Posted inଜାତୀୟ

ମହିଳା, ଶିଶୁ ବିରୋଧୀ ଅପରାଧ ୧୫% ବୃଦ୍ଧି

ନୂଆଦିଲ୍ଲୀ, ୩୦ା୮: ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ବିଶେଷକରି ଘରୋଇ ହିଂସାର ଶିକାର ହେଉଥିବାବେଳେ ଅସଦାଚରଣ, ଅପହରଣ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ମହିଳା ବିରୋଧୀ ଅପରାଧ ମାମଲା ୨୦୨୦ ତୁଳନାରେ ୨୦୨୧ରେ ୧୫.୨% ବଢ଼ିଛି। ୨୦୨୧ରେ ପ୍ରତି ଲକ୍ଷେ ମହିଳାଙ୍କ ମଧ୍ୟରୁ ୬୪.୫% ଅପରାଧର ଶିକାର ହୋଇଥିବାବେଳେ ୨୦୨୦ରେ ଏହି ହାର ୫୬.୫% ଥିଲା ବୋଲି ଜାତୀୟ ଅପରାଧ ରେକର୍ଡସ୍‌ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ୨୦୨୧ରେ ଶିଶୁ ବିରୋଧୀ ଅପରାଧ ୨୦୨୦ ତୁଳନାରେ ୧୬.୨% ବୃଦ୍ଧି ପାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ୨୦୨୧ରେ ମହିଳା ବିରୋଧୀ ଅପରାଧ ମାମଲା ୪,୨୮,୨୭୮ ରହିଛି। ଏହି ସଂଖ୍ୟା ୨୦୨୦ରେ ୩,୭୧,୫୦୩ ରହିଥିଲା। ସ୍ବାମୀ କିମ୍ବା ଶାଶୁଘର ଲୋକଙ୍କ ଦ୍ୱାରା ଅତ୍ୟାଚାର ଏବଂ ଅପରାଧର ଶିକାର ହୋଇ ଭାରତୀୟ ପେନାଲ କୋଡ୍‌(ଆଇପିସି)ରେ ପଞ୍ଜୀକୃତ ହୋଇଥିବା ମାମଲା ମୋଟ୍‌ କେସ୍‌ର ୩୧.୮%। ମହିଳାଙ୍କ ମର୍ଯ୍ୟାଦା ହାନି ପାଇଁ ଉଦ୍ଦିଷ୍ଟ ଆପରାଧିକ ମାମଲା ୨୦.୮% ରହିଥିବାବେଳେ ୧୭.୬% ଅପହରଣ କେସ୍‌ ରହିଛି। ସେହିପରି ଗତବର୍ଷ ପଞ୍ଜୀକୃତ ବଳାତ୍କାର ମାମଲା ୭.୪% ରହିଛି। ଅପରପକ୍ଷେ ୨୦୨୧ରେ ଶିଶୁଙ୍କ ପ୍ରତି ହୋଇଥିବା ଆପରାଧିକ ମାମଲା ସଂଖ୍ୟା ୧,୪୯,୪୦୪ ରହିଛି। ସେଥିମଧ୍ୟରୁ ଅଧିକାଂଶ କେସ୍‌ ଅପହରଣ ଜନିତ ହୋଇଥିବାବେଳେ ଏହାତଳକୁ ଯୌନଶୋଷଣ ଏବଂ ବଳାତ୍କାର ମାମଲା ରହିଛି। ୨୦୨୦ରେ ଶିଶୁ ବିରୋଧୀ ଅପରାଧ ମାମଲା ୧,୨୮,୫୩୧ ରହିଥିଲା। ଗତ ବର୍ଷ ପ୍ରତି ଲକ୍ଷେ ଶିଶୁରେ ୩୩.୬% ଅପରାଧର ଶିକାର ହୋଇଥିବାବେଳେ ୨୦୨୦ରେ ଏହି ହାର ୨୮.୯% ଥିଲା। ଏନ୍‌ସିଆର୍‌ବି ତଥ୍ୟରୁ ଆହୁରି ଜଣାପଡ଼ିଛି, ୨୦୨୧ରେ ମୋଟ ୬୦,୯୬,୩୧୦ ଆପରାଧିକ ମାମଲା ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ୩୬,୬୩,୩୬୦ କେସ୍‌ ଆଇପିସି ଅଧୀନରେ ଥିବାବେଳେ ୨୪,୩୨,୯୫୦ ମାମଲା ସ୍ବତନ୍ତ୍ର ଏବଂ ସ୍ଥାନୀୟ ଆଇନ (ଏସ୍‌ଏଲ୍‌ଏଲ୍‌) ବଳରେ ପଞ୍ଜୀକୃତ ରହିଛି। ୨୦୨୦ ତୁଳନାରେ ମୋଟ ଆପରାଧିକ ମାମଲା ୭.୬% ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?