ଅସୁସ୍ଥ ସ୍ତ୍ରୀଙ୍କୁ ଟ୍ରଲିରେ ୯୦ କି.ମି. ବୋହିବା ଘଟଣା: ଜୀବନ ଯୁଦ୍ଧରେ ହାରିଗଲେ ସୁକାନ୍ତି

କଟକ ଅଫିସ/ପୁରୀ ଅଫିସ/ସାକ୍ଷୀଗୋପାଳ: (ଡି.ଏନ୍‌.ଏ.), ୧୨।୧୦ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସୁକାନ୍ତି ଭୋଇ। କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମଧ୍ୟାହ୍ନରେ ସେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି। ଅନ୍ୟପକ୍ଷରେ ରୋଗଣା ସ୍ତ୍ରୀଙ୍କ ଜୀବନ ବଞ୍ଚାଇବାକୁ ପରିଣତ ବୟସରେ କବୀର ଭୋଇଙ୍କ ଅଦମ୍ୟ ଇଚ୍ଛା ଅଧୁରା ରହିଯାଇଛି। ଦୁଇଦିନ ତଳେ ଅସୁସ୍ଥ ସ୍ତ୍ରୀଙ୍କୁ ଟ୍ରଲିରେ ବୋହି କବୀର ପୁରୀ ଜିଲା ସତ୍ୟବାଦୀ ବ୍ଲକ ଦାଶବିଦ୍ୟାଧରପୁର ଗ୍ରାମରୁ ୯୦ କିଲୋମିଟର ଦୂର କଟକ ଯାଇଥିଲେ। କିନ୍ତୁ ଶେଷରେ ନିରାଶ ହୋଇ ସ୍ତ୍ରୀଙ୍କ ମୃତଦେହ ଧରି ମହାପ୍ରୟାଣ ଗାଡ଼ିିରେ ଗାଁକୁ ଫେରିବାକୁ ପଡ଼ିଲା ବୋଲି କୋହଭରା କଣ୍ଠରେ କହିଛନ୍ତି କବୀର। କଟକରୁ ମହାପ୍ରୟାଣ ଗାଡ଼ିରେ ସୁକାନ୍ତିଙ୍କ ମୃତଦେହ ଦାଶବିଦ୍ୟାଧରପୁର ଦଳିତସାହିରେ ପହଞ୍ଚତ୍ବା ପରେ ଗଁାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପରେ ସାହିଭାଇମାନେ ସୁକାନ୍ତିଙ୍କ ମୃତଦେହକୁ ଗ୍ରାମ ଶ୍ମଶାନକୁ ନେଇ ଅନ୍ତିମ ସଂସ୍କାର କରିଛନ୍ତି। ଏହି ଗରିବ ପରିବାରକୁ ସରକାରୀ କିମ୍ବା ବେସରକାରୀ ଭାବେ କୌଣସି ସହାୟତା ମିଳିନାହିଁ। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଓମ୍‌ ପ୍ରକାଶ ମିଶ୍ର, ଅଳଗୁମ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଜୟପୁର ସରପଞ୍ଚ ବିଶ୍ୱଜିତ ମହାପାତ୍ର ଓ ଦାଶବିଦ୍ୟାଧରପୁର ସରପଞ୍ଚ ହରିହର ନନ୍ଦ ପ୍ରମୁଖ ତାଙ୍କ ଘର ନିକଟରେ ପହଞ୍ଚତ୍ ସମବେଦନା ଜଣାଇବା ସହ ରେଡ୍‌କ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ସୁକାନ୍ତିଙ୍କୁ ଚିକିତ୍ସା କରୁଥିବା ସର୍ଜରି ବିଭାଗର ଡା. ପରୀକ୍ଷିତ ବେହେରା କହିଛନ୍ତି, ପରୀକ୍ଷାରୁ ତାଙ୍କର ଯକୃତ କର୍କଟ ହୋଇଥିବା ଜଣାପଡ଼ିଥିଲା। ତେବେ ନିଦାନ ଅନୁଯାୟୀ ଚିକିତ୍ସା ଚାଲିଥିବାବେଳେ ରବିବାର ମଧ୍ୟାହ୍ନ ୧୨.୨୦ରେ ସୁକାନ୍ତିଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲ ପକ୍ଷରୁ ମହାପ୍ରୟାଣ ଗାଡ଼ିରେ ତାଙ୍କ ମୃତଦେହକୁ ଘରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏସ୍‌ସିବି ଛାଡ଼ିବା ବେଳେ କବୀର କହିଛନ୍ତି, ଶେଷ ସମୟରେ ଗଁା ମାଟିକୁ ଫେରିବାକୁ ମୋ’ ସ୍ତ୍ରୀଙ୍କ ଇଛା ଥିଲା। ତେଣୁ ମୁଁ ତାଙ୍କ ମରଶରୀରକୁ ନେଇ ଫେରିଯାଉଛି। ତେବେ କଟକ ଆସିବା ବେଳେ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇପାରିଥିଲେ ହୁଏତ ମୋ’ ସ୍ତ୍ରୀ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା ପାଇ ବଞ୍ଚିଯାଇଥାନ୍ତେ। ଏ ସମ୍ପର୍କରେ ପୁରୀ ଏଡିଏମ୍‌ଓ (ମେଡିକାଲ) ପ୍ରଣବ ଶଙ୍କର ଦାଶ ଗଣମାଧ୍ୟମକୁ କହିଛନ୍ତି, ସୁକାନ୍ତି କେବେ ଏଠାକୁ ଚିକିତ୍ସା ପାଇଁ ଆସିଥିଲେ ସେଥିଲାଗି ସୋମବାର ସବୁ ବେଡ୍‌ ଟିକେଟ ବାହାର କରି ଦେଖାଯିବ। କିନ୍ତୁ ନିକଟରେ ସେ ଏଠାକୁ ଚିକିତ୍ସା ପାଇଁ ଆସିଥିବା ଜଣାପଡୁନି। କିନ୍ତୁ ଯାହା ବି ହେଉ ଯେ କୌଣସି ଲୋକ ୧୦୮କୁ ଫୋନ୍‌ କରିଥିଲେ ନିଶ୍ଚିତ ତାଙ୍କୁ ନେବା ପାଇଁ ଘରେ ଆମ୍ବୁଲାନ୍ସ ପହଞ୍ଚତ୍ଥାନ୍ତା। ଏହା ଜନସାଧାରଣ ବୁଝିବା ଦରକାର। ସୁକାନ୍ତି କେବେ ଏଠାକୁ ଆସିଥିଲେ ଏବଂ ତାଙ୍କୁ କି ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ତାହାର ତଦନ୍ତ କରାଯିବ ବୋଲି ଏଡିଏମ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ୍ୟପାନ କରି ଗାଡ଼ି ଚଳାଇ ୩ କୋର୍ଟ ଚାଲାଣ

ରାୟଗଡ଼ା ଅଫିସ,୧୭।୧୦: ରାୟଗଡ଼ାର ଏମ୍‌ଆଇ ଡିଭିଜନ କାର୍ଯ୍ୟାଳୟ ନିକଟରେ ଟ୍ରାଫିକ ପୋଲିସ ଇନ୍ସପେକ୍ଟର ଇନ୍‌ଚାର୍ଜ ପି.ରାବଣାଙ୍କ ନେତୃତ୍ୱରେ ବୁଧବାର ରାତିରେ ଏକ ପୋଲିସ ଟିମ୍‌ ଯାଞ୍ଚ...

ଆର୍ମି ଏୟାର୍‌ ଡିଫେନ୍ସ କଲେଜକୁ ମିଳିବ ପ୍ରେସିଡେଣ୍ଟ୍‌ସ କଲର୍ସ ଆୱାର୍ଡ଼

ବ୍ରହ୍ମପୁର ଅଫିସ୍‌,୨୦ା୯- ଯୁଦ୍ଧ ଏବଂ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋଳାବନ୍ଧସ୍ଥିତ ଆର୍ମି ଏୟାର୍‌ ଡିଫେନ୍ସ କଲେଜକୁ ମିଳିବ ପ୍ରେସିଡେଣ୍ଟ୍‌ସ କଲର୍ସ ଆୱାର୍ଡ଼ ।...

ଛାତ୍ରୀଙ୍କ ଫଟୋ ଭାଇରାଲ :ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୫ା୭: ସ୍ବତନ୍ତ୍ର ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶୁକ୍ରବାର ଜଣେ ଛାତ୍ରୀଙ୍କ ଫଟୋ ଭାଇରାଲ ମାମଲାର ବିଚାର କରିଥିଲେ। ପ୍ରମାଣ ଅଭାବରୁ ସେ...

ରାୟଗଡ଼ାରୁ ୧୨ କରୋନା ଯୋଦ୍ଧା ସମେତ ୬୮ ପଜିଟିଭ ଚିହ୍ନଟ, ୪୮ ଘଣ୍ଟା ଟାଉନ ଥାନା ସିଲ୍‌

ରାୟଗଡା ଅଫିସ, ୨୭।୭: ରାୟଗଡ଼ା ଜିଲାରୁ ସୋମବାର ୬୮ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଏଥିରେ ରହିଛନ୍ତି ୧୨ ଜଣ କରୋନା ଯୋଦ୍ଧା।...

ସମ୍ବଲପୁର ପୋଲିସର ଅଭିନବ ପଦକ୍ଷେପ: ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପିସିଆର୍‌ ଭ୍ୟାନ୍‌, ବାଇକ୍‌ର ଶୁଭାରମ୍ଭ

ସମ୍ବଲପୁର, ୧୮।୧୨ (ବ୍ୟୁରୋ)- ସମ୍ବଲପୁର ଜିଲାପାଳ ମହିଳାଙ୍କ ସୁରକ୍ଷା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛ। ଅତ୍ୟାଧୁନିକ ବ୍ୟବସ୍ଥା ଥିବା ସ୍ବତନ୍ତ୍ର ମହିଳା ପିସିଆର୍‌...

ଉଠାଇ ନେଲେ ଗହଣା ବାକ୍ସ

ବାସୁଦେବପୁର,୧୪।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ପଞ୍ଚୁରିଖି ଗ୍ରାମର ଶିବପ୍ରସାଦ ବାରିକଙ୍କ ଘରୁ ଚୋରି ହୋଇଛି। ଚୋରମାନେ ଶିବଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର...

ମନ୍ଦିର ପରିସରରୁ କାଟିନେଲେ ଚନ୍ଦନ ଗଛ

ବାସୁଦେବପୁର, ୨୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆର୍ତୁଂ ପଞ୍ଚାୟତରେ ଥିବା ଶଙ୍ଖେଶ୍ୱର ମନ୍ଦିର ପରିସରରୁ ଏକ ଚନ୍ଦନ ଗଛକୁ କେହି ଦୁର୍ବୃତ୍ତ ରବିବାର...

ସ୍ତ୍ରୀଙ୍କୁ ଫେରିପାଇଲେ ସ୍ବାମୀ

ଧାମନଗର,୬।୬(ସ୍ବ.ପ୍ର.):ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଞ୍ଚଳର ଜଣେ ମହିଳା ପରୀକ୍ଷା ଦେବାକୁ ଯାଇ ଗତମାସ ୩୦ ତାରିଖରୁ ନିଖୋଜ ଥିଲେ। ଏପଟେ ସ୍ତ୍ରୀଙ୍କୁ...

Advertisement
Archives

Model This Week