ମିଠାଦୋକାନୀଙ୍କୁ ହତ୍ୟା ପଛରେ ସୁପାରି

ଭୁବନେଶ୍ୱର,୧୩।୧୦(ବ୍ୟୁରୋ):  ଭୁବନେଶ୍ୱର ସାମନ୍ତରାପୁର ଛକରେ ମିଠା ଦୋକାନୀ ପ୍ରଭାକର ବେହେରାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ହତ୍ୟା ପଛରେ ସୁପାରି କିଲରଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି। ମୁଖ୍ୟ ଅଭିଯୁକ୍ତ ତଥା ଦୁଇ ସୁପାରି କିଲରଙ୍କୁ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଅଞ୍ଚଳରୁ ଗିରଫ କରିବା ପରେ ଏହା ଜଣାପଡିଛି। ସେମାନେ ହଲେ ଶିଶୁପାଳଗଡ଼ର ଶ୍ରୀତିକ ବିଶ୍ୱାଳ ଓ ଆଶୁତୋଷ ମହାନ୍ତି। ଏହାସହ ସେମାନଙ୍କୁ ଲୁଚାଇ ରଖିଥିବା ଅଭିଜିତ୍‌ ସାହୁଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଦୁଇଟି ବାଇକ୍‌ ଓ ଶାର୍ଟକୁ ପୋଲିସ ଜବତ କରିଥିବାବେଳେ ଓଡ଼ିଆଣୀ ଢାବା ପଛ ପଟୁ ଖଣ୍ଡା ମିଳିଛି। ଗିରଫ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ପୂର୍ବରୁ ୫ଜଣ ଗିରଫ ହୋଇଥିବାବେଳେ ଜଣେ ଆତ୍ମସର୍ମପଣ କରିଥିବା ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
ସେ କହିଛନ୍ତି, ମୃତ ପ୍ରଭାକର ସାମନ୍ତରାପୁର ଛକରେ ଥିବା ବଳାରାମ ମିଠା ଦୋକାନରେ ମୁଖ୍ୟ ମିସ୍ତ୍ରିଭାବେ କାମ କରୁଥିଲେ। କୌଣସି କାରଣକୁ ନେଇ ପ୍ରଭାକର ଉକ୍ତ ଦୋକାନକୁ ଛାଡ଼ିଦେଇ ନିକଟରେ ପାଲଟାଣି ମିଠା ବ୍ୟବସାୟ କରିଥିଲେ। ଏହାକୁ ନେଇ ବଳରାମ ମିଠା ଦୋକାନୀଙ୍କ ସହ ପ୍ରଭାକରଙ୍କ ଶତ୍ରୁତା ହୋଇଥିଲା। ମିଠା ଦୋକାନୀଙ୍କ ନାତି ରାଜ କିଶୋର ବେହେରା ତାଙ୍କୁ ସେଠାରୁ ଉଠି ଯିବାକୁ ଧମକ ଦେବା ସହ କେତେଜଣ ସାଙ୍ଗଙ୍କ ସହଯୋଗରେ ତାଙ୍କ ଦୋକାନ ଭଙ୍ଗାରୁଜା କରିଥିଲେ। ଏନେଇ ଲିଙ୍ଗରାଜ ଥାନାରେ କ୍ଷତିପୂରଣ ବାବଦକୁ ପ୍ରଭାକରଙ୍କୁ ୧୦ ହଜାର ଟଙ୍କା ଦେବାପରେ ମାମଲା ସମାଧାନ ହୋଇଥିଲା। ଏହାପରେ ରାଜକିଶୋର ଓ ତାଙ୍କ ପରିବାର ସଦସ୍ୟ ତାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ। ଏଥିପାଇଁ ଶ୍ରୀତିକ ଓ ଆଶୁତୋଷଙ୍କ ସହ ୫୦ ହଜାର ଟଙ୍କା ଡିଲ୍‌ ହୋଇଥିଲା। ପ୍ରଥମେ ଶ୍ରୀତିକ ୧୦ ହଜାର ଟଙ୍କା ଅଗ୍ରିମ ଆକାରରେ ନେଇଥିବାବେଳେ ହତ୍ୟା କରି ଫେରାର ସମୟରେ ଆଉ ୪୦ ହଜାର ନେବେ ଓ ଓକିଲ ଖର୍ଚ୍ଚ ବଳାରାମ ମିଠାଦୋକାନୀ ବହନ କରିବେ ବୋଲି କଥା ଛିଣ୍ଡି ଥିଲା। ଗତ ୪ ତାରିଖ ଅପରାହ୍ନରେ ଆଶୁତୋଷ ଗାଡ଼ି ଚଲାଉଥିବାବେଳେ ଶ୍ରୀତିକ ଖଣ୍ଡାଧରି ଗାଡି ପଛରେ ବସିଥିଲେ। ପ୍ରଭାକର ଦୋକାନକୁ ଯାଉଥିବାବେଳେ ଶ୍ରୀତିକ ଖଣ୍ଡାରେ ହାଣି ହତ୍ୟା କର ଅଭିଜିତଙ୍କ ସହଯୋଗରେ ଲୁଚି ରହିଥିଲେ। ୮ ତାରିଖରେ ରାଜକିଶୋର କୋର୍ଟରେ ଆତ୍ମସମର୍ପଣ କରିଥିଲେ ଏବଂ ୯ରେ ଜେଜେ ବଳରାମ, ବାପା ଦିଲୀପ, ମା’ସସ୍ମିତା, ସୁରକ୍ଷା ଦାତା ରଞ୍ଜନ ବାରିକ ଓ ବିଶ୍ୱଜିତ ବାରିକଙ୍କୁ ପୋଲିସ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ଶ୍ରୀତିକ ଏୟାରଫିଲ୍ଡ ଥାନାଞ୍ଚଳରେ ଅମରେଶ ନାୟକଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗ୍‌ର ସଦସ୍ୟ। ଏହି ମାମଲାରେ ଜେଲରୁ ବାହାରିଥିବା ଅଭିଯୁକ୍ତଙ୍କୁ କୋଭିଡ଼ ନିୟମ ଭାଙ୍ଗି ରାଲିରେ ଆଣିବା ମାମଲାରେ ଶ୍ରୀତିକ ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ ଔଷଧ ବିତରଣକୁ ନେଇ ଉତ୍ତେଜନା, ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକ ବନ୍ଦକଲେ ଗ୍ରାମବାସୀ

ବସ୍ତା, ୨୧।୧୨(ଡି.ଏନ୍‌.ଏ. ): ବାଲେଶ୍ୱର ଜିଲା ବସ୍ତାସ୍ଥିତ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭୁଲ ଔଷଧ ବିତରଣକୁ ନେଇ ସୋମବାର ସକାଳେ ଉତ୍ତେଜନା ଦେଖାଦେଇଛି। ମିଳିଥିବା...

କମୁଛି ଜଳ, ବଢୁଛି ଦୁଃଖ

ଖଇରା, ୨୯।୫ (ଡି.ଏନ.ଏ.)-ବାତ୍ୟା ୟାସ୍‌ ପ୍ରଭାବରେ ବାଲେଶ୍ୱର ଜିଲା ଖଇରା ବ୍ଲକରେ ବ୍ୟାପକ କ୍ଷତି ଘଟିଛି। କେଉଁଠି ବ୍ୟବସାୟୀଙ୍କ ଦୋକାନରେ ପାଣି ପଶି ଲକ୍ଷ ଲକ୍ଷ...

ଭିଜିଲାନ୍ସ ଜାଲରେ ତହସିଲଦାର

ସୋନପୁର/ତରଭା,୧୬।୧୧(ନି.ପ୍ର./ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ତରଭା ତହସିଲଦାର ତଥା ଭାରପ୍ରାପ୍ତ ସବ୍‌ରେଜିଷ୍ଟ୍ରାର ସୁବ୍ରତ କୁମାର ବେହେରା ଭିଜିଲାନ୍ସ ଦ୍ୱାରା ସୋମବାର ଗିରଫ ହୋଇଛନ୍ତି। ମଙ୍ଗଳବାର ତାଙ୍କୁ ବଲାଙ୍ଗୀର ଭିଜିଲାନ୍ସ...

ବିଜେପୁର: ବିଜୟ ନେଇ ସମସ୍ତେ ଆଶାବାଦୀ

ଭୁବନେଶ୍ୱର,୨୩-୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିପୁଳ ଭୋଟରେ ବିଜୟୀ ହେବା ନେଇ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ମଙ୍ଗଳବାର କହିଛନ୍ତି। ସେ କହିଛନ୍ତି...

କୋଭିଡ୍‌ରୁ ସୁସ୍ଥ ହେବା ପରେ କମୁଛି ଶ୍ରବଣ ଶକ୍ତି

ଭୁବନେଶ୍ୱର,୩।୩(ବ୍ୟୁରୋ): କୋଭିଡ୍‌ରୁ ସୁସ୍ଥ ହେଉଥିବା ବ୍ୟକ୍ତି ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କଠାରେ ଭିନ୍ନ ଭିନ୍ନ ରୋଗର ଲକ୍ଷଣ ଦେଖାଯାଉଛି। ଅଧିକାଂଶ ଲୋକଙ୍କ ଶ୍ରବଣ...

ସିଏଏ: ଏକ ନୈତିକ ଓ ସାମ୍ବିଧାନିକ ପ୍ରତିଫଳନ

ଉତ୍ତର ଦିଲ୍ଲୀ ଯମୁନା ନଦୀ କୂଳରେ ମଜନୁକା ତିଲାର ଏକ ଶରଣାର୍ଥୀ ଶିବିରରେ ଜନ୍ମ ନିଏ ଏକ କୁନିଝିଅ ‘ନାଗରିକତା’। ପାକିସ୍ତାନରେ ଉପତ୍ୀଡ଼ନ ସହ୍ୟ କରି...

ଅଜ୍ଞାତ ସ୍ଥାନରେ ଚାଲିଛି ମାଓବାଦୀ କମାଣ୍ଡର ହିଡ଼ମାଙ୍କ ଚିକିତ୍ସା

ମାଲକାନଗିରି,୨୭ା୧୦(ଡି.ଏନ୍‌.ଏ.): ହାର୍ଡକୋର ମାଓବାଦୀ କମାଣ୍ଡର ହିଡ଼ମା ଅସୁସ୍ଥ ହୋଇପଡ଼ିଛନ୍ତି। ଏକ ଅଜ୍ଞାତ ସ୍ଥାନରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଗୋଇନ୍ଦା ବିଭାଗ ପକ୍ଷରୁ ମିଳିଥିବା...

ଆଜି ରାଜ୍ୟରୁ ୧୦୩୨ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨ା୮(ବ୍ୟୁରୋ): ସୋମବାର ରାଜ୍ୟରୁ ୧୦୩୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୭୯,୭୩୭ରେ ପହଞ୍ଚିଥିବା ରାଜ୍ୟ ସୂଚନା...

Advertisement
Archives

Model This Week