ୧୪।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତାର ହାତ ବଢ଼ାଇଛି ଛତ୍ରପୁରସ୍ଥିତ ୟୁରୋ ସ୍କୁଲ। ‘ଅର୍ଣ୍ଣବ ରିଲିଫ୍ ପାଣ୍ଠି’କୁ ସ୍କୁଲ…

ସାନଖେମୁଣ୍ଡି ବିଦ୍ୟାଳୟ ପାଇଲା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଅଞ୍ଚଳ ପାଇଁ ଗୌରବ

ଦିଗପହଣ୍ଡି,୧୪।୧୧(ଅଶେଷ ନାଥ ମିଶ୍ର): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପି.ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଭାଲିଆଝୋଳା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ…

ଶିଶୁମାନେ ହିଁ ରାଷ୍ଟ୍ର ନିର୍ମାଣର ମୁଖ୍ୟ ଆଧାର: କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଉତ୍ସାହର ସହ ପାଳିତ ହେଲା ଶିଶୁ ଦିବସ

କେସିଙ୍ଗା, ୧୪।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମହାନ ଶିଶୁପ୍ରେମୀ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ…

ଶିଶୁ ଦିବସରେ ଲାଞ୍ଜିଗଡ଼ ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ସୃଜନଶୀଳତା: ୬୭ଟି ମଡେଲ୍ ପ୍ରଦର୍ଶିତ, କୃତୀ ପ୍ରତିଯୋଗୀ ପୁରସ୍କୃତ

ଲାଞ୍ଜିଗଡ଼, ୧୪।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସଦର ମହକୁମାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଦିନ ଶିଶୁ ଦିବସ ଅବସରରେ…

୨୦ ଲକ୍ଷ ହେରଫେର: ଏନ୍‌ଏସି ସହକାରୀ ହିସାବ ରକ୍ଷକ ଗିରଫ

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସିର ସହକାରୀ ହିସାବରକ୍ଷକ ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଗିରଫ ହୋଇଛନ୍ତି। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ସନ୍ଦିପ ଚନ୍ଦ୍ରକାରଙ୍କ…

ମହାଦେବ ବେଟିଂ ଆପ୍‌ ମାମଲା: ସିବିଆଇର ବଡ଼ ଚଢ଼ାଉ, ବହୁ ଦସ୍ତାବିଜ୍‌ ଜବତ

ନୂଆଦିଲ୍ଲୀ,୧୪ା୧୧: ମହାଦେବ ଅନ୍‌ଲାଇନ୍‌ ବେଟିଂ ଆପ୍‌ ମାମଲାର ତଦନ୍ତ ଚଳାଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ୬ ରାଜ୍ୟର ୩୩ଟି ସ୍ଥାନରେ ଚଢ଼ାଉ କରିଛି। ତଲାସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?