ଅସୁସ୍ଥ ସ୍ତ୍ରୀଙ୍କୁ ଟ୍ରଲିରେ ୯୦ କି.ମି. ବୋହିବା ଘଟଣା: ଜୀବନ ଯୁଦ୍ଧରେ ହାରିଗଲେ ସୁକାନ୍ତି

କଟକ ଅଫିସ/ପୁରୀ ଅଫିସ/ସାକ୍ଷୀଗୋପାଳ: (ଡି.ଏନ୍‌.ଏ.), ୧୨।୧୦ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସୁକାନ୍ତି ଭୋଇ। କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମଧ୍ୟାହ୍ନରେ ସେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି। ଅନ୍ୟପକ୍ଷରେ ରୋଗଣା ସ୍ତ୍ରୀଙ୍କ ଜୀବନ ବଞ୍ଚାଇବାକୁ ପରିଣତ ବୟସରେ କବୀର ଭୋଇଙ୍କ ଅଦମ୍ୟ ଇଚ୍ଛା ଅଧୁରା ରହିଯାଇଛି। ଦୁଇଦିନ ତଳେ ଅସୁସ୍ଥ ସ୍ତ୍ରୀଙ୍କୁ ଟ୍ରଲିରେ ବୋହି କବୀର ପୁରୀ ଜିଲା ସତ୍ୟବାଦୀ ବ୍ଲକ ଦାଶବିଦ୍ୟାଧରପୁର ଗ୍ରାମରୁ ୯୦ କିଲୋମିଟର ଦୂର କଟକ ଯାଇଥିଲେ। କିନ୍ତୁ ଶେଷରେ ନିରାଶ ହୋଇ ସ୍ତ୍ରୀଙ୍କ ମୃତଦେହ ଧରି ମହାପ୍ରୟାଣ ଗାଡ଼ିିରେ ଗାଁକୁ ଫେରିବାକୁ ପଡ଼ିଲା ବୋଲି କୋହଭରା କଣ୍ଠରେ କହିଛନ୍ତି କବୀର। କଟକରୁ ମହାପ୍ରୟାଣ ଗାଡ଼ିରେ ସୁକାନ୍ତିଙ୍କ ମୃତଦେହ ଦାଶବିଦ୍ୟାଧରପୁର ଦଳିତସାହିରେ ପହଞ୍ଚତ୍ବା ପରେ ଗଁାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପରେ ସାହିଭାଇମାନେ ସୁକାନ୍ତିଙ୍କ ମୃତଦେହକୁ ଗ୍ରାମ ଶ୍ମଶାନକୁ ନେଇ ଅନ୍ତିମ ସଂସ୍କାର କରିଛନ୍ତି। ଏହି ଗରିବ ପରିବାରକୁ ସରକାରୀ କିମ୍ବା ବେସରକାରୀ ଭାବେ କୌଣସି ସହାୟତା ମିଳିନାହିଁ। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଓମ୍‌ ପ୍ରକାଶ ମିଶ୍ର, ଅଳଗୁମ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଜୟପୁର ସରପଞ୍ଚ ବିଶ୍ୱଜିତ ମହାପାତ୍ର ଓ ଦାଶବିଦ୍ୟାଧରପୁର ସରପଞ୍ଚ ହରିହର ନନ୍ଦ ପ୍ରମୁଖ ତାଙ୍କ ଘର ନିକଟରେ ପହଞ୍ଚତ୍ ସମବେଦନା ଜଣାଇବା ସହ ରେଡ୍‌କ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ସୁକାନ୍ତିଙ୍କୁ ଚିକିତ୍ସା କରୁଥିବା ସର୍ଜରି ବିଭାଗର ଡା. ପରୀକ୍ଷିତ ବେହେରା କହିଛନ୍ତି, ପରୀକ୍ଷାରୁ ତାଙ୍କର ଯକୃତ କର୍କଟ ହୋଇଥିବା ଜଣାପଡ଼ିଥିଲା। ତେବେ ନିଦାନ ଅନୁଯାୟୀ ଚିକିତ୍ସା ଚାଲିଥିବାବେଳେ ରବିବାର ମଧ୍ୟାହ୍ନ ୧୨.୨୦ରେ ସୁକାନ୍ତିଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲ ପକ୍ଷରୁ ମହାପ୍ରୟାଣ ଗାଡ଼ିରେ ତାଙ୍କ ମୃତଦେହକୁ ଘରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏସ୍‌ସିବି ଛାଡ଼ିବା ବେଳେ କବୀର କହିଛନ୍ତି, ଶେଷ ସମୟରେ ଗଁା ମାଟିକୁ ଫେରିବାକୁ ମୋ’ ସ୍ତ୍ରୀଙ୍କ ଇଛା ଥିଲା। ତେଣୁ ମୁଁ ତାଙ୍କ ମରଶରୀରକୁ ନେଇ ଫେରିଯାଉଛି। ତେବେ କଟକ ଆସିବା ବେଳେ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇପାରିଥିଲେ ହୁଏତ ମୋ’ ସ୍ତ୍ରୀ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା ପାଇ ବଞ୍ଚିଯାଇଥାନ୍ତେ। ଏ ସମ୍ପର୍କରେ ପୁରୀ ଏଡିଏମ୍‌ଓ (ମେଡିକାଲ) ପ୍ରଣବ ଶଙ୍କର ଦାଶ ଗଣମାଧ୍ୟମକୁ କହିଛନ୍ତି, ସୁକାନ୍ତି କେବେ ଏଠାକୁ ଚିକିତ୍ସା ପାଇଁ ଆସିଥିଲେ ସେଥିଲାଗି ସୋମବାର ସବୁ ବେଡ୍‌ ଟିକେଟ ବାହାର କରି ଦେଖାଯିବ। କିନ୍ତୁ ନିକଟରେ ସେ ଏଠାକୁ ଚିକିତ୍ସା ପାଇଁ ଆସିଥିବା ଜଣାପଡୁନି। କିନ୍ତୁ ଯାହା ବି ହେଉ ଯେ କୌଣସି ଲୋକ ୧୦୮କୁ ଫୋନ୍‌ କରିଥିଲେ ନିଶ୍ଚିତ ତାଙ୍କୁ ନେବା ପାଇଁ ଘରେ ଆମ୍ବୁଲାନ୍ସ ପହଞ୍ଚତ୍ଥାନ୍ତା। ଏହା ଜନସାଧାରଣ ବୁଝିବା ଦରକାର। ସୁକାନ୍ତି କେବେ ଏଠାକୁ ଆସିଥିଲେ ଏବଂ ତାଙ୍କୁ କି ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ତାହାର ତଦନ୍ତ କରାଯିବ ବୋଲି ଏଡିଏମ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri