ସବଡେଗା,୧୪ା୧୧(ଅନନ୍ତ ପଟେଲ): ସୁନ୍ଦରଗଡ ଜିଲା ସବଡେଗା ବ୍ଲକ କଇଁସରା ଗ୍ରାମର ଅଜୟ ବାଆ ତିନିବର୍ଷ ହେବ ଓଡ଼ିଶା ପୋଲିସରେ ଯୋଗ ଦେଇଥିଲେ। କାର୍ଯ୍ୟରତ ସମୟରେ ଅଜୟ କଲ ଟ୍ରାକିଂ ଡ୍ୟୁଟିରେ ଯାଇ ଭଦ୍ରକରୁ ପୁରୀ ଫେରୁଥିବା ସମୟରେ ବାସୁଦେବପୁର ରାସ୍ତାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ସେ ସମସ୍ତଙ୍କୁ ଛାଡ଼ି ଚିରଦିନ ପାଇଁ ଚାଲିଗଲେ। ପରେ
ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କ ପାର୍ଥିବ ଶରୀରକୁ ନିଜ ଗାଁ କଇଁସରା ମାଟିକୁ ଶନିବାର ଅଣାଯାଇଥିଲା ଅଞ୍ଚଳର ଅନେକ ଯୁବକ ସଂଘ ଏହା ଜାଣିପାରି ତାଙ୍କର ପାର୍ଥିବ ଶରୀରକୁ ସବଡ଼େଗା ଠାରୁ ଏକ ରାଲି କରି ଦେଶଭକ୍ତି ସ୍ଲୋଗାନ ସହ ଅଜୟ ଭାଇ ଅମର ରହେ କହି ତାଙ୍କର ଶେଷ ଯାତ୍ରା ନିଜ ଜନ୍ମମାଟି ଅଭିମୁଖେ ଯାଇପହଞ୍ଚିଥିଲା। ପରିବାର ଲୋକେ ଅଜୟର ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡ଼ିଥିଲେ ସହ ସହ ଗ୍ରାମବାସୀ ତାଙ୍କର ଶେଷ ଦର୍ଶନ କରିଥିଲେ। ତାଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ନିଆ ଯାଇଥିଲା।
ଏହି ସମୟରେ ସୁନ୍ଦରଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ତାଙ୍କୁ ତୋପସଲାମୀ ଦିଆଯାଇଥିଲା ଓ ତାଙ୍କର ଜାତିର ରୀତି ନିତି ଭାବରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

