Posted inଖେଳ

ବ୍ୟାଟ୍‌ ଛାଡି ମାଇକ୍‌ ଧରିବେ ଏହି କ୍ରିକେଟର୍‌

ଲଣ୍ଡନ,୬।୬: ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନ୍‌ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତୀୟ ଦଳ ଜୁନ ୩ରେ ସାଉଥମ୍ପଟନରେ ପହଞ୍ଚିଛି। ତେବେ ସମସ୍ତ ଖେଳାଳିଙ୍କୁ ଏବେ କ୍ୱାରାଣ୍ଟାଇନ୍‌ ରଖାଯାଇଛି। ବିଶେଷ କଥା ହେଉଛି ଏହି କ୍ରିକେଟରଙ୍କ ବ୍ୟତୀତ ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ମଧ୍ୟ ସାଉଥମ୍ପଟନରେ ପହଞ୍ଚିଛନ୍ତି, କିନ୍ତୁ ଏଥର ସେ ମ୍ୟାଚ ଖେଳିବା ପରିବର୍ତ୍ତେ ନୂତନ ଭୂମିକାରେ ନଜର ଆସିବେ।
ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରୁ ଦୀନେଶ କାର୍ତ୍ତିକ କ୍ରିକେଟ୍‌ ଭାଷ୍ୟକାର ଜଗତରେ ପାଦ ଦେବାକୁ ଯାଉଛନ୍ତି। ସେ ଭାରତର ପୂର୍ବତନ ଅଧିନାୟକ, ସମୀକ୍ଷକ ସୁନୀଲ ଗାଭାସ୍କରଙ୍କ ସହ ଡବ୍ଲୁଟିଏସି ଫାଇନାଲ ମ୍ୟାଚ ସମୟରେ ଭାଷ୍ୟକାର ଦାୟିତ୍ୱ ତୁଲାଇବେ। ସୁନୀଲ ଗାଭାସ୍କର ତାଙ୍କୁ ଭାଷ୍ୟକର ଡେବ୍ୟୁ ପାଇଁ ଅଭିନନ୍ଦନ ଜଣାଇଛନ୍ତି। କାର୍ତ୍ତିକଙ୍କ ସହ ନିଜର ଏକ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରି ଗାଭାସ୍କର ଲେଖିଛନ୍ତି, ଯେତେବେଳେ ମୁଁ ଭାରତୀୟ କ୍ରିକେଟ ଦଳର ପରାମର୍ଶଦାତା ଥିଲି, ସେତେବେଳେ ସେ ଟେଷ୍ଟ ଡେବ୍ୟୁ କରିଥିଲେ। ଏବେ ସେ ଡବ୍ଲ୍ୟୁଟିସି ଫାଇନାଲ ମାଧ୍ୟମରେ ଭାଷ୍ୟକାର ଜଗତରେ ପ୍ରବେଶ କରିବେ। ମୁଁ ନିଶ୍ଚିତ ଯେ ସେ ମଧ୍ୟ ଏଠାରେ ଭଲ ପ୍ରଦର୍ଶନ କରିବେ। ଶୁଭେଚ୍ଛା ଡିକେ।
ସୂଚନାଯୋଗ୍ୟ,ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦୁଇ ଜଣ ଭାରତୀୟ ଏବଂ ନ୍ୟୁଜିଲାଣ୍ଡର ସମୀକ୍ଷକଙ୍କୁ ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଏହାର ଭାଷ୍ୟକାର ପ୍ୟାନେଲରେ ଅନ୍ତର୍ଭୁକ୍ତ କରିଛି। ନିରପେକ୍ଷ ସମୀକ୍ଷକ ଭାବରେ ଇଂଲଣ୍ଡର ନାସିର୍‌ ହୁସେନ ଏବଂ ମାଇକେଲ ଆର୍ଥଟନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌: ସୁପର ଓଭରରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ,୨୧ା୯(ପି.ଟି.): ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ କିଙ୍ଗ୍ସ...

ଆଇପିଏଲ୍‌ ଅକ୍‌ଶନର ସମ୍ମୁଖୀନ ହେବେ ୨୯୨ ଖେଳାଳି

ଚେନ୍ନାଇ, ୧୧।୨: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଆଇପିଏଲ୍‌ ଅକ୍‌ଶନ(ନିଲାମ ପ୍ରକ୍ରିୟା) ଲାଗି ମୋଟ ୨୯୨ ଖେଳାଳିଙ୍କ ନାମ ବଛାଯାଇଛି। ଏ ନେଇ ଗୁରୁବାର...

ବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ସମାଧିରେ ଉପସ୍ଥିତ ହୋଇ ନ ଥିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୧।୧: ବାପାଙ୍କ ଏକମାତ୍ର ଇଚ୍ଛା ଥିଲା ପୁଅ ଭାରତ ପକ୍ଷରୁ ଟେଷ୍ଟ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରୁ। ହେଲେ ବଞ୍ଚିଥିବା ଅବସ୍ଥାରେ ବାପାଙ୍କୁ ସେହି ସୁଖ ଦେଇ...

ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ: ଜୋକୋଭିଚ୍‌, ଶାପୋଭାଲୋଭ ସେମିରେ

ଲଣ୍ଡନ, ୮।୭- ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଓ କାନାଡ଼ାର ଡେନିସ ଶାପୋଭାଲୋଭ ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର...

ଦେଶ ଛାଡ଼ିଲେ ଇରାନ୍‌ର ଏକମାତ୍ର ମହିଳା ଅଲିମ୍ପିକ୍‌ ମେଡାଲିଷ୍ଟ

ନିକୋସିଆ,୧୨।୧(ଏଏଫ୍‌ପି)- ଇରାନର ଏକମାତ୍ର ମହିଳା ଅଲିମ୍ପିକ ପଦକ ହାସଲକାରୀ ଆଥଲେଟ୍‌ କିମିଆ ଅଲିଜାଦେ ଦେଶ ଛାଡି ଚାଲିଯାଇଛନ୍ତି। ଶନିବାର ଏ ନେଇ ସେ ଘୋଷଣା କରିଛନ୍ତି।...

ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ଭାରତ

ଦୁବାଇ,୨୮।୮: ଏସିଆ କପ୍‌ ୧୫ତମ ସିଜିନ୍‌ରେ ଭାରତ ତାର ତାର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ...

କ୍ରିକେଟର ‘ଚୌକା କିଙ୍ଗ୍‌’, ୫୫ ବର୍ଷ ରେକର୍ଡ ଆଜି ବି ଅତୁଟ

ଇଂଲଣ୍ଡର ବାମହାତୀ ଓପନର୍‌ ଜନ ଏଡ୍ରିଚଙ୍କର ନାମରେ ଏକ ରେକର୍ଡ ଅଛି ଯାହା ଆଜି ବି ଅକ୍ଷୁର୍ଣ୍ଣ ରହିଛି। ସେ ଟେଷ୍ଟ ମ୍ୟାଚ୍‌ର ଏକ ଇନିଂସରେ...

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତର ନୂଆ ଜର୍ସି ଲଞ୍ଚ୍‌

ନୂଆଦିଲ୍ଲୀ,୧୩।୧୦: ଆଇସିସି ଟି -୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି କ୍ରିକେଟ ବୋର୍ଡ ଅଫ କ୍ରିକେଟ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ କରିଛି। ଏହି ଜର୍ସି...

Advertisement
Archives

Model This Week