ଡରାଉଛି ଖରା, ଅସ୍ତବ୍ୟସ୍ତ ଜନଜୀବନ

ଖୋର୍ଦ୍ଧା ଅଫିସ,୧୮ା୪: ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରଭାବ ରହୁଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହେଲାଣି। ଖରା ସହ ଖୋର୍ଦ୍ଧା ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁ ସହରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନକୁ ଦିନ ତାପମାତ୍ରା ଉପରମୁହାଁ ହେବାରେ ଲାଗିଛି। ଦୈନିକ ତାପମାତ୍ରା ପ୍ରାୟ ୩୮ରୁ ୪୦ ଡିଗ୍ରୀ ସେଲସିୟସ ରହୁଛି। ପରିସ୍ଥିତି ଏପରି ହେଲାଣି ଯେ, ପୂର୍ବାହ୍ନରେ ଲୋକେ ଘରୁ ପଦାକୁ ବାହାରିବାକୁ ଭୟ କରିଲେଣି। ପୂର୍ବାହ୍ନ ପ୍ରାୟ ୧୦ଟାଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହର ସମ୍ପର୍ଣ୍ଣ ଶୂନଶାନ ହୋଇପଡୁଛି। ଏପରିକି ଗ୍ରାହକ ଆସୁନଥିବାରୁ ଖୋର୍ଦ୍ଧା ବଜାର ସମେତ ଅଧିକାଂଶ ଅଞ୍ଚଳରେ ଏକାଧିକ ଦୋକାନ ପ୍ରାୟ ବନ୍ଦ ରହୁଥିବା ଦେଖିବାକୁ ମିଳିଛି। ଗ୍ରୀଷ୍ଣ ପ୍ରଭାବ ଯୋଗୁ ଏବେ ସକାଳୁଆ ସ୍କୁଲ, କଲେଜ ଚାଲିଥିବାରୁ ଅପରାହ୍ନ ସମୟଟା ରାସ୍ତାଠାରୁ ଆରମ୍ଭ କରି ବସଷ୍ଟାଣ୍ଡ, ଦୋକାନ, ବଜାର ଖଁା ଖଁା ରହିଥାଉଛି। ଏ ନେଇ ଗୁରୁଜଙ୍ଗର ସାମାଜିକ କର୍ମୀ ପ୍ରଭାତ ବଳିଆରସିଂ କୁହନ୍ତି ପୂର୍ବାହ୍ନ ପରେ ବାହାରେ ଦେହରୁ ଅଧିକ ଝାଳ ବୋହିବା ସହ ଚାଲିକି ଯିବାବେଳେ ଅଂଶୁଘାତର ଭୟ ରହୁଛି। ଟ୍ରାଫିକ ଛକର ଜଣେ ଫୁଟଫାଥ ବ୍ୟବସାୟୀ କୁହନ୍ତି ପ୍ରଚଣ୍ଡ ଖରା ଯୋଗୁ ଗ୍ରାହକ ଆସୁନାହାନ୍ତି। ଦିନସାରା କିଛି ବେପାର ନାହିଁ। ଏଭଳି ଆଉ କିଛି ଦିନ ଚାଲିଲେ, ପରିବାର ଚଳାଇବା କଷ୍ଟକର ହୋଇପଡିବ। ବ୍ୟବସାୟୀ ରାକେଶ ସାହୁ କୁହନ୍ତି ବାଳିକା ସ୍କୁଲ ନିକଟରେ ଜଳଖିଆ ଦୋକାନଟିଏ ରହିଛି। ତେବେ ଖରାର ପ୍ରଖରତା ବୃଦ୍ଧି ଯୋଗୁ ପ୍ରାୟ ୧୦ଟା ପରେ ଗ୍ରାହକ ଦୋକାନକୁ ଆସୁନାହାନ୍ତି। ଯାହା ରାତିରେ ଦୁଇ ପଇସାରେ ରୋଜଗାର ହେଉଛି।

ଶୂନଶାନ ବସ୍‌ଷ୍ଟାଣ୍ଡ

ଖୋର୍ଦ୍ଧା ନୂଆବସଷ୍ଟାଣ୍ଡରେ ମଧ୍ୟ ଖରା ଯୋଗୁ ଲୋକେ କମ୍‌ ଯାତାୟାତ କରୁଥିବା ଦେଖିବାକୁମ ମିଳିଛି। ଫଳରେ ବସ୍‌ଷ୍ଟାଣ୍ଡ ମଧ୍ୟ ପ୍ରାୟ ଅପରାହ୍ନରେ ଫାଙ୍ଖା ରହୁଛି। ଏଠାରୁ ପ୍ରତି ସମୟରେ ଭୁବନେଶ୍ୱର, ନୟାଗଡ ରାସ୍ତାରେ ଘରୋଇ ଯାନବାହନ ଚଳାଚଳ କରିଥାଏ। ତେବେ ଦିନ ତମାମ ଗହଳି ଚହଳି ଲାଗି ରହୁଥିବା ବସଷ୍ଟାଣ୍ଡ ଏବେ କିଛିଦିନ ହେବ ରୌଦ୍ରତାପ ଯୋଗୁ ଜନଶୂନ୍ୟ ରହୁଛି। ଏପରିକି ଏକାଧିକ ବସ୍‌ରେ ଲୋକେ ହେଉ ନ ଥିବା କେତେଜଣ ବସ୍‌ ଡ୍ରାଇଭର ଜଣାଇଛନ୍ତି। ପ୍ରାୟ ସମୟରେ ମୋ ବସ ବିନା ଯାତ୍ରୀରେ ଭୁବନେଶ୍ୱର ଯାତ୍ରା କରୁଥିବା ଦେଖିବାକୁ ମିଳିଛି।

ଆଖୁ ରସ, ତରଭୁଜ, ତାଳ ସଜ ଚାହିଦା

ପ୍ରଚଣ୍ଡ ଖରା ଯୋଗୁ ମୃଦୁ ଥଣ୍ଡା ପାନୀୟ, ଆଖୁ ରସ,ତରଭୁଜ, ତାଳସଜର ଚାହିଦା ବୃଦ୍ଧି ପାଇଛି। ଏପରିକି ସହରର ଏକାଧିକ ସ୍ଥାନରେ ଲସି, ଜୁସ୍‌ ଷ୍ଟଲଗୁଡ଼ିକରେ ଗହଳି ରହୁଛି। ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଖୁରସ ଦୋକାନ ଥିବାବେଳେ କାର୍ଯ୍ୟାଳୟକୁ ଯାତାୟାତ କରୁଥିବା ଲୋକଙ୍କ ଏଠି ଭିଡ ଜମେ। ସେହିପରି ସହରର ପୁରୁଣା ବସଷ୍ଟାଣ୍ଡ, ନୂଆବସଷ୍ଟାଣ୍ଡ, ଟ୍ରାଫିକ ଛକ, ଗୋଡି ପୋଖରୀ, ମୁକୁନ୍ଦ୍ରପ୍ରସାଦ ପ୍ରଭୃତି ସ୍ଥାନରେ ରାସ୍ତାକଡର ମୃଦୁ ପାନୀୟର ବ୍ୟବହାର ବଢିଛି। ଗ୍ରାହକଙ୍କ ଚାହିଦା ଅନୁଯାୟୀ ବିଭିନ୍ନ ଭେରାଇଟିର ଲସି ଜୁସ, ୨୦ ଟଙ୍କାରୁ ୫୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଜଣେ ବ୍ୟବସାୟୀ କହିଛନ୍ତି। ସେହିପରି ବିଭିନ୍ନ ଛକରେ ତାଳସଜା ବିକ୍ରି ଚାଲିଛି। ବସ୍‌କୁ ଅପେକ୍ଷା କରିଥିବା ଲୋକେ ରାସ୍ତାକଡ଼ରେ ତାଳସଜ ଖାଉଥିବା ଦେଖିବାକୁ ମିଳିଛି। ସେହିପରି ନୂଆବସଷ୍ଟାଣ୍ଡ ରାସ୍ତାର ଉଭୟ ପାର୍ଶ୍ୱରେ ଏକାଧିକ ତରଭୁଜ ପସାର ମେଲିଛି। ଏହି ରାସ୍ତା ଦେଇ ଯାଉଥିବା ଲୋକେ କିଛି ସମୟରେ ସେଠାରେ ଅଟକି ପରିବାର, ସାଙ୍ଗସାଥି ହୋଇ ତରଭୁଜ ଖାଉଛନ୍ତି। ନୂଆବସଷ୍ଟାଣ୍ଡରେ ଦୋକାନ ଦେଇଥିବା ଗୋପାଳ ଦାସ କୁହନ୍ତି, ଗତ କିଛିଦିନ ହେବ ଖରା ବଢ଼ିଯାଇଥିବାରୁ ଲୋକଙ୍କ ଭିଡ଼ ହେଉଛି। ଜଣେ ପ୍ରାୟ ୨ରୁ ଊର୍ଦ୍ଧ୍ୱଥର ଆଖୁରସ ପିଇ ଶୋଷ ମେଣ୍ଟାନ୍ତି। ସେହିଭଳି ଫରେଷ୍ଟ ଛକରେ ତରଭୁଜ ଖାଉଥିବା ତପନ ବଳିଆରସିଂ କୁହନ୍ତି, କୌଣସି କାର୍ଯ୍ୟରେ ଏବେ ବାହାରକୁ ଗଲେ ନିହାତି ପାଣି ଧରିବା ଆବଶ୍ୟକ। ଏବେ ଏକ କାର୍ଯ୍ୟରେ ଆସିଥିବାବେଳେ ଖରା ଅଧିକ ଥିବାରୁ ତରଭୁଜ ଖାଇ ଆଶ୍ୱସ୍ତି ଅନୁଭବ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri