Posted inଖେଳ

ଐତିହାସିକ ରେକର୍ଡ ହାସଲ କଲେ ସୁନୀଲ ନାରିନ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ପାଇଁ ବଲ ଅପେକ୍ଷା ସୁନୀଲ ନାରିନ ବ୍ୟାଟ ସହିତ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣ କରୁଛନ୍ତି। ଚଳିତ ସିଜନରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ନାରିନ ତୃତୀୟ ସ୍ଥାନରେ ଅଛନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚ୍‌ରେ ନାରିନ ୩୯ଟି ବଲରେ ୮୧ ରନ୍‌ର ଇନିଂସ ଖେଳି ୬ ଚୌକା ଓ ୭ ଛକା ସହାୟତାରେ ଖେଳିଥିଲେ ଏବଂ ପରେ ବୋଲିଂରେ ଗୋଟିଏ ଉଇକେଟ ନେଇଥିଲେ।
ଲକ୍ଷ୍ନୌ ବିପକ୍ଷରେ ଏହି ଚମତ୍କାର ପ୍ରଦର୍ଶନ ପରେ, ନାରିନ ତାଙ୍କ ନାମରେ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଥିଲେ, ଯାହାକି ଡ୍ବେନ ବ୍ରାଭୋ ଏବଂ ରବିନ୍ଦ୍ର ଜାଡେଜାଙ୍କ ପରି ମହାନ ଅଲରାଉଣ୍ଡର ମଧ୍ୟ କରିପାରି ନ ଥିଲେ। ଏହି ସିଜିନ୍‌ରେ ନାରିନ ୪୫୨ ରନ ସଂଗ୍ରହ କରି ବୋଲିଂ ବେଳେ ୧୪ ଉଇକେଟ ନେଇଛନ୍ତି, ଏହା ପରେ ସେ ଅରେଞ୍ଜ କ୍ୟାପ ତାଲିକାରେ ତୃତୀୟ ଏବଂ ପର୍ପଲ କ୍ୟାପ ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି।
ଏହା ସହିତ, ନାରିନ ଆଇପିଏଲ ଇତିହାସରେ ପ୍ରଥମ ଖେଳାଳି ଭାବେ ୧୫୦୦ରୁ ଅଧିକ ରନ ସଂଗ୍ରହ କରିଥିଲେ ଏବଂ ସମାନ ଦଳ ପାଇଁ ଖେଳିବାବେଳେ ୧୫୦ ରୁ ଅଧିକ ଉଇକେଟ ନେଇଥିଲେ। ନାରିନ ୨୦୧୨ରେ ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ। କେକେଆରରେ ଯୋଗ ଦେଇଥିବା ନାରିନ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳି ନାହାଁନ୍ତି।
ଏହି ତାଲିକାରେ ଏକରୁ ଅଧିକ ଫ୍ରାଞ୍ଚାଇଜ ଖେଳିଥିବା ରବିନ୍ଦ୍ର ଜାଡେଜା ପ୍ରଥମ ସ୍ଥାନରେ ଏବଂ ଡ୍ବେନ ବ୍ରାଭୋ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବାବେଳେ ବ୍ରାଭୋ ୧୦୦୪ ରନ ସଂଗ୍ରହ କରି ୧୪୦ ଉଇକେଟ ନେଇଥିଲେ। ଏହା ବ୍ୟତୀତ ରବିନ୍ଦ୍ର ଜାଡେଜା ଚେନ୍ନାଇ ପାଇଁ ଖେଳୁଥିବାବେଳେ ୧୬୩୯ ରନ ସଂଗ୍ରହ କରିଛନ୍ତି ଏବଂ ତାଙ୍କ ନାମରେ ୧୩୩ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?