Posted inଖେଳ

ଟି୨୦ ବିଶ୍ୱକପ୍‌ରେ ରୋହିତ- କୋହଲିଙ୍କୁ ଖେଳାଇବା ଉଚିତ, ସମର୍ଥନ ଜଣାଇ ଗାଭାସ୍କର କହିଲେ କାରଣ…

ନୂଆଦିଲ୍ଲୀ,୬।୧: ଜୁନ୍‌ରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିବାକୁ ସମର୍ଥନ କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର। ଉଭୟ ଦଳ ପାଇଁ କେବଳ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ନୁହନ୍ତି ବରଂ ଭଲ ଫିଲ୍ଡର ମଧ୍ୟ। ଏଣୁ ମଇଦାନରେ ସେମାନଙ୍କ ଉପସ୍ଥିତି ଦଳକୁ ଫାଇଦା ଦେବ। ଏଥିସହ ଡ୍ରେସିଂ ରୁମ୍‌ରେ ତାଙ୍କର ଉପସ୍ଥିତି ସକରାତ୍ମକତା ଆଣିବ ବୋଲି ସେ କହିଛନ୍ତି।

ଷ୍ଟାର ସ୍ପୋଟ୍ସକୁ ସାକ୍ଷାତକାର ଦେଇ ଗାଭାସ୍କର କହିଛନ୍ତି, ମୋତେ ବିରାଟ-ରୋହିତଙ୍କ ଫିଲ୍ଡିଂ ବହୁତ ପସନ୍ଦ। ସେ ଏବେ ବି ଭଲ ଫିଲ୍ଡର ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ମଇଦାନରେ ଏହା ଦଳକୁ ଫାଇଦା ଦେବ। କେବେ କେବେ କ୍ରିକେଟରମାନେ ୩୫-୩୬ ବର୍ଷର ହୋଇଗଲେ ଭଲ ପ୍ରଦର୍ଶନ କରିପାରି ନ ଥାନ୍ତି। ଫିଲ୍ଡିଂରେ ପ୍ରଭାବ କମ୍‌ ଥିବାରୁ ମଇଦାନରେ କେଉଁଠି ଛିଡ଼ା କରାଯିବ ସେ ନେଇ ଚିନ୍ତା ବଢ଼େ। ହେଲେ ବିରାଟ ଏବଂ ରୋହିତଙ୍କୁ ନେଇ ସେଭଳି କିଛି ସମସ୍ୟା ନାହିଁ। କାରଣ ଏମାନେ ଏବେ ବି ଭଲ ଫିଲ୍ଡର ଅଟନ୍ତି।

ପ୍ରକାଶ ଯେ, ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍‌ଏ ମିଳିତ ଭାବେ ଆୟୋଜନରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଜୁନ୍‌ ୧ରେ ଆରମ୍ଭ ହେବ। ଜୁନ୍‌ ୫ରେ ନ୍ୟୁୟର୍କଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଭାରତ ଏହାର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ। ତେବେ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ଟି୨୦ ଦଳର ଅଧିନାୟକ ଅଛନ୍ତି। ଏଣୁ ରୋହିତଙ୍କ ନେତୃତ୍ୱରେ ଦଳ ବିଶ୍ୱକପ୍‌ ଖେଳିବ କି କ୍ରିକେଟର କେବଳ ଜଣେ ଖେଳାଳି ଭାବେ ଜଡ଼ିତ ରହିବେ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri