ସୁନ୍ଦରଗଡ ଜିଲା ଓକିଲ ସଂଘ ନିର୍ବାଚନ: କମଳ ସେନ୍‌ ସଭାପତି ନିର୍ବାଚିତ

ସୁନ୍ଦରଗଡ,୧୪।୧୨ (ଡି.ଏନ୍‌.ଏ) -ବରିଷ୍ଠ ଆଇନ୍‌ଜୀବୀ କମଳ ଲୋଚନ ସେନ୍‌ ସୁନ୍ଦରଗଡ ଜିଲା ଓକିଲସଂଘ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଓଡିଶା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ଶନିବାର ଶେଷ ହୋଇଛି । ପୂର୍ବରୁ ସଭାପତି ପଦବୀକୁ ଛାଡି ଅନ୍ୟ ପଦବୀ ଗୁଡିକରେ ପ୍ରାର୍ଥୀ ମାନେ ନିର୍ବାଚିତ ହୋଇଥିଲେ । ଶନିବାର ସଭାପତି ପଦବୀ ସକାଶେ ମତଦାନ ହୋଇଥିଲା। କମଳ ଲୋଚନ ସେନ ଓ ଗଜେନ୍ଦ୍ର ପାତ୍ର ଏହି ପଦବୀରେ ପ୍ରତିଦ୍ୱନ୍ଦିତା କରିଥିଲେ । ସଂଘର ୧୧୫ଜଣ ସଦସ୍ୟ ମତଦାନ କରିଥିଲେ। ସେଥିମଧ୍ୟରୁ ଗଜେନ୍ଦ୍ର ପାତ୍ରଙ୍କ ସପକ୍ଷରେ ୨୮ଖଣ୍ଡ ଭୋଟ ପଡିଥିବା ବେଳେ କମଳଲୋଚନ ସେନଙ୍କ ସପକ୍ଷରେ ୮୪ଖଣ୍ଡ ଭୋଟ ପଡିଥିଲା। ବରିଷ୍ଠ ଆଇନ୍‌ଜୀବୀ ସେନ୍‌ ୮୪ଖଣ୍ଡ ଭୋଟ ପାଇ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ଗଜେନ୍ଦ୍ର ପାତ୍ରଙ୍କୁ ୫୬ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଭୋଟ ଗଣତି ବେଳେ ୩ଖଣ୍ଡ ଭୋଟ ନାକଚ ହୋଇଛି । ବରିଷ୍ଠ ଆଇନଜୀବୀ ନବୀ ଇମାମ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିବା ବେଳେ ଗଣେଶ କୁମାର ନାଏକ ଓ ବୀରେନ୍ଦ୍ର କୁମାର ପ୍ରସାଦ ସହକାରୀ ନିର୍ବାଚନଅଧିକାରୀ ଭାବେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ମାମଲାରେ ପୂର୍ବତନ ରେଭେନ୍ୟୁ କର୍ମଚାରୀ ଦୋଷୀ ସାବ୍ୟସ୍ତ

ସୁନ୍ଦରଗଡ,୨୯।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ମଙ୍ଗଳବାର ଏକ ଲାଞ୍ଚ ମାମଲାର ଶୁଣାଣି କରିଛନ୍ତି। ଏଥିରେ ରାଉରକେଲା ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟର ରେଭେନ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?