Posted inUncategorized

ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ସନ୍‌ରାଇଜର୍ସ

ଲକ୍ଷ୍ନୌ,୭ା୪(ପି.ଟି.): ଶୁକ୍ରବାର ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍ସ (ଏଲଏସ୍‌ଜି)କୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ। ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିକଟରୁ ହାରିବା ପରେ ଏହି ମ୍ୟାଚ୍‌ରେ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିବ ହାଇଦ୍ରାବାଦ। ଅଧିନାୟକ ଏଡେନ୍‌ ମାରାକ୍ରମଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାର ପ୍ରଥମ ମ୍ୟାଚରେ ଅଧିନାୟକ ରହିଥିଲେ। କେବଳ ମାରାକ୍ରମ ନୁହନ୍ତି ହେନରିଚ୍‌ କ୍ଲାସେନ୍‌ ଓ ମାର୍କୋ ଜାନସେନ୍‌ଙ୍କ ପରି ଖେଳାଳି ଦଳକୁ ଫେରିଛନ୍ତି। ୨୦୨୧ରେ ଅନ୍ତିମ ଓ ବିଗତ ବର୍ଷରେ ୮ମ ସ୍ଥାନରେ ରହିଥିବା ସନରାଇଜର୍ସ ଚଳିତ ବର୍ଷ ମାରାକ୍ରମ ଓ ବ୍ରାଏନ୍‌ ଲାରାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ପ୍ରଥମ ମ୍ୟାଚ୍‌ରେ ବୃହତ୍‌ ପରାଜୟ ପରେ ସନରାଇଜର୍ସ ନିଜର ପାଓ୍ବାର ପ୍ଲେ ଗେମ୍‌ ସୁଧାରିବା ନେଇ ଆଶା କରାଯାଉଛି। ଟୁର୍ନାମେଣ୍ଟର ଅନ୍ୟତମ ଶ୍ରେଷ୍ଠ ପେସ୍‌ ଆଟାକ୍‌ ଭାବେ ଗଣାଯାଉଥିଲେ ମଧ୍ୟ ପ୍ରଥମ ମ୍ୟାଚରେ ଏହା ବିଫଳ ହୋଇଥିଲା। ଟି. ନଟରାଜନ(୨/୨୩)ଙ୍କୁ ବାଦ୍‌ ଦେଲେ ଦଳର ଅନ୍ୟ କୌଣସି ବୋଲର ପ୍ରଭାବ ପକାଇବାରେ ସମର୍ଥ ହୋଇ ନ ଥିଲେ। ଅଭିଜ୍ଞ ଭୁବନେଶ୍ୱର ଉଇକେଟ ଶୂନ୍ୟ ରହିଥିବା ବେଳେ ଫଜଲ୍ଲହକ୍‌ ଫାରୁକି ଓ ଉମ୍ରାନ୍‌ ମଲିକ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସ୍ପିନ୍‌ ବିଭାଗରେ ଓ୍ବାଶିଂଟନ୍‌ ସୁନ୍ଦର ଓ ଆଦିଲ ରଶିଦଙ୍କ ବୋଲିଂ ଅତ୍ୟନ୍ତ ସାଧାରଣ ରହିଥିଲା। ରାହୁଲ ତ୍ରିପାଠୀ ଓ ଅଭିଷେକ ଶର୍ମା ଖାତା ଖୋଲିବାରେ ବିଫଳ ହେବା ଟପ୍‌ ଅର୍ଡର ପାଇଁ ଏହା ଚିନ୍ତାର କାରଣ। ଷ୍ଟାର ଖେଳାଳି ହ୍ୟାରୀ ବ୍ରୁକ୍‌ ବିଫଳ ହେବା ଦଳକୁ କ୍ଷତି ପହଞ୍ଚାଇଥିଲା। ଅନ୍ୟପକ୍ଷରେ ଲୋକେଶ ରାହୁଲଙ୍କ ଏଲ୍‌ଏସ୍‌ଜି ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ଫର୍ମରେ ରହିଛି। ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିବା ପରେ ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ନିକଟରୁ ଅଳ୍ପକେ ପରାଜିତ ହୋଇଥିଲା। କାଇଲ୍‌ ମେୟର୍ସ ଉଲ୍ଲେଖନୀୟ ବ୍ୟାଟିଂ କରିଥିବା ବେଳେ ବୋଲିଂରେ ମାର୍କ ଉଡ୍‌ ଓ ରବି ବିଷ୍ଣୋଇ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଉଡ୍‌ ୮ ଉଇକେଟ ସହିତ ପର୍ପଲ କ୍ୟାପ୍‌ ହୋଲ୍ଡର ରହିଥିବା ବେଳେ ବିଷ୍ଣୋଇ ୫ ଉଇକେଟ ନେଇଛନ୍ତି। ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ମେୟର୍ସଙ୍କ ବ୍ୟତୀତ ଅନ୍ୟ ଟପ୍‌ ଅର୍ଡର ଖେଳାଳି ବିଫଳ ହୋଇଥିବାରୁ ଏଥିରେ ସୁଧାର ଆଣିବାକୁ ପ୍ରୟାସ କରିବ ସୁପର ଜାଏଣ୍ଟ୍ସ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri