ଟିଣଛପର ଘର ପରେ ସୁକଲାଲ୍‌ଙ୍କ ମୁହଁରେ ଫୁଟିଲା ହସ

ମହାକାଳପଡ଼ା,୮ା୧୧(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ବି.ବି. କଲୋନୀ ଗ୍ରାମ ଶ୍ମଶାନ ନିକଟରେ ଦୀର୍ଘ ୪୦ବର୍ଷ ଧରି ଅସହାୟ ବୃଦ୍ଧ ସୁକଲାଲ୍‌ ଦେବନାଥ (୭୨) ପଲିଥିନ ତଳେ ଜୀବନ ବିତାଉଛନ୍ତି। ଏ ସମ୍ପର୍କରେ ଅଗଷ୍ଟ ୨୬ରେ ‘ଧରିତ୍ରୀ’ରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ପକ୍ଷରୁ ରାଶନ କାର୍ଡ ଓ ଚାଉଳ ପ୍ରଦାନ କରାଯାଇଥିଲା। ପରେ କେନ୍ଦ୍ରାପଡ଼ାସ୍ଥିତ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ କର୍ମକର୍ତ୍ତା ପହଞ୍ଚତ୍ ବୃଦ୍ଧଙ୍କ ଦୁଃଖ ହୃଦୟଙ୍ଗମ କରିଥିଲେ। ସୋମବାର ପୂର୍ବାହ୍ନରେ ଟ୍ରଷ୍ଟ କାର୍ଯ୍ୟକର୍ତ୍ତାମାନେ ପହଞ୍ଚତ୍ ଏହି ଅସହାୟ ବୃଦ୍ଧଙ୍କ ଛିଣ୍ଡା ପଲିଥିନ କାଢ଼ି ନୂତନ ଟିଣ ପକାଇଛନ୍ତି। ପରେ ବୃଦ୍ଧଙ୍କର ଦୈନଦିନ ଜୀବନ ଅତିବାହିତ କରିବାକୁ ଆଉ କିଛି ସମସ୍ୟା ରହିବ ନାହିଁ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଅସହାୟ ବୃଦ୍ଧଙ୍କ ଘର ନିର୍ମାଣ ପରେ ସୁକଲାଲ୍‌ଙ୍କ ମୁହଁରେ ହସ ଫୁଟିଛି। ସେଥିପାଇଁ ସେ ‘ଧରିତ୍ରୀ’ ଓ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଛନ୍ତି। ସ୍ତ୍ରୀଙ୍କ ମୃତ୍ୟୁ ପରେ ୩ ପୁଅ ସୁକଲାଲ୍‌ଙ୍କୁ ଅଣଦେଖା କରୁଥିଲେ। ସୁକଲାଲ୍‌ ବାଧ୍ୟହୋଇ ଗଁା ଶ୍ମଶାନ ନିକଟରେ ଛିଣ୍ଡା ପଲିଥିନ ତଳେ ୪୦ବର୍ଷ ଧରି ଜୀବନ ଅତିବାହିତ କରୁଥିଲେ। ପିଲାମାନେ ନିଜ ମାତାପିତାଙ୍କୁ ପଚାରୁ ନ ଥିବାବେଳେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ବୃଦ୍ଧଙ୍କ ନିକଟରେ ପହଞ୍ଚତ୍ ସହାୟତାର ହାତ ବଢ଼ାଇଥିବାରୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି। ସୁକଲାଲ୍‌ଙ୍କ ନୂତନ ଗୃହ ନିର୍ମାଣରେ ଟ୍ରଷ୍ଟ ସଭାପତି ଦମନ ମହାନ୍ତି, ଶାନ୍ତନୁ ମଲିକ, ରାଜେଶ ପଣ୍ଡା, କେଦାର ସ୍ବାଇଁ, ବିନୋଦ ପଣ୍ଡା, ସନ୍ତୋଷ ପଟ୍ଟନାୟକ, କାଳନ୍ଦୀ ମଲିକ, ଜୟନ୍ତ ମଲ୍ଲିକ, ଭାବଗ୍ରାହୀ ସାହୁ, ସୁବାଶିଷ ସିଂ, ଅଜୟ ସେଠୀ, ବିକାଶ ମହାରଣା, ହେମନ୍ତ ସାମଲ, ବଣ୍ଟି କାନୁନ୍‌ଗୋ, ଜୟନ୍ତ ଜେନା, ସାଗର ଜେନା ପ୍ରମୁଖ ସହାୟତା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri