ନୂଆଦିଲ୍ଲୀ, ୩୦ା୮:ଗତ କିଛି ବର୍ଷ ଭଳି ୨୦୨୧ରେ ଦେଶରେ ଆତ୍ମହତ୍ୟା ବୃଦ୍ଧିପାଇଛି। ପାରିବାରିକ ସମସ୍ୟା, ଅସୁସ୍ଥତା ଦୁଇଟି ପ୍ରମୁଖ କାରଣ ହୋଇଥିବାବେଳେ ବୃତ୍ତି ଓ ପେସାଗତ ସମସ୍ୟା ଜନିତ ଆତ୍ମହତ୍ୟା ଚିନ୍ତାଜନକ ରହିଛି। କାରଣ ମହାମାରୀ କରୋନା ଯୋଗୁ ଆର୍ଥିକ ସ୍ଥିତ ଦୋହଲିଯିବା ଏବଂ ନିଯୁକ୍ତ କ୍ଷେତ୍ର ସଙ୍କୁଚିତ ହେବା ଯୋଗୁ ବଞ୍ଚତ୍ବାର ମୋହ ତୁଟାଇ ଦେଇଛନ୍ତି ଅନେକ ଦିନମଜୁରିଆ, ଚାଷୀ, ଆତ୍ମନିଯୁକ୍ତିଧାରୀ, ବେତନଭୋଗୀ, ବେକାର ଯୁବତୀଯୁବକ।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ତଥ୍ୟ ଅନୁଯାୟୀ, ଦେଶରେ ୨୦୨୦ ତୁଳନାରେ ୨୦୨୧ରେ ୭.୨ ପ୍ରତିଶତ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଛି। ୨୦୨୧ରେ ମୋଟ ୧ ଲକ୍ଷ ୬୪ ହଜାର ୩୩ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ୨୦୨୦ରେ ଏହି ସଂଖ୍ୟା ଥିଲା ୧ ଲକ୍ଷ ୫୩ ହଜାର ୫୨। ପାରିବାରିକ ସମସ୍ୟା, ଅସୁସ୍ଥତା, ବୃତ୍ତିଗତ ସମସ୍ୟା, ଏକଲାପଣ, ହିଂସା, ନିଶା ଆସକ୍ତ ଏବଂ ଆର୍ଥିକ କ୍ଷତି ଆତ୍ମହତ୍ୟାର ମୁଖ୍ୟ କାରଣ ବୋଲି ଏନ୍ସିଆର୍ବି ୨୦୨୧ ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟ କାରଣଗୁଡ଼ିକ ମଧ୍ୟରେ ପ୍ରେମ ବ୍ୟାପାର, ବୈବାହିକ ବିବାଦ, ସାମାଜିକ ମର୍ଯ୍ୟଦା ହାନି, ପରୀକ୍ଷାରେ ବିଫଳତା, ସମ୍ପତ୍ତି ବିବାଦ, ଆତ୍ମୀୟଙ୍କୁ ହରାଇବା, ଅଭାବ ଅନଟନ, ଅଣନିଯୁକ୍ତି ଏବଂ ଅବୈଧ ସମ୍ପର୍କ ଅନ୍ୟତମ। ବୃତ୍ତି ତଥା ପେସାଗତ ସମସ୍ୟା ଜନିତ ଆତ୍ମହତ୍ୟା କ୍ଷେତ୍ରରେ ଦୈନିକ ମଜୁରିଆଙ୍କ ସଂଖ୍ୟା ସର୍ବାଧିକ ୨୫.୬% ଥିବାବେଳେ ୧୨.୩% ଆତ୍ମନିଯୁକ୍ତିଧାରୀ, ୯.୭% ଦରମାଭୋଗୀ, ୦.୯% ଅବସରପ୍ରାପ୍ତ କର୍ମଚାରୀ ରହିଛନ୍ତି। ସେହିପରି କୃଷି କ୍ଷେତ୍ରରେ ନିଯୁକ୍ତ ୬.୬ ପ୍ରତିଶତ ବ୍ୟକ୍ତି ଏବଂ ନିଯୁକ୍ତିରୁ ବଞ୍ଚତ୍ତ ୮.୪ ପ୍ରତିଶତ ବ୍ୟକ୍ତି ଜୀବନ ହାରିବା ଭଳି ଚରମପନ୍ଥାକୁ ବାଛି ନେଇଛନ୍ତି। ଛାତ୍ରୀଛାତ୍ରଙ୍କ ସଂଖ୍ୟା ରହିଛି ୮%।
ଦେଶର ୫ ବଡ଼ ରାଜ୍ୟରେ ୫୦.୩ ପ୍ରତିଶତ ଆତ୍ମହତ୍ୟା ଘଟଣା ଘଟିଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୨୨,୨୦୭ (୧୩.୫%) ଘଟଣା ଘଟିଥିବାବେଳେ ତାମିଲନାଡୁରେ ୧୮,୯୨୫ (୧୧.୫%), ମଧ୍ୟପ୍ରଦେଶରେ ୧୪,୯୬୫ (୯.୧%), ପଶ୍ଚିମବଙ୍ଗରେ ୧୩,୫୦୦ (୮.୨%) ଏବଂ କର୍ନାଟକରେ ୧୩,୦୫୬(୮%) ଆତ୍ମହତ୍ୟା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଅବଶିଷ୍ଟ ୨୩ ରାଜ୍ୟ ଏବଂ ୮ କେନ୍ଦ୍ର ଶାସିତ ଅଞ୍ଚଳରେ ୪୯.୭% ମାମଲା ପଞ୍ଜୀକୃତ ହୋଇଛି। ସେଥିତ୍ମଧ୍ୟରୁ ଓଡ଼ିଶାରେ ୫୫୬୧(୩.୪%) ଆତ୍ମହତ୍ୟା ଘଟିଛି, ଯାହାକି ୨୦୨୦ ତୁଳନାରେ ୧୫ ଅଧିକ। ପାରିବାରିକ ସମସ୍ୟାରୁ ଆତ୍ମହତ୍ୟା କ୍ଷେତ୍ରରେ ଓଡ଼ିଶାରେ ସର୍ବାଧିକ ୪୦୩୩(୭୧.୪%)ଟି ଘଟଣା ଘଟିଛି। ଏ କ୍ଷେତ୍ରରେ ଓଡ଼ିଶା ୨୦୨୦ରେ ମଧ୍ୟ ଆଗରେ ରହିଥିଲା। ଉକ୍ତ ବର୍ଷ ମୋଟ ୫୫୪୬ ଆତ୍ମହତ୍ୟା ଘଟଣା ମଧ୍ୟରୁ ୪୫୦୬ଟି ଥିଲା ପାରିବାରିକ ସମସ୍ୟା।
୧ ଲକ୍ଷ ଜନସଂଖ୍ୟାକୁ ନେଇ ଆତ୍ମହତ୍ୟା ହାର ଆକଳନ କରାଯାଇଥାଏ। ତଦନୁଯାୟୀ ଦେଶରେ ୨୦୨୧ରେ ଆତ୍ମହତ୍ୟା ହାର ୧୨ ରହିଛି, ଯାହାକି ୧୯୬୭ ପରଠାରୁ ସର୍ବାଧିକ। ୨୦୧୦ରେ ଦ୍ୱିତୀୟ ସର୍ବାଧିକ ଆତ୍ମହତ୍ୟା ହାର (୧୧.୩୫) ରହିଥିଲା। ୨୦୨୧ ରିପୋର୍ଟ ଅନୁଯାୟୀ, ଆଣ୍ଡାମାନ ନିକୋବରରେ ଆତ୍ମହତ୍ୟା ହାର ସର୍ବାଧିକ ୩୯.୭ ରହିଥିବାବେଳେ ସିକିମ୍ରେ ୩୯.୨, ପୁଡୁଚେରୀରେ ୩୧.୮, ତେଲଙ୍ଗାନା ଓ କେରଳରେ ୨୬.୯ ଏବଂ ଓଡ଼ିଶାରେ ୧୨.୩ ରହିଛି। ୨୦୨୦ରେ ଦେଶର ଆତ୍ମହତ୍ୟା ହାର ୧୧.୩ ଥିବାବେଳେ ଓଡ଼ିଶାରେ ଥିଲା ୧୨.୨।
Posted inHome, Home Middle, ଜାତୀୟ View All
ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…
ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…
ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…
ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…
ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…
ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…
ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…
ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍! ସୁପ୍ରିମକୋର୍ଟ କହିଲେ ବଡ଼କଥା
ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…
PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI
ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…
ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…
ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…
ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର
ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

