Posted inଜାତୀୟ

ସ୍ତ୍ରୀଙ୍କ ସହ ରହିବା ଜିଦ୍‌: ତିହାର ଜେଲ୍‌ରେ ଠକ ସୁକେଶଙ୍କ ଅନଶନ

ନୂଆଦିଲ୍ଲୀ,୧୭।୫: ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ସହ ଅଭିନେତ୍ରୀଙ୍କୁ ମହଙ୍ଗା ଉପହାର ଦେବା ମାମଲାରେ ଗିରଫ ହୋଇଥିବା ଠକ ସୁକେଶ ଚନ୍ଦ୍ର ଶେଖର ଅନଶନରେ ବସିଛନ୍ତି। ଦିଲ୍ଲୀର ତିହାର ଜେଲରେ ସେ ସ୍ତ୍ରୀ ଲିନା ମାରିୟାଙ୍କ ସହ ରହିବାକୁ ଚାହୁଁଛନ୍ତି। ଏଥିଲାଗି ସେ ଖାଦ୍ୟପେୟ ଛାଡ଼ି ଭୋକ ଉପବାସରେ ଦିନ କାଟୁଛନ୍ତି। ତେବେ ଦିନକୁ ଦିନ ତାଙ୍କର ନୂଆ ନୂଆ ଡିମାଣ୍ଡ ଜେଲ ପ୍ରଶାସନ ପାଇଁ ମୁଣ୍ଡାବିନ୍ଧାର କାରଣ ପାଲଟିଛି।

ତିହାର ଜେଲର ଡିଜି କହିଛନ୍ତି, ସୁକେଶ ଜେଲ୍‌ର ୬ ନମ୍ବର ମହିଳା କୋଠରୀରେ ବନ୍ଦୀଥିବା ତାଙ୍କ ସ୍ତ୍ରୀ ଲୀନାଙ୍କ ସହ ରହିବାକୁ ଚାହୁଁଛି। ସେ ଲିନାଙ୍କୁ ଭେଟିବା ଜିଦ୍‌ରେ ଗତ ଏପ୍ରିଲ ୨୩ରୁ ମେ’ ୨ ଓ ପରେ ମେ’ ୪ରୁ ମେ’ ୧୨ ଯାଏ ଅନଶନ କରି ସାରିଲେଣି। ଏହି ସମୟରେ ଯେପରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ନ ବିଗିଡେ ସେଥିପାଇଁ ଜେଲ କ୍ଲିନିକ୍‌ରେ ସାଲାଇନ ଲଗାଇବାକୁ ପଡିଥିଲା।

ପୂର୍ବରୁ ସୁକେଶଙ୍କୁ ପତ୍ନୀଙ୍କୁ ମାସରେ ଦୁଇ ଥର ଭେଟିବାକୁ ଅନୁମତି ମିଳିଛି। ମାସର ପ୍ରତି ପ୍ରଥମ ଓ ତୃତୀୟ ଶନିବାର ସେ ଲୀନାଙ୍କୁ ଭେଟିପାରିବେ ବୋଲି ଅନୁମତି ରହିଛି। ଏହି ସୁବିଧା କେବଳ ସୁକେଶଙ୍କୁ ହିଁ ମିଳିଛି, ଅନ୍ୟ କଏଦୀଙ୍କୁ ଦିଆଯାଇ ନାହିଁ। ତଥାପି ସୁକେଶ ନିଜ ସ୍ତ୍ରୀଙ୍କୁ ଭେଟିବା ପାଇଁ ଓ ତାଙ୍କ ସହ ରହିବା ପାଇଁ ଜିଦ ଧରି ବସିଛନ୍ତି। ସମସ୍ତ ଆଇନ କାନୁନକୁ ଭାଙ୍ଗି ସୁକେଶ ନିଜ ପତ୍ନୀଙ୍କୁ ଭେଟିବାକୁ ଚାହୁଁଛନ୍ତି। କିନ୍ତୁ ଜେଲ ପ୍ରଶାସନ ଏହାକୁ ଅନୁମତି ଦେଉନାହିଁ।

କହିରଖୁଛୁ, ସୁକେଶ ୧୭ ବର୍ଷ ବୟସରେ ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଥିଲେ। ସେ ନିଜକୁ ଜଣେ ବରିଷ୍ଠ ଅଧିକାରୀର ପରିଚୟ ଦେଇ ଧନୀମାନଙ୍କଠାରୁ ଫୋନ ମାଧ୍ୟମରେ କୋଟି କୋଟି ଟଙ୍କା ଠକେଇ କରିଥିଲେ। ୨୦୦୭ ପର୍ଯ୍ୟନ୍ତ ସେ ୧୮ ବର୍ଷ ବୟସରେ ୧୦୦ରୁ ଅଧିକ ଲୋକଙ୍କୁ ଠକି ସାରିଥିଲେ। ଏହି ଚାନ୍ଦା ଅର୍ଥରେ ସେ ବଲିଉଡର କିଛି ନାମିଦାମୀ ଅଭିନେତ୍ରୀଙ୍କୁ ଦାମୀ ଉପହାର ଦେଇ ସେମାନଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା କଥା ଇଡି ଖୁଲାସା କରିଛି। ଏହି ଠକେଇ ମାମଲାରେ ସୁକେଶ ଚନ୍ଦ୍ର ଶେଖରଙ୍କ ପତ୍ନୀ ମଧ୍ୟ ସମାନ ଭାବେ ଭାଗିଦାରୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ରେ ରାଜ୍ୟ କ୍ୟାବିନେଟ୍‌: ୭ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିବ ଅନୁମୋଦନ

ଭୁବନେଶ୍ୱର,୨୪ା୬(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜୁଲାଇ ପହିଲାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri