ସନ୍‌ରାଇଜର୍ସର ହ୍ୟାଟ୍ରିକ ବିଜୟ

ମୁମ୍ବାଇ, ୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୭ ଉଇକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। କୋଲକାତା ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୭୫ ରନ କରିଥିଲା। ଜବାବରେ ସନ୍‌ରାଇଜର୍ସ ରାହୁଲ ତ୍ରିପାଠୀ ଓ ଏଡେନ ମାରକ୍ରାମଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୧୭.୫ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ହାଇଦ୍ରାବାଦ ମାତ୍ର ୩୯ ରନ ମଧ୍ୟରେ ୨ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ମାତ୍ର ରାହୁଲ ୩୭ ବଲ୍‌ରୁ ୪ ଚୌକା ଓ ୬ ଛକା ସହାୟତାରେ ୭୧ରନ କରି ଦଳକୁ ବିଜୟ ପଥରେ ନେଇ ଯାଇଥିଲେ। ପରେ ମାରକ୍ରାମ ୩୬ ବଲ୍‌ରୁ ୬ ଚୌକା ଓ ୪ ଛକା ସହାୟତାରେ ୬୮ ରନରେ ଅପରାଜିତ ରହି ଦଳକୁ ୧୩ଟି ବଲ୍‌ ପୂର୍ବରୁ ବିଜୟୀ କରାଇଥିଲେ। କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୨ଟି ଓ ପ୍ୟାଟ୍‌ କୁମିନ୍ସ ଗୋଟିଏ ଉଇକେଟ ନେଇଥିଲେ। ପ୍ରଥମ ୨ଟି ମ୍ୟାଚ ହାରିବା ପରେ ପରବର୍ତ୍ତୀ ୩ ମ୍ୟାଚ ଜିତି ବିଜୟରେ ହ୍ୟାଟ୍ରିକ କରିଛି ସନ୍‌ରାଇଜର୍ସ। ଏଥିସହ ଦଳ ୫ ମ୍ୟାଚରୁ ୬ ପଏଣ୍ଟ ସହ ଟେବୁଲର ୭ମ ସ୍ଥାନକୁ ଉନ୍ନୀତ ହୋଇଛି।
ଚଳିତ ଆଇପିଏଲ୍‌ରେ ଚାଲିଥିବା ଧାରାକୁ ବଜାୟ ରଖି ସନ୍‌ରାଇଜର୍ସ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। କୋଲକାତା ୭୦ ରନ ମଧ୍ୟରେ ୪ଟି ଉଇକେଟ ହରାଇ ବିପଦରେ ପଡ଼ିଥିଲା। ଭେଙ୍କଟେଶ ଆୟାର ୬, ଆରୋନ ଫିଞ୍ଚ୍‌ ୭, ସୁନୀଲ ନାରିନ ୬ ଓ ଅଧିନାୟକ ଶ୍ରେୟାସ ଆୟାର ୨୮ ରନକରି ପ୍ୟାଭିଲିୟନ ଫେରିଥିଲେ। ମଧ୍ୟଭାଗରେ ଶେଲଡନ ଜ୍ୟାକ୍ସନ ମାତ୍ର ୬ ରନରେ ଆଉଟ ହୋଇଥିଲେ ହେଁ ରାଣା ଓ ରସେଲ ଲଢ଼ୁଆ ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ୩୬ଟି ବଲ୍‌ର ସମ୍ମୁଖୀନ ହୋଇଥିବା ରାଣା ୬ ଚୌକା ଓ ୨ ଛକା ସହାୟତାରେ ସର୍ବାଧିକ ୫୪ ରନ କରିଥିବାବେଳେ ରସେଲ ୨୫ ବଲ୍‌ରୁ ୪ଟି ଲେଖାଏ ଚୌକା ଓ ଛକା ସହ ୪୯ ରନରେ ଅପରାଜିତ ରହିଥିଲେ। ଶେଷଭାଗରେ ପ୍ୟାଟ୍‌ କୁମିନ୍ସ ୩ ଓ ଅମନ ହାକିମ ଖାଁ ୫ ରନ କରିବାକୁ ସକ୍ଷମ ହୋଇଥିଲେ। ହାଇଦ୍ରାବାଦ ବୋଲରଙ୍କ ମଧ୍ୟରେ ଟି. ନଟରାଜନ ସର୍ବାଧିକ ୩ଟି, ଉମ୍ରାନ ମଲିକ ୨ଟି ଏବଂ ଭୁବନେଶ୍ୱର କୁମାର, ମାର୍କୋ ଜାନସେନ ଓ ଜଗଦୀଶ ସୁଚିଥ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୭୫/୮ (ନୀତୀଶ ରାଣା-୫୪, ଆନ୍ଦ୍ରେ ରସେଲ-୪୯*, ଟି. ନଟରାଜନ-୩/୩୭, ଉମ୍ରାନ ମଲିକ-୨/୨୭, ଭୁବନେଶ୍ୱର କୁମାର-୧/୩୭, ମାର୍କୋ ଜାନସେନ-୧/୨୬, ଜଗଦୀଶ ସୁଚିଥ-୧/୩୨)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୭.୫ ଓଭରରେ ୧୭୬/୩ (ରାହୁଲ ତ୍ରିପାଠୀ-୭୧, ଏଡେନ ମାରକ୍ରାମ-୬୮*, ଆନ୍ଦ୍ରେ ରସେଲ-୨/୨୦, ପ୍ୟାଟ୍‌ କୁମିନ୍ସ-୪୦)।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ପଜିଟିଭ ସତ୍ତ୍ୱେ ଖେଳିପାରନ୍ତି ଓ୍ବେଡ୍‌

ମେଲବୋର୍ନ, ୨୮ା୧୦(ପି.ଟି.): ଟି୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲୀୟ ଉଇକେଟକିପର ମାଥ୍ୟୁ ଓ୍ବେଡ୍‌ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ୧୫...

ଓମିକ୍ରନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଭାରତ

ନୂଆଦିଲ୍ଲୀ,୩୦।୧୧: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ପୂରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। କିନ୍ତୁ ଏହା ଆସନ୍ତା ମାସରୁ...

୪ ବର୍ଷରେ ପ୍ରଥମ ଥର ହେବ ଏମିତି; କୋହଲି କଦାଚିତ୍‌ କରି ନ ଥିଲେ ଏହାର କଳ୍ପନା

ନୂଆଦିଲ୍ଲୀ,୧।୧: ନୂଆ ବର୍ଷରେ ନୂଆ ଆରମ୍ଭ କରିବାକୁ ଭାରତୀୟ ଟିମ୍‌ ପ୍ରସ୍ତୁତ। ବିସିସିଆଇ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌...

‘କେଦାର ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ’

ମୁମ୍ବାଇ, ୨୪।୫(ପି.ଟି.)- ଇଂଲଣ୍ଡରେ ଚଳିତମାସ ୩୦ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ବିଶ୍ୱକପରେ କେଦାର ଯାଦବ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି...

ସ୍ତ୍ରୀ, ପୁଅକୁ ନେଇ ଘରେ ପହଞ୍ଚିଲେ ପାଣ୍ଡ୍ୟା; ଭାଉଜ କଲେ ଏପରି ସ୍ବାଗତ

ନୂଆଦିଲ୍ଲୀ, ୫।୮: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ପିତୃତ୍ୱ ଲାଭ କରିଥିଲେ। ତାଙ୍କ ସ୍ତ୍ରୀ ତଥା ସର୍ବିୟା ଅଭିନେତ୍ରୀ ନତାଶା...

‘ଦ୍ରାବିଡଙ୍କୁ ଏତେ ବ୍ରେକ୍‌ରେ ରହିବାର ଆବଶ୍ୟକତା କ’ଣ ଅଛି’

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ଟିମ୍‌ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଉଭୟ ଟିମ୍‌ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ଟି୨୦ ସିରିଜ ଖେଳାଯିବ। ଏହି...

ଆୟୋଜକ କମିଟି ଅଧ୍ୟକ୍ଷ ମୋରିିଙ୍କ ଇସ୍ତଫା

ଟୋକିଓ, ୧୩ା୨(ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ମୁଖ୍ୟ ୟୋଶିରୋ ମୋରି ଶୁକ୍ରବାର ପଦବୀରୁ ଇସ୍ତଫା ଦେଇଛନ୍ତି। ‘ମହିଳାମାନେ ଅଧିକ କଥାବାର୍ତ୍ତା କରିଥାନ୍ତି’। ଏଭଳି ମହିଳା...

ଭାରତକୁ ମିଳିଗଲା ନୂଆ ‘ଓ୍ବାଲ୍‌’

ଟୋକିଓ,୨।୮: ଟୋକିଓ ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ । ତିନି ଥର ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆକୁ ପରାସ୍ତ କରି...

Advertisement
Archives

Model This Week