ଗଞ୍ଜାମ ଏସ୍‌ପି ଅଫିସ ଆଗରେ ଆତ୍ମାହୁତି ଘଟଣା: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଗଞ୍ଜାମ,୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ବୋରିଗାଁ ଅଞ୍ଚଳର ବାଦଲ ସାହୁ ନାମକ ଜଣେ ଯୁବକ ଛତ୍ରପୁରସ୍ଥିତ ଏସ୍‌ପି ଅଫିସ ଆଗରେ ଗତ ୧୪ରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଉକ୍ତ ଘଟଣାରେ ରମ୍ଭା ଥାନା ପୋଲିସ ସେହି ଗ୍ରାମର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତି ମାନେ ହେଲେ ପ୍ରଭାକର ନାହାକ, ଦେବ ପ୍ରଧାନ, ସୁରଥ ନାହାକ । ଏଥିରେ ଆଉ ଯେଉଁ ମାନେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କୁ ନେଇ ତଦନ୍ତ ଚାଲିଛି। ପ୍ରମାଣ ମିଳିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରମ୍ଭା ଥାନା ଆଇଆଇସି ସ୍ବରୂପ କିଷାନ କହିଛନ୍ତି ।

ସୂଚନାଯୋଗ୍ୟ, ଗ୍ରାମରେ ସାମାଜିକ ବାସନ୍ଦ ଯୋଗୁ ନ୍ୟାୟ ପାଇଁ ବାରମ୍ବାର ଥାନାକୁ ଯାଇ ବିଫଳ ହେବା ପରେ ବାଧ୍ୟ ହୋଇ ଏସ୍‌ପି ଅଫିସ ଆଗରେ ଆତ୍ମାହୂତି ଉଦ୍ୟମ କରିଥିଲେ। ତାଙ୍କୁ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ନିଆଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ କଟକ ଏମ୍ସକୁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ବାଦଲଙ୍କ ମୃତ୍ୟୁ ଘଟିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜଳେଶ୍ୱରରେ ‘କଳାବତୀ’

ଜଳେଶ୍ୱର,୨୩।୧୦: ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ ଲାଗି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ପଞ୍ଚାୟତର ଆମ୍ବପଞ୍ଜା ଗ୍ରାମର ଚାଷୀ ଶିବନାରାୟଣ ଜେନା ଓ...

ଭୟଙ୍କର ହେଉଛି ଅଶାନ୍ତ ସମୁଦ୍ର

ଭୋଗରାଇ,୨୫।୫(ଡି.ଏନ୍‌.ଏ): ଉପକୂଳକୁ ମାଡି ଆସୁଥିବା ବାତ୍ୟା ୟାସ୍‌ ଯୋଗୁ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ବାଲେଶ୍ୱର ଉପକୂଳ ଭୋଗରାଇର ଉଦୟପୁର, ତାଳସାରୀରେ ସମୁଦ୍ର ଉତ୍ତାଳ ଢେଉ ୪...

ନିଲାମ ପରେ ଖଣିରେ ନିଯୁକ୍ତି ନେଇ ଶଙ୍କାରେ ଶ୍ରମିକ: ୨୦ରେ ସଚିବାଳୟ ସମ୍ମୁଖରେ ଧାରଣା

ଯୋଡ଼ା, ୧୯।୧(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଖଣି ନିଲାମ ପ୍ରକ୍ରିୟା। ଏଭଳି ସ୍ଥିତିରେ ନିଲାମ ହେଉଥିବା ଖଣିରେ କାର୍ଯ୍ୟରତ ଶ୍ରମିକ, ବନ୍ଦ ଥିବା ଖଣି...

ଆଦିବାସୀ ପିନ୍ଧୁଛନ୍ତି ଶାଳପତ୍ରରେ ତିଆରି ମାସ୍କ

ପାପଡାହାଣ୍ଡି,୩୦ା୩,(ଡି.ଏନ୍‌.ଏ.): ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା...

ବାଇକ୍‌ ଧକ୍କାରେ ଗଲା ୨ ଜୀବନ

ମାଲକାନଗିରି, ୧୩ା୨ (ଡି.ଏନ.ଏ.): ମାଲକାନଗିରି ଜିଲା ଜୟପୁର-ମାଲକାନଗିରି ମୁଖ୍ୟ ରାସ୍ତା ନାୟକଗୁଡାଠାରେ ରବିବାର ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି।...

ବୃଦ୍ଧା ହତ୍ୟା ମାମଲା: ମହିଳାଙ୍କୁ ଆଜୀବନ ଜେଲ

କାମାକ୍ଷାନଗର, ୧୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ଅଞ୍ଚଳର ବୃଦ୍ଧା ସହଚରୀ ମହନ୍ତ ହତ୍ୟାକାଣ୍ଡ ମାମଲାର ରାୟ ବୁଧବାର କାମାକ୍ଷାନଗର ଅତିରିକ୍ତ ଜିଲା ଦୌରାଜଜ୍‌...

ଧରାପଡିଲେ ୨୮ ବଙ୍ଗୀୟ ଶ୍ରମିକ

ଚମ୍ପୁଆ, ୧୩ା୪(ଡି.ଏନ.ଏ.)-ମହାମାରୀ କରୋନାକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଦେଖାଦେଇଛି। ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ସହିତ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ...

ଖଡି ଛୁଇଁ ବିଦ୍ୟା ଆରମ୍ଭ କଲେ ଶିଶୁ

ଉଦଳା,୩୧ା୧(ଡ଼ି.ଏନ୍‌.ଏ.)- ଉଦଳାଠାରେ ଥିବା ମା’ ସରସ୍ବତୀଙ୍କ ମନ୍ଦିରରେ ଗୁରୁବାର ବାଗଦେବୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁମାନେ ଲମ୍ବାଧାଡିରେ ଆସି ମା’ଙ୍କ ପୂଜା କରିଥିଲେ। ଭୋର ୫ଟାରେ...

Advertisement
Archives

Model This Week