ସନ୍‌ରାଇଜର୍ସର ହ୍ୟାଟ୍ରିକ ବିଜୟ

ମୁମ୍ବାଇ, ୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୭ ଉଇକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। କୋଲକାତା ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୭୫ ରନ କରିଥିଲା। ଜବାବରେ ସନ୍‌ରାଇଜର୍ସ ରାହୁଲ ତ୍ରିପାଠୀ ଓ ଏଡେନ ମାରକ୍ରାମଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୧୭.୫ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ହାଇଦ୍ରାବାଦ ମାତ୍ର ୩୯ ରନ ମଧ୍ୟରେ ୨ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ମାତ୍ର ରାହୁଲ ୩୭ ବଲ୍‌ରୁ ୪ ଚୌକା ଓ ୬ ଛକା ସହାୟତାରେ ୭୧ରନ କରି ଦଳକୁ ବିଜୟ ପଥରେ ନେଇ ଯାଇଥିଲେ। ପରେ ମାରକ୍ରାମ ୩୬ ବଲ୍‌ରୁ ୬ ଚୌକା ଓ ୪ ଛକା ସହାୟତାରେ ୬୮ ରନରେ ଅପରାଜିତ ରହି ଦଳକୁ ୧୩ଟି ବଲ୍‌ ପୂର୍ବରୁ ବିଜୟୀ କରାଇଥିଲେ। କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୨ଟି ଓ ପ୍ୟାଟ୍‌ କୁମିନ୍ସ ଗୋଟିଏ ଉଇକେଟ ନେଇଥିଲେ। ପ୍ରଥମ ୨ଟି ମ୍ୟାଚ ହାରିବା ପରେ ପରବର୍ତ୍ତୀ ୩ ମ୍ୟାଚ ଜିତି ବିଜୟରେ ହ୍ୟାଟ୍ରିକ କରିଛି ସନ୍‌ରାଇଜର୍ସ। ଏଥିସହ ଦଳ ୫ ମ୍ୟାଚରୁ ୬ ପଏଣ୍ଟ ସହ ଟେବୁଲର ୭ମ ସ୍ଥାନକୁ ଉନ୍ନୀତ ହୋଇଛି।
ଚଳିତ ଆଇପିଏଲ୍‌ରେ ଚାଲିଥିବା ଧାରାକୁ ବଜାୟ ରଖି ସନ୍‌ରାଇଜର୍ସ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। କୋଲକାତା ୭୦ ରନ ମଧ୍ୟରେ ୪ଟି ଉଇକେଟ ହରାଇ ବିପଦରେ ପଡ଼ିଥିଲା। ଭେଙ୍କଟେଶ ଆୟାର ୬, ଆରୋନ ଫିଞ୍ଚ୍‌ ୭, ସୁନୀଲ ନାରିନ ୬ ଓ ଅଧିନାୟକ ଶ୍ରେୟାସ ଆୟାର ୨୮ ରନକରି ପ୍ୟାଭିଲିୟନ ଫେରିଥିଲେ। ମଧ୍ୟଭାଗରେ ଶେଲଡନ ଜ୍ୟାକ୍ସନ ମାତ୍ର ୬ ରନରେ ଆଉଟ ହୋଇଥିଲେ ହେଁ ରାଣା ଓ ରସେଲ ଲଢ଼ୁଆ ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ୩୬ଟି ବଲ୍‌ର ସମ୍ମୁଖୀନ ହୋଇଥିବା ରାଣା ୬ ଚୌକା ଓ ୨ ଛକା ସହାୟତାରେ ସର୍ବାଧିକ ୫୪ ରନ କରିଥିବାବେଳେ ରସେଲ ୨୫ ବଲ୍‌ରୁ ୪ଟି ଲେଖାଏ ଚୌକା ଓ ଛକା ସହ ୪୯ ରନରେ ଅପରାଜିତ ରହିଥିଲେ। ଶେଷଭାଗରେ ପ୍ୟାଟ୍‌ କୁମିନ୍ସ ୩ ଓ ଅମନ ହାକିମ ଖାଁ ୫ ରନ କରିବାକୁ ସକ୍ଷମ ହୋଇଥିଲେ। ହାଇଦ୍ରାବାଦ ବୋଲରଙ୍କ ମଧ୍ୟରେ ଟି. ନଟରାଜନ ସର୍ବାଧିକ ୩ଟି, ଉମ୍ରାନ ମଲିକ ୨ଟି ଏବଂ ଭୁବନେଶ୍ୱର କୁମାର, ମାର୍କୋ ଜାନସେନ ଓ ଜଗଦୀଶ ସୁଚିଥ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୭୫/୮ (ନୀତୀଶ ରାଣା-୫୪, ଆନ୍ଦ୍ରେ ରସେଲ-୪୯*, ଟି. ନଟରାଜନ-୩/୩୭, ଉମ୍ରାନ ମଲିକ-୨/୨୭, ଭୁବନେଶ୍ୱର କୁମାର-୧/୩୭, ମାର୍କୋ ଜାନସେନ-୧/୨୬, ଜଗଦୀଶ ସୁଚିଥ-୧/୩୨)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୭.୫ ଓଭରରେ ୧୭୬/୩ (ରାହୁଲ ତ୍ରିପାଠୀ-୭୧, ଏଡେନ ମାରକ୍ରାମ-୬୮*, ଆନ୍ଦ୍ରେ ରସେଲ-୨/୨୦, ପ୍ୟାଟ୍‌ କୁମିନ୍ସ-୪୦)।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri