
ଭୁବନେଶ୍ୱର,୨୨।୧:ଅଯୋଗ୍ୟ ରାଶନ କାର୍ଡ ହିତାଧିକାରୀଙ୍କୁ ତାଗିଦ୍ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ କରୁଛି ସରେଣ୍ଡର କରିଯାଆନ୍ତୁ । ସରେଣ୍ଡର ନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି।
ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। କିଏ ସରକାରୀ ଚାକିରି କରିଛି ତ କିଏ ଡାକ୍ତର ଓ ଶିକ୍ଷକ। ସବୁ ପ୍ରକାର ଲୋକ ଅଛନ୍ତି, ନିବେଦନ କରୁଛି ସରେଣ୍ଡର କରନ୍ତୁ। e-KYC ସରିବା ର୍ପୂବରୁ ସରେଣ୍ଡର କରନ୍ତୁ, ଡେଡଲାଇନ ନାହିଁ।