Posted inଜାତୀୟ

ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

କୋଏମ୍ବାଟୁର, ୧୩।୯: ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ରବିବାର ଅନୁଷ୍ଠିତ ହୋଇଥିବାବେଳେ ଏହାର ମାତ୍ର କେଇଘଣ୍ଟା ପୂର୍ବରୁ ତାମିଲନାଡୁର ସାଲେମ ଜିଲାରେ ଜଣେ ୧୯ ବର୍ଷୀୟ ଆଶାୟୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଶନିବାର ରାତି ୩ଟା ୪୫ରେ ସେ ଘରେ ଗଳାରେ ରଶି ଲଗାଇ ଆତ୍ମହାତ୍ୟା କରିଥିବା ପୋଲିସ କହିଛି। ପୂର୍ବରୁ ଦୁଇଥର ଏନ୍‌ଇଇଟି ପରୀକ୍ଷାରେ ଫେଲ୍‌ ହୋଇଥିବା ଧନୁଷ ନାମକ ଛାତ୍ର ଜଣକ ତୃତୀୟ ଥର ଏହି ପରୀକ୍ଷା ଦେଇଥାନ୍ତେ। ତାଙ୍କ ଆତ୍ମହତ୍ୟାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା।
ଡାକ୍ତରୀ ଶିକ୍ଷାଗ୍ରହଣ ପାଇଁ ଆଶାୟୀ ଥିବା ଉକ୍ତ ଯୁବକଙ୍କ ମୃତ୍ୟୁକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଶୋକବ୍ୟକ୍ତ କରିଛନ୍ତି। ପ୍ରବେଶିକ ପରୀକ୍ଷା ରଦ୍ଦ ପାଇଁ ତାଙ୍କ ସରକାର ଆଇନଗତ ଲଢ଼େଇ ଜାରି ରଖିବେ ବୋଲି ସେ ପ୍ରତିଶ୍ରୁତିଦେଇଛନ୍ତି। ଏନ୍‌ଇଇଟିରେ କୃତକାର୍ଯ୍ୟ ହେବାପାଇଁ ଛାତ୍ରୀଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରୀକ୍ଷାରେ ଦୁର୍ନୀତି ହେବା ସହ ପ୍ରଶ୍ନପତ୍ର ଲିକ୍‌ ହେଉଛି। ପିଲାଙ୍କ ଆତ୍ମହତ୍ୟା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ମାନସିକତାରେ ପରିବର୍ତ୍ତନ ହେଉ ନ ଥିବା ଷ୍ଟାଲିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର କ୍ଷମା ଦାବିକଲା କାତାର

ନୂଆଦିଲ୍ଲୀ, ୬ା୬: କାନପୁର ହିଂସା ପରେ ଦେଶର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଫଳରେ ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ...

ଭାରତରେ ପଶି ପାରିବେ ନାହିଁ ଜଣାଶୁଣା ୟୁଟ୍ୟୁବର

ନୂଆଦିଲ୍ଲୀ,୧୦।୭: ଜଣାଶୁଣା ନ୍ୟୁଜିଲାଣ୍ଡ ୟୁଟ୍ୟୁବର କାର୍ଲ ରକ୍‌ଙ୍କୁ ଭାରତରେ ପ୍ରବେଶ କରିବା ଉପରେ ଗତ ଅକ୍ଟୋବରରୁ କଟକଣା ଲଗାଯାଇଛି। ଭାରତୀୟ ଭିଜାର ନିୟମ ଭଙ୍ଗ କରିଥିବାରୁ...

ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି ଘୋଷଣା କଲେ ୧୧ ହଜାର ବୈଜ୍ଞାନିକ

ନୂଆଦିଲ୍ଲୀ, ୭।୧୧(ପି.ଟି.): ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବକୁ ନେଇ ବୈଜ୍ଞାନିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୧୫୩ଟି ରାଷ୍ଟ୍ରର ୧୧ହଜାରରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି...

କୃଷକଙ୍କ ଆନ୍ଦୋଳନ : ପଞ୍ଜାବରେ ପାଣ୍ଠି ସଂଗ୍ରହର ମାଧ୍ୟମ ପାଲଟିଛି ବିବାହ

ଚଣ୍ଡିଗଡ଼,୧୧।୧୨: ରାଜଧାନୀ ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଶୁକ୍ରବାର ୧୬ ଦିନରେ ପ୍ରବେଶ କରିଛି। ଏହି ଆନ୍ଦୋଳନକୁ ମିଳୁଛି ଦେଶର ବିଭିନ୍ନ ମହଲରୁ ସମର୍ଥନ।...

ଯୁବତୀଙ୍କୁ ରକ୍ତ ଦେଲେ ଯବାନ

ଶ୍ରୀନଗର,୨୪।୧୧: ଭାରତୀୟ ସେନାର ଯବାନମାନେ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦିଅନ୍ତି। ନିଜ ଜୀବନ ପ୍ରତି ଧ୍ୟାନ ନ ଦେଇ ଲୋକଙ୍କୁ ରକ୍ଷା...

ହିମବାହରୁ ଖଣ୍ଡପ୍ରଳୟ

ଡେରାଡୁନ୍‌, ୮।୨ :ପ୍ରକୃତିର ଅନ୍ୟତମ ଆଶ୍ଚର୍ଯ୍ୟ ଗ୍ଲେସିୟର ବା ହିମବାହ। ଲକ୍ଷାଧିକ ବର୍ଷ ଧରି ଜମାଟ ବାନ୍ଧିଥିବା ଏହି ବରଫ ଉପତ୍ୟକାର ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଆସିଛି।...

ପାକିସ୍ତାନକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତୀୟ ସେନା

ନୂଆଦିଲ୍ଲୀ,୨।୯: ଜମ୍ମୁ–କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବେଳକୁ ବେଳ ଅଶାନ୍ତି ବଢିବାରେ ଲାଗିଛି। ତେବେ ପାକିସ୍ତାନର କ୍ରୁର ପ୍ରକୃତିକୁ ଦେଖି ଏହାର କଡା...

ରାଜ୍ୟ ସଂଖ୍ୟା ୨୮, କେନ୍ଦ୍ର ଶାସିତଅଞ୍ଚଳ ହେଲା ୯

ଶ୍ରୀନଗର,୩୧।୧୦: ଜମ୍ମୁ-କଶ୍ମୀର ଏବଂ ଲଦାଖ ଗୁରୁବାରଠାରୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଭାବେ ୧୯୮୫ ବ୍ୟାଚ୍‌ର ଗୁଜରାଟ କ୍ୟାଡ଼ର...

Advertisement
Archives

Model This Week