Posted inଖେଳ

ଡେଭିସ କପ୍‌: ପାକିସ୍ତାନରେ ଖେଳିବାକୁ ମନାକଲେ ନାଗାଲ, ମୁକୁନ୍ଦ

ନୂଆଦିଲ୍ଲୀ, ୨୫ା୧୧: ଭାରତର ଦୁଇ ଟପ୍‌ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଓ ଶଶି କୁମାର ମୁକୁନ୍ଦ ପରବର୍ତ୍ତୀ ଡେଭିସ କପ୍‌ ମ୍ୟାଚ ଖେଳିବା ଲାଗି ପାକିସ୍ତାନ ଗସ୍ତ କରିବା ଲାଗି ରାଜି ନ ଥିବା ସେମାନେ ନ୍ୟାଶନାଲ ଟେନିସ ଫେଡେରେଶନ (ଆଇଟା)କୁ ଅବଗତ କରାଇଛନ୍ତି। ପରବର୍ତ୍ତୀ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ଖେଳାଳି ଦ୍ୱୟଙ୍କ ନିଷ୍ପତ୍ତି ଉପରେ ଆଲୋଚନା କରିବା ଲାଗି ଆଇଟା ସ୍ଥିର କରିଛି। ନାଗାଲ ହେଉଛନ୍ତି ଭାରତର ଶ୍ରେଷ୍ଠ ସିଗଲ୍ସ ର଼୍ୟାଙ୍କିଙ୍ଗ ଖେଳାଳି। ଏଟିପି ର଼୍ୟାଙ୍କିଙ୍ଗ ତାଲିକାରେ ସେ ୧୪୧ତମ ସ୍ଥାନରେ ଅଛନ୍ତି। ଦେଶର ଦ୍ୱିତୀୟ ଶ୍ରେଷ୍ଠ ଖେଳାଳି ମୁକୁନ୍ଦ ତାଲିକାର ୪୭୭ତମ ସ୍ଥାନରେ ରହିଛି। ଫେବୃୟାରୀରେ ଖେଳାଯିବାକୁ ଥିବା ଓ୍ବାଲର୍‌ଡ ଗ୍ରୁପ୍‌-୧ ପ୍ଲେ-ଅଫ୍‌ ମ୍ୟାଚରେ ଏହି ଦୁଇ ଖେଳାଳି କାହିଁକି ଉପଲବ୍ଧ ହେବେ ନାହିଁ ତାହାର ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ନାହାନ୍ତି।

ଖବର ଅନୁସାରେ ନାଗାଲ ଗ୍ରାସ୍‌କୋର୍ଟରେ ଖେଳିବା ଲାଗି ଚାହୁ ନାହାନ୍ତି। କାରଣ ତାଙ୍କ ଗେମ୍‌ ଷ୍ଟାଇଲକୁ ଏହା ସୁହାଇବ ନାହିଁ। ମୁକୁନ୍ଦ ବ୍ୟକ୍ତିଗତ କାରଣରୁ ମ୍ୟାଚରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ଦୃଶ୍ୟପଟ୍ଟ ଅନୁସାରେ ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେବେ ରାମକୁମାର ରମାନାଥନ। ତାଙ୍କ ସର୍ଭିସ ଓ ଭଲି ଷ୍ଟାଇଲ ଏହି ମୁକାବିଲାକୁ ସୁହାଇବ। ଏହି ମ୍ୟାଚର ବିଜେତା ୨୦୨୪ ବର୍ଷର ଓ୍ବାଲର୍‌ଡ ଗ୍ରୁପ୍‌-୧ରେ ସ୍ଥାନ ପାଇବ। ସର୍ବଭାରତୀୟ ଟେନିସ ଆସୋସିଏଶନ ସେକ୍ରେଟାରି ଜେନେରାଲ ଅନିଲ ଧୂପର କହିଛନ୍ତି ଦେଶ ତରଫରୁ ପ୍ରତିନିଧିତ୍ୱ କରୁଥିବା ଖେଳାଳିଙ୍କ ଏଭଳି ନିଷ୍ପତ୍ତି ଗ୍ରହଣୀୟ ନୁହେଁ। ଏ ବିଷୟ ସେ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ପକାଇବେ। ଦେଶ ତରଫରୁ ଯେଉଁ ଖେଳାଳି ଖେଳିବାକୁ ନ ଚାହିଁବେ ତାଙ୍କୁ ଆଉ ଡକାଯିବା ଉଚିତ ନୁହେଁ। ଜଣେ ଖେଳାଳି ଯଦି ଅସୁସ୍ଥ ଅବା ଇଞ୍ଜୁରି ରହୁଛିତାହା ଭିନ୍ନ କଥା।


Enter your email to get our daily news in your inbox.

All Right Reserved By Dharitri.Com

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri