Posted inଜାତୀୟ

ସୁନ୍ଦରବନର ହତଭାଗା ସୁନ୍ଦରୀ

କୋଲକାତା,୨୨ା୬ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ବିଶ୍ୱର ଅନ୍ୟତମ ପ୍ରାକୃତିକ ବିସ୍ମୟ ସୁନ୍ଦରବନ। ଭାରତ ଓ ବାଂଲାଦେଶ ମଧ୍ୟରେ ପରିବ୍ୟାପ୍ତ ଏହି ତ୍ରିକୋଣ ଭୂମି ହେନ୍ତାଳ ବନରେ ପରିପୂର୍ଣ୍ଣ। ଚିରହରିତ୍‌ ବର୍ଷାରଣ୍ୟ ଭିତରକୁ ଅଗ୍ରସର ହେଲେ ପର୍ଯ୍ୟଟକ ବିମୋହିତ ହୁଅନ୍ତି ଏହାର ସୌନ୍ଦର୍ଯ୍ୟରେ। ଏହା ମଧ୍ୟରେ ଛପି ରହିଛି ଯୁବତୀ ଚାଲାଣର ଏକ କଠୋର, ଅପ୍ରୀତିକର ବାସ୍ତବତା।
ଅସୀମାଙ୍କୁ ମାତ୍ର ୧୩ ବର୍ଷ ହେଉଥବାବେଳେ ଚାଲାଣକାରୀମାନେ ତାଙ୍କ ପଛରେ ପଡ଼ିଥିଲେ। ତାଙ୍କ ସହ ସୁଲେମାନ୍‌ଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହେବାବେଳକୁ ସବୁ ଠିକ୍‌ଠାକ୍‌ ଚାଲିଥିଲା। ଅସୀମା ସୁନ୍ଦରବନରେ ରହୁଥିବାବେଳେ ସୁଲେମାନ୍‌ କାର୍ଯ୍ୟ ଅନ୍ବେଷଣରେ ସେହି ଅଞ୍ଚଳକୁ ଯାଇଥିଲେ। ବିଶ୍ୱର ସର୍ବବୃହତ୍‌ ହେନ୍ତାଳ ବନ ଥିବା ପଶ୍ଚିମବଙ୍ଗର ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ଅଞ୍ଚଳରେ ଅସୀମାଙ୍କୁ ଦେଖି ସେ ପ୍ରଶଂସାରେ ପୋତି ଦେଇଥିଲେ। ସମ୍ପର୍କରେ ନିବିଡ଼ତା ବଢ଼ିବା ପରେ ତାଙ୍କ ମା’ବାପାଙ୍କୁ ଭେଟି ବିବାହ ପ୍ରସ୍ତାବ ଦେଇଥିଲେ।
  ଏକ ଗରିବ ଗଁାରେ ବଢ଼ିଥିଲେ, ଯେଉଁଠି ଘରଗୁଡ଼ିକ ଝାଟିମାଟିରେ ନିର୍ମିତ ହୋଇଥିଲା। ଗଁାକୁ ପାଣି ଆସୁ ନ ଥିଲା, ଶିକ୍ଷା ପାଇଁ ସ୍ବଳ୍ପ ସୁଯୋଗ ଥିଲା। ରୋଗଣା ବାପା ଓ ପରିବାରର ଡଜନାଧିକ ସଦସ୍ୟଙ୍କ ସହ ଏକ ଛୋଟ ଘରେ ସେ ରହୁଥିଲେ। ସୁଲେମାନ୍‌ ଏହାର ସୁଯୋଗ ନେଇ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ। ମୁଁ ତାଙ୍କୁ ବିଶ୍ୱାସ କରିଥିଲି। ସେ କ’ଣ ଖରାପ କାମ କରିବେ ତାହା ଜାଣି ନ ଥିଲି। ଏହା ମୋର ଭୁଲ୍‌ ଥିଲା ବୋଲି ଅସୀମା କହିଛନ୍ତି।
ଦିନେ ସୁଲେମାନ୍‌ ଅସୀମାଙ୍କୁ ସ୍ଥାନୀୟ ରେଳ ଷ୍ଟେଶନରେ ଭେଟିବାକୁ ଡାକିଥିଲେ। ଅସୀମା ସେଠାକୁ ଯିବା ପରେ ସୁଲେମାନ୍‌ କହିଥିଲେ, ଚାଲ ପଳାଇବା। ସେ ମନା କରିବାରୁ ସୁଲେମାନ୍‌ ଏକ ରୁମାଲରେ ତାଙ୍କ ମୁହଁ ବନ୍ଦ କରିଦେଇଥିଲେ। ଅସୀମା ସଂଜ୍ଞାହୀନ ହୋଇ ପଡ଼ିଯାଇଥିଲେ। ଯେତେବେଳେ ଉଠିଥିଲେ, ନିଜକୁ ଏକ ବନ୍ଦ କୋଠରିରେ ବନ୍ଧା ଅବସ୍ଥାରେ ପାଇଥିଲେ। ସୁଲେମାନ୍‌ ତାଙ୍କୁ ମାଡ଼ ମାରି ବଳାତ୍କାର କରିଥିଲେ। ପରେ ଆଉ କେତେଜଣ ପୁରୁଷ ଅସୀମାଙ୍କ ମୁଣ୍ଡରେ ମୁଖା ପିନ୍ଧାଇ ତାଙ୍କୁ ବିହାର ନେଇଯାଇଥିଲେ। ସେମାନେ ତାଙ୍କୁ ନିଶା ଦେଇ ଗଣବଳାତ୍କାର କରିଥିଲେ। ଶେଷରେ ଗଣିକା ସାଜିବାକୁ ବାଧ୍ୟ କରିଥିଲେ। ଅନେକ ସପ୍ତାହ ପଣବନ୍ଦୀ ରହିବା ପରେ ଦିନେ ସନ୍ଧ୍ୟାରେ କୋଠା ନୀରବିଯାଇଥିଲା। ସେ ବନ୍ଧା ଅବସ୍ଥାରେ ଥାଇ ସୁଦ୍ଧା କବାଟ ଫିଟାଇ ପ୍ରାଣ ବିକଳରେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଏକ ଛୋଟ ସହରର ଅଜଣା ରାସ୍ତାରେ ସେ ଦୌଡ଼ୁଥିଲେ। ସାହାଯ୍ୟ ପାଇଁ ତାଙ୍କ ଆକୁଳ ଚିତ୍କାରକୁ ଅଚିହ୍ନା ଲୋକେ ଶୁଣି ନ ଥିଲେ। ଶେଷରେ କେହି ଜଣେ ବ୍ୟକ୍ତି ତାଙ୍କୁ ନିଜ ଫୋନ୍‌ ଦେଇଥିଲେ ପୋଲିସକୁ କଲ୍‌ କରିବା ପାଇଁ।
  ଟ୍ରାଫିକିଂରୁ ଉଦ୍ଧାର ହୋଇଥିବା ଆଉ ଜଣେ ଝିଅ ମାହିରା କୋଲକାତାର ରେଡ୍‌ଲାଇଟ୍‌ ଏରିଆ କାଳୀଘାଟର ଏକ ବେଶ୍ୟାଳୟରେ ପ୍ରାୟ ୨ ବର୍ଷ ଧରି କାମ କରିବା ଭିତରେ ଗର୍ଭବତୀ ହୋଇଯାଇଥିଲେ। ୨୦୧୫ରେ ପୋଲିସ ତାଙ୍କୁ ଠାବ କରିଥିଲା। ସ୍ବଜନ୍ମିତ ଶିଶୁପୁତ୍ରକୁ ଏକ ଚାଇଲ୍ଡ କେୟାର ହୋମ୍‌ରେ ଛାଡ଼ିଦେଇ ଘରକୁ ଫେରିଥିଲେ। ରାକେଟ ଜାଲରେ ଫସି ଘର ଛାଡ଼ିବା ବେଳକୁ ମାହିରାଙ୍କୁ ମାତ୍ର ୧୩ ବର୍ଷ ହେଉଥିଲା। ସୁନ୍ଦରବନର ପ୍ରାୟ ପ୍ରତ୍ୟେକ ଗ୍ରାମରେ ଝିଅମାନଙ୍କ ଅସୀମା ଓ ମାହିରାଙ୍କ ଭଳି  କାହାଣୀ ରହିଛି।
  ପ୍ରାୟ ୫୦% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରନ୍ତି। ସୁନ୍ଦରବନ ଜଳବାୟୁ ପରିବର୍ତ୍ତନ ସଙ୍କଟ ଦେଇ ଗତି କରୁଛି। ଏହା ନିୟମିତ ଭାବେ ସାମୁଦ୍ରିକ ଝଡ଼ ଦ୍ୱାରା ପ୍ରଭାବିତ। ଗତ ୪ ବର୍ଷ ମଧ୍ୟରେ ୩ଟି  ବାତ୍ୟାରେ ଅନେକ ଶହ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ଘରଗୁଡ଼ିକ ଭାଙ୍ଗିଯାଇଥିବାବେଳେ ଜୀବିକା ଉଜୁଡ଼ିଯାଇଛି। ସମୁଦ୍ର ପତ୍ତନ ବଢ଼ୁଥିବାରୁ ଦ୍ୱୀପଗୁଡ଼ିକୁ ପାଣି ମାଡ଼ିଯିବା ସହ ଗଁାଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ଲୋକଙ୍କୁ ଆହୁରି ଗରିବ କରିଦେଇଛି। ସେମାନଙ୍କ ଦୟନୀୟ ସ୍ଥିତିର ଫାଇଦା ଉଠାଇବାକୁ ଧାଇଁ ଆସନ୍ତି ମାନବ ଚାଲାଣକାରୀ। ଚାକିରି ସୁଯୋଗ, ବିବାହ ପ୍ରସ୍ତାବ ଓ ଉନ୍ନତ ଜୀବନଶୈଳୀର ପ୍ରତିଶ୍ରୁତି ଜାଲରେ ଥରେ ଛନ୍ଦି ହୋଇଗଲେ ପୀଡ଼ିତାମାନେ ଯୌନକର୍ମୀ ଓ ପୀଡ଼ିତ ଗୋତି ଶ୍ରମିକ ସାଜନ୍ତି। ଝିଅଙ୍କୁ ବିକ୍ରି କରାଯାଏ। ଏପରି କି ଅଙ୍ଗପ୍ରତ୍ୟଙ୍ଗ ଓ ରକ୍ତ ଚାଲାଣ ପାଇଁ ମଧ୍ୟ ସେମାନଙ୍କୁ ବ୍ୟବହାର କରାଯାଇଥାଏ। ପୂର୍ବରୁ ଫୋନ୍‌ କଲ୍‌ରେ ସବୁ ଚାଲିଥିଲା। ଏବେ ସୋସିଆଲ ମିଡିଆକୁ ଚାଲାଣକାରୀ ମାଧ୍ୟମ କରୁଛନ୍ତି।
  ଓ ୨୦୨୧ରେ ଲଗାତର ଦୁଇଟି ମହାବାତ୍ୟା ସବୁକିଛି ଉଜାଡ଼ିଦେବା ପରେ ଏପରି ମାନବ ଚାଲାଣକାରୀ ଅଧିକ ସକ୍ରିୟ ହୋଇ ଉଠିଥିବା ସ୍ଥାନୀୟ ଏନ୍‌ଜିଓ ଗୋରାନ୍‌ବୋଷ ଗ୍ରାମ ବିକାଶ କେନ୍ଦ୍ର (ଜିଜିବିକେ)ର ପରିଚାଳିକା ଶୁଭଶ୍ରୀ ରପତାନ୍‌ କହିଛନ୍ତି। ସୁନ୍ଦରବନର ସବୁଠୁ ବଡ଼ ସହର କାନ୍ନିଙ୍ଗ ଥାନା ଅଧିକାରୀ ସୌଗତ ଘୋଷ କହିଛନ୍ତି, ମାନବ ଚାଲାଣ ହେଉଛି ଏହି ଅଞ୍ଚଳର ଅନ୍ୟତମ ବୃହତ୍‌ ସମସ୍ୟା।  ଜଳବାୟୁ ପରିବର୍ତ୍ତନ ଯୋଗୁ ପରିବାରଗୁଡ଼ିକର ଆର୍ଥିକ ସ୍ଥିତି ପ୍ରଭାବିତ ହେଉଥିବାବେଳେ ଚାଲାଣକାରୀମାନେ ଏହାର ଫାଇଦା ଉଠାଉଛନ୍ତି। ଅନେକ ସମୟରେ ଝିଅମାନେ ବାସଚ୍ୟୁତ ହୋଇ ସେମାନଙ୍କ ଜାଲରେ ଫସୁଛନ୍ତି। ଝିଅଙ୍କୁ ଚାକିରି ନଁାରେ ନିଆଯିବା ପରେ ପରିବାରକୁ ୨-୩ ମାସ କିଛି କିଛି ଟଙ୍କା ପଠାଯାଏ। କିନ୍ତୁ ହଠାତ୍‌ ମୋବାଇଲ ବନ୍ଦ ହୋଇଯାଏ। ଟଙ୍କା ବି ଆସେ ନାହିଁ। ପରିବାର ଲୋକେ ସେତେବେଳେ ଜାଣିପାରନ୍ତି ଯେ, ଝିଅକୁ ଚାଲାଣ କରି ନିଆଯାଇଛି।
(ପରିଚୟ ଗୋପନ ରଖିବା ପାଇଁ 
ନାମ ବଦଳାଯାଇଛି ।)
ଜଳବାୟୁ ପରିବର୍ତ୍ତନ ଯୌନଦାସୀ ସଜାଇଛି
 ଏକ ଅଧ୍ୟୟନ ଅନୁସାରେ ଭାରତରେ ବ୍ୟବସାୟିକ ବେଶ୍ୟାବୃତ୍ତି ନିୟୋଜିତ ୨୦ ନିୟୁତ ମହିଳା ଓ ଝିଅଙ୍କ ମଧ୍ୟରୁ ୧୬ ନିୟୁତ ଯୌନ ଚାଲାଣର ଶିକାର। ଇଣ୍ଡିଆନ୍‌ ଲିଗାଲ ସର୍ଭିସେସ୍‌ ତଥ୍ୟାନୁସାରେ ଘଣ୍ଟାପ୍ରତି ଗଣିକାବୃତ୍ତିରେ ପ୍ରବେଶ କରୁଥିବା ୪ ଜଣରୁ ୩ ଜଣ ନିଜ ଇଚ୍ଛା ବିରୋଧରେ ଏହି ବେଆଇନ ଧନ୍ଦାକୁ ଠେଲି ହୋଇଥାନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ କୁହେ, ପଶ୍ଚିମବଙ୍ଗରୁ ପ୍ରତିବର୍ଷ  ଅନେକ ହଜାର ଝିଅ ନିଖୋଜ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ଏକ-ତୃତୀୟାଂଶଙ୍କ ଘର ସୁନ୍ଦରବନରେ।
 ୧୧୦ କି.ମି. ଦୂରରେ ଅବସ୍ଥିତ ସୁନ୍ଦରବନର ଜନସଂଖ୍ୟା ପ୍ରାୟ ୪.୫ ନିୟୁତ। ରାଜ୍ୟର ଦକ୍ଷିଣାନ୍ତରେ ଥିବା ଏହି ତ୍ରିକୋଣ ଭୂମିରେ ୧୦୨ ଦ୍ୱୀପ ରହିଛି। ସେଥିରୁ ୫୪ଟିରେ ଜନବସତି ଥିବାବେଳେ ଅବଶିଷ୍ଟ ଦ୍ୱୀପଗୁଡ଼ିକ ବେଙ୍ଗାଲ ଟାଇଗର ଓ ଅନ୍ୟ ଜୀବଜନ୍ତୁଙ୍କ ବାସସ୍ଥଳୀ।
 ଅଧିକାଂଶ ବାସିନ୍ଦା କୃଷି ଓ ମାଛଧରାରୁ ଜୀବିକା ଉପାର୍ଜନ କରିଥାଆନ୍ତି। କିନ୍ତୁ ବାତ୍ୟା, ବନ୍ୟା ଓ ମୃତ୍ତିକା କ୍ଷୟ ସେମାନଙ୍କ ଆୟ ଉତ୍ସକୁ ଉଜାଡ଼ିଦେଇଛି। ୨୦୨୦ ମେ’ରେ ‘ଅମ୍ଫନ’ ବାତ୍ୟା ଉପକୂଳରେ ମାଡ଼ ହେବା ସହ ଉଚ୍ଚ ଜୁଆର ଢେଉ ବହୁ ଲୋକଙ୍କ ଘର ଧୋଇନେଇଥିଲା। ଦକ୍ଷିଣ ୨୪ ପ୍ରଗଣା ଓ ଉତ୍ତର ୨୪ ପ୍ରଗଣାର ପରିବାରଗୁଡ଼ିକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବାବେଳେ ୨୦୨୧ ମେ’ରେ ‘ୟାସ୍‌’ ସବୁକିଛିକୁ ଧ୍ୱସ୍ତବିଧ୍ୱସ୍ତ କରି ସେମାନଙ୍କୁ ଅତି ଦାରିଦ୍ର୍ୟ ମଧ୍ୟକୁ ଠେଲିଦେଇଥିଲା।
 ବେଳେବେଳେ ଅନିମନ୍ତ୍ରିତ ଅତିଥିମାନଙ୍କୁ ଆକର୍ଷିତ କରିପାରେ। ଅନେକ ସମୟରେ ସୁଯୋଗ ଉଣ୍ଡୁଥିବା ଚାଲାଣକାରୀମାନେ ସମାଜର ଦୁର୍ବଳ ଲୋକଙ୍କୁ ବିଶେଷକରି ମହିଳା ଓ ଝିଅଙ୍କୁ ଟାର୍ଗେଟ କରିଥାନ୍ତି। ଜଳବାୟୁ ପରିବର୍ତ୍ତନ ସେମାନଙ୍କୁ ବାଧ୍ୟ କରିଥାଏ ସୁନ୍ଦରବନ ବାହାରେ ଏକ ସୁନ୍ଦର ଜୀବନ ଅନ୍ବେଷଣ ପାଇଁ। ଅନେକଙ୍କୁ ଅବିଶ୍ୱସନୀୟ ନିଯୁକ୍ତି ଅଫରର ପ୍ରଲୋଭନ ମିଳିଥାଏ। ସେମାନେ ନିଜ ନିରାପତ୍ତାକୁ ବିପନ୍ନ କରି ରିସ୍କ ନେବାକୁ ବାଧ୍ୟ ହୁଅନ୍ତି। ବଡ଼ ସହରକୁ ଚାଲିଯିବା ପରେ ମହିଳା ଓ ଝିଅମାନେ ଠକାମିର ଶିକାର ହୋଇଥିବା ଜାଣିପାରନ୍ତି। କ୍ରେତାଙ୍କଠାରେ ବିକ୍ରି ହୋଇ ଯୌନଦାସୀ ସାଜିବା ଛଡ଼ା ଅନ୍ୟ ପନ୍ଥା ନ ଥାଏ ସେମାନଙ୍କର।

Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri