ଫେଲ୍‌ ମାରିଛି ସୁନେତ୍ର ଯୋଜନା

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ବହୁ ବର୍ଷ ହେବ ଚକ୍ଷୁ ବିଶେଷଜ୍ଞ ଓ ସହାୟକ ପଦବୀ ଖାଲି ପଡିଥିବାରୁ ୨୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ବିଭାଗ ରୋଗୀଙ୍କ କାମରେ ଆସୁନି। ଏଥିସହିତ ଜିଲାରେ ସୁନେତ୍ର ଯୋଜନା ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି। ଜିଲାର ଅନ୍ୟ କୌଣସି ଡାକ୍ତରଖାନାରେ ଚକ୍ଷୁ ବିଶେଷଜ୍ଞ ପଦବୀ ନ ଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨ଟି ବିଶେଷଜ୍ଞ ପଦବୀ ଭିତରୁ ୨ଟି ଯାକ ଖାଲି ପଡ଼ିଛି। ଗତ ମାସରେ ଜଣେ ବିଶେଷଜ୍ଞ କାର୍ଯ୍ୟରେ ଯୋଗଦେଇଥିବା ବେଳେ ସେ ମଧ୍ୟ ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ରହିଛନ୍ତି। କେବଳ ବିଶେଷଜ୍ଞ ନୁହନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଉମରକୋଟ ସବଡିଭିଜିନାଲ ହସପିଟାଲକୁ ଛାଡିଦେଲେ ଜିଲାର ୧୦ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସହାୟକ ପଦବୀ ଖାଲି ପଡିଛି। ତେବେ ଚକ୍ଷୁ ପରୀକ୍ଷା ପାଇଁ ପ୍ରତି ଡାକ୍ତରଖାନାକୁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଥିବାବେଳେ ଡାକ୍ତର ଅଭାବ ଯୋଗୁ ସେଗୁଡିକ ବ୍ୟବହାର ନ ହୋଇ ଖତ ଖାଉଛି। ଫଳରେ ଜିଲାରେ ୧୦ଟି ବ୍ଲକ ୧୮୯ ପଞ୍ଚାୟତର ଲୋକ ଚକ୍ଷୁ ଚିକିତ୍ସା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ, ଚକ୍ଷୁ ପରୀକ୍ଷା ଓ ଆବଶ୍ୟକ ସେବା ଯୋଗାଇଦେବା ପାଇଁ ଗତ ୨୦୧୮ରୁ ଜିଲାରେ ସୁନେତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ମାଧ୍ୟମରେ ସହାୟକଙ୍କ ସମେତ ବିଭିନ୍ନ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଗ୍ରାମାଞ୍ଚଳକୁ ଯାଇ ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧାବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଯାହାର ପରଳ ଦୋଷ ରହିଛି ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଅସ୍ତ୍ରୋପଚାର କରାଯିବ। ଯାହାର ଚଷମାର ଆବଶ୍ୟକତା ରହିଛି ସେମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରାଇବାର ବ୍ୟବସ୍ଥା ରହିଛି। କେବଳ ଗ୍ରାମାଞ୍ଚଳ ନୁହେଁ ବିଭିନ୍ନ ସ୍କୁଲକୁ ଗସ୍ତ କରି ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରିବା ଚକ୍ଷୁ ଦୋଷ ଥିବା ପିଲାଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଚକ୍ଷୁ ପରୀକ୍ଷାରେ ଏବେ ଆଶାକର୍ମୀଙ୍କୁ ମଧ୍ୟ ସାମିଲ କରାଯାଇ ସେମାନଙ୍କୁ ବିଭିନ୍ନ ଉପକରଣ ଦିଆଯାଇଛି। ତେବେ ଚକ୍ଷୁ ବିଶେଷଜ୍ଞ ଓ ସହାୟକ ପଦବୀ ଖାଲି ପଡିଥିବାରୁ ଜିଲାରେ ସୁନେତ୍ର ଯୋଜନା ଫେଲ୍‌ ମାରିଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ କରୋନା ପର ଠାରୁ ମୋବାଇଲର ବହୁଳ ବ୍ୟବହାର ଯୋଗୁ ଏବେ ଗତ ୨ ବର୍ଷ ହେବ ଜିଲାରେ ଚକ୍ଷୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ସଡକ ପରିବହନ ବିଭାଗ ପକ୍ଷରୁ ମୋଟର ଗାଡି ଲାଇସେନ୍ସ ପାଇଁ ମଧ୍ୟ ଚକ୍ଷୁ ପରୀକ୍ଷା ବାଧ୍ୟତାମୂଳକ ଓ ପ୍ରମାଣପତ୍ରର ଆବଶ୍ୟକ ପଡୁଛି। ତେବେ ଚକ୍ଷୁ ବିଶେଷଜ୍ଞ ଓ ସହାୟକ ପଦବୀ ଖାଲି ପଡିଥିବାରୁ ରୋଗୀ ଡାକ୍ତରଖାନାକୁ ଆସି ଫେରିକି ଯାଉଥିବା ଦେଖିବାକୁ ମିଳୁଛି। ଅନ୍ୟକ୍ଷରେ ରୋଗୀ ବାଧ୍ୟ ହୋଇ ବିଭିନ୍ନ ଚଷମା ଦୋକାନକୁ ଯାଇ ଅଧିକ ଟଙ୍କାରେ ଚକ୍ଷୁ ପରୀକ୍ଷା କରିବା ସହ ଚିକିତ୍ସିତ ହେଉଛନ୍ତି। ଯେଉଁ ଚଷମାର ଦାମ୍‌ ଶହେରୁ ୨ଶହ ଟଙ୍କା ତାକୁ ବିଭିନ୍ନ ଘରୋଇ କ୍ଲିନିକରେ ୧ହଜାରରୁ ଅଧିକ ଟଙ୍କା ଦେଇ କିଣିବାକୁ ପଡୁଥିବା ରୋଗୀ ଅଭିଯୋଗ କରୁଛନ୍ତି। ସେହିପରି ଅନେକ ରୋଗୀ ବାଧ୍ୟ ହୋଇ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ଥିବା ଚକ୍ଷୁ କ୍ଲିନିକକୁ ଯାଇ ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର କରାଇ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସିଡିଏମ୍‌ଓ କାଳୀ ପ୍ରସାଦ ବେହେରାଙ୍କୁ ପଚାରିବାରୁ ମୁଖ୍ୟ ଚିକତ୍ସାଳୟରେ ୨ ଜଣ ଚକ୍ଷୁ ବିଶେଷଜ୍ଞ ନିଯୁକ୍ତି ହୋଇଛନ୍ତି, ଜଣେ କାର୍ଯ୍ୟରେ ଯୋଗଦେଇ ଛୁଟିରେ ଥିବାବେଳେ ଅନେ ଜଣେ ଖୁବଶୀଘ୍ର କାର୍ଯ୍ୟରେ ଯୋଗଦେବେ ବୋଲି ସେ କହିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଗୁରୁତର ସହ ବିଚାର କରି ଜିଲାରେ ଖାଲିଥିବା ପଦବୀ ପୂରଣ କରିବାକୁ ଜନସାଧାରଣ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ଗୋଖରକୁଦା ରାସ୍ତାରେ ଭାଙ୍ଗିଲା ଗଛ, ଘରେ ପଶିଲା ବର୍ଷା ଜଳ

ଗଞ୍ଜାମ,୨୫।୯(ବିଦ୍ୟାଧର ସାହୁ ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତୁହାକୁ ବର୍ଷା ପାଇଁ ଲୋକେ ଘରୁ ପଦାକୁ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?