Posted inUncategorized

ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ସନ୍‌ରାଇଜର୍ସ

ଲକ୍ଷ୍ନୌ,୭ା୪(ପି.ଟି.): ଶୁକ୍ରବାର ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍ସ (ଏଲଏସ୍‌ଜି)କୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ। ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିକଟରୁ ହାରିବା ପରେ ଏହି ମ୍ୟାଚ୍‌ରେ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିବ ହାଇଦ୍ରାବାଦ। ଅଧିନାୟକ ଏଡେନ୍‌ ମାରାକ୍ରମଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାର ପ୍ରଥମ ମ୍ୟାଚରେ ଅଧିନାୟକ ରହିଥିଲେ। କେବଳ ମାରାକ୍ରମ ନୁହନ୍ତି ହେନରିଚ୍‌ କ୍ଲାସେନ୍‌ ଓ ମାର୍କୋ ଜାନସେନ୍‌ଙ୍କ ପରି ଖେଳାଳି ଦଳକୁ ଫେରିଛନ୍ତି। ୨୦୨୧ରେ ଅନ୍ତିମ ଓ ବିଗତ ବର୍ଷରେ ୮ମ ସ୍ଥାନରେ ରହିଥିବା ସନରାଇଜର୍ସ ଚଳିତ ବର୍ଷ ମାରାକ୍ରମ ଓ ବ୍ରାଏନ୍‌ ଲାରାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ପ୍ରଥମ ମ୍ୟାଚ୍‌ରେ ବୃହତ୍‌ ପରାଜୟ ପରେ ସନରାଇଜର୍ସ ନିଜର ପାଓ୍ବାର ପ୍ଲେ ଗେମ୍‌ ସୁଧାରିବା ନେଇ ଆଶା କରାଯାଉଛି। ଟୁର୍ନାମେଣ୍ଟର ଅନ୍ୟତମ ଶ୍ରେଷ୍ଠ ପେସ୍‌ ଆଟାକ୍‌ ଭାବେ ଗଣାଯାଉଥିଲେ ମଧ୍ୟ ପ୍ରଥମ ମ୍ୟାଚରେ ଏହା ବିଫଳ ହୋଇଥିଲା। ଟି. ନଟରାଜନ(୨/୨୩)ଙ୍କୁ ବାଦ୍‌ ଦେଲେ ଦଳର ଅନ୍ୟ କୌଣସି ବୋଲର ପ୍ରଭାବ ପକାଇବାରେ ସମର୍ଥ ହୋଇ ନ ଥିଲେ। ଅଭିଜ୍ଞ ଭୁବନେଶ୍ୱର ଉଇକେଟ ଶୂନ୍ୟ ରହିଥିବା ବେଳେ ଫଜଲ୍ଲହକ୍‌ ଫାରୁକି ଓ ଉମ୍ରାନ୍‌ ମଲିକ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସ୍ପିନ୍‌ ବିଭାଗରେ ଓ୍ବାଶିଂଟନ୍‌ ସୁନ୍ଦର ଓ ଆଦିଲ ରଶିଦଙ୍କ ବୋଲିଂ ଅତ୍ୟନ୍ତ ସାଧାରଣ ରହିଥିଲା। ରାହୁଲ ତ୍ରିପାଠୀ ଓ ଅଭିଷେକ ଶର୍ମା ଖାତା ଖୋଲିବାରେ ବିଫଳ ହେବା ଟପ୍‌ ଅର୍ଡର ପାଇଁ ଏହା ଚିନ୍ତାର କାରଣ। ଷ୍ଟାର ଖେଳାଳି ହ୍ୟାରୀ ବ୍ରୁକ୍‌ ବିଫଳ ହେବା ଦଳକୁ କ୍ଷତି ପହଞ୍ଚାଇଥିଲା। ଅନ୍ୟପକ୍ଷରେ ଲୋକେଶ ରାହୁଲଙ୍କ ଏଲ୍‌ଏସ୍‌ଜି ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ଫର୍ମରେ ରହିଛି। ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିବା ପରେ ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ନିକଟରୁ ଅଳ୍ପକେ ପରାଜିତ ହୋଇଥିଲା। କାଇଲ୍‌ ମେୟର୍ସ ଉଲ୍ଲେଖନୀୟ ବ୍ୟାଟିଂ କରିଥିବା ବେଳେ ବୋଲିଂରେ ମାର୍କ ଉଡ୍‌ ଓ ରବି ବିଷ୍ଣୋଇ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଉଡ୍‌ ୮ ଉଇକେଟ ସହିତ ପର୍ପଲ କ୍ୟାପ୍‌ ହୋଲ୍ଡର ରହିଥିବା ବେଳେ ବିଷ୍ଣୋଇ ୫ ଉଇକେଟ ନେଇଛନ୍ତି। ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ମେୟର୍ସଙ୍କ ବ୍ୟତୀତ ଅନ୍ୟ ଟପ୍‌ ଅର୍ଡର ଖେଳାଳି ବିଫଳ ହୋଇଥିବାରୁ ଏଥିରେ ସୁଧାର ଆଣିବାକୁ ପ୍ରୟାସ କରିବ ସୁପର ଜାଏଣ୍ଟ୍ସ।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri