ଶେଷ ସେକେଣ୍ଡ୍‌ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଆତ୍ମଘାତୀ

ଓ୍ବାଶିଂଟନ,୨୮।୮: କାବୁଲ ସ୍ଥିତ ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ୧୮୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣ ପୂର୍ବରୁ ସମ୍ପୂର୍ଣ୍ଣ ଘଟଣାକୁ ପ୍ରକାଶ କରିଛନ୍ତି ଆମେରିକୀୟ ସେନା ଅଧିକାରୀ। ଆକ୍ରମଣର ଯଥେଷ୍ଟ ପୂର୍ବରୁ ଆମେରିକୀୟ ସେନାକୁ ଚେତାବନୀ ମିଳିସାରିଥିଲା। ଏଥିଯୋଗୁ ବିମାନ ବନ୍ଦରର ଦୁଇଟି ଫାଟକ ବନ୍ଦ କରିଦିଆଯାଇଥିଲା, କିନ୍ତୁ ଖୋଲା ଛାଡ଼ି ଦିଆଯାଇଥିଲା ଆବେ ଗେଟ୍‌କୁ।

ଆମେରିକୀୟ ଅଧିକାରୀ କହିଛନ୍ତି, ଅପରାହ୍ନରେ ତାଲିବାନ୍‌ ଫାଇଟର୍ସ ଓ କମାଣ୍ଡରମାନେ ବିମାନ ବନ୍ଦର ନିକଟରୁ ଲୋକଙ୍କୁ ଦୁଇ ଥର ଘଉଡ଼ାଇ ଥିଲେ। କିନ୍ତୁ ତୃତୀୟ ଥର ଗହଳି ଭିତରେ ପଶି ଆସିଥିଲେ ଆତ୍ମଘାତୀ।

ସନ୍ଧ୍ୟା ୫ଟା ୪୮ରେ। ଜଣେ ଆତ୍ମଘାତୀ ପୋଷାକ ତଳେ ୨୫ ପାଉଣ୍ଡର ବିସ୍ଫୋରକ ଭେଷ୍ଟ ପିନ୍ଧି ଏକ ଆମେରିକୀୟ ଗ୍ରୁପ ସହ ଚାଲି ଆସିଥିଲେ। ଗ୍ରୁପ୍‌ରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଯାଞ୍ଚ କରାଯାଇଥିଲା। ଆତ୍ମଘାତୀ ଜଣଙ୍କ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ତାଙ୍କ ପାଳି ଆସିବା ପରେ ସେ ହଠାତ୍‌ ଡେଟୋନେଟର ଦାବି ଦେଇଥିଲେ। ଯାହା ଫଳରେ ପ୍ରଚଣ୍ଡ ବିସ୍ଫୋରଣରେ ଯାଞ୍ଚ କରୁଥିବା ୧୩ ଆମେରିକୀୟ ସେନା ଅଧିକାରୀଙ୍କ ସହ ୧୭୦ ଲୋକଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆର ଅଭିଯୋଗ, ଜୈବିକ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଛି ୟୁକ୍ରେନ୍‌

ମସ୍କୋ,୩୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଶାନ୍ତି ଲାଗି କଥାବାର୍ତ୍ତା ଚାଲିଥିଲେ ବି ଏହାର କୌଣସି ନିର୍ଣ୍ଣାୟକ ମୋଡ ବାହାରିପାରି ନାହିଁ । ଏହାସହ ମସ୍କୋ...

ଶ୍ରୀଲଙ୍କା ସଙ୍କଟ, ଭାରତ ଯୋଗାଇବ ୬୫ ହଜାର ଟନ୍‌ ୟୁରିଆ…

ନୂଆଦିଲ୍ଲୀ/କଲମ୍ବୋ, ୧୪।୫ : ଶ୍ରୀଲଙ୍କାରେ ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଭାରତ ଶ୍ରୀଲଙ୍କାକୁ ୬୫ ଜାର ଟନ୍‌ ୟୁରିଆ ଯୋଗାଇ ଦେବାକୁ...

ଫାଇଜର-ମର୍ଡେନା ଭାକ୍ସିନ୍‌କୁ ନେଇ ଆତଙ୍କ, ଯୁବବର୍ଗଙ୍କଠାରେ ସୃଷ୍ଟି ହେଉଛି ହାର୍ଟ ସମସ୍ୟା …

ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀକ ଭାକ୍ସିନ୍‌...

ଧନୀ ଦେଶଙ୍କ ଲୋଭ,ଗରିବ ବଞ୍ଚିତ

ଜେନେଭା,୧୪।୭: ବିଶ୍ୱର ଧନୀ ରାଷ୍ଟ୍ରଗୁଡ଼ିକର କରୋନା ଭାକ୍ସିନ ଲୋଭ ବଢ଼ିବାରେ ଲାଗିଛି। ଅନେକ ଧନୀ ଦେଶ ନିଜ ନାଗରିକମାନଙ୍କୁ ଦ୍ୱିତୀୟ ଡୋଜ୍‌ ଦେବା ପରେ ବୁଷ୍ଟର...

ମାଡ଼ି ଆସୁଛି ବିପଦ, ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ …

ଓ୍ବାଶିଂଟନ,୧୯।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ିଆସୁଛି। ଜଳନ୍ତା ଗ୍ରହାଣୁପିଣ୍ଡ ୨୦୦୮-ଜିଓ-୨୦ ସେକେଣ୍ଡ ପ୍ରତି ୮ କିଲୋମିଟର ବେଗରେ ପୃଥିବୀ ମୁହାଁ ହୋଇଛି। ଜୁଲାଇ ୨୫ରେ...

କରତାରପୁର କରିଡର: ମୋଦିଙ୍କ ଉଦ୍‌ଘାଟନ ପୂର୍ବରୁ ସଭାସ୍ଥଳରେ ପଶିଲା ପାଣି

ଇସ୍‌ଲାମାବାଦ,୮।୧୧: କରତାରପୁର କରିଡର ଉଦ୍‌ଘାଟନକୁ ଆଉ କିଛି ଘଣ୍ଟା ବାକି ରହିଛି। ହେଲେ ଏହା ପୂର୍ବରୁ ଏକ ବଡ ସମସ୍ୟା ମୁଣ୍ଡ ଟେକିଲାଣି। ଏଥିପାଇଁ ଉଦ୍ଦିଷ୍ଟ...

କେଶ କାଟିବାକୁ ଯାଇ ବଦଳିଗଲା ଜୀବନ: ୧୦ ବର୍ଷ ତଳେ ହଜିଯାଇଥିବା ପୁଅକୁ ଫେରି ପାଇଲା ମା’

କେଶ କାଟିବାରୁ ପରିବାରକୁ ଫେରି ପାଇଲେ ବ୍ୟକ୍ତି। ଆପଣ ଭାବୁଥିବେ କେଶ କାଟି କିପରି ଜଣେ ତାଙ୍କ ପରିବାରକୁ ଫେରି ପାଇବ। ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ...

ଉତ୍ତରକୋରିଆ ଆଣବିକ କେନ୍ଦ୍ର ଅଞ୍ଚଳ ଚଳଚଞ୍ଚଳ: ଚିନ୍ତାରେ ଆମେରିକା…

ପ୍ୟୋଙ୍ଗୟାଙ୍ଗ,୨।୪ : ଉତ୍ତର କୋରିଆର ଆଣବିକ କେନ୍ଦ୍ର ଆଞ୍ଚଳ ଚଳଚଞ୍ଚଳ ହେବା ନେଇ ଆମେରିକା ଦାବି କରିଛି। ଆମେରିକାର ରିପୋର୍ଟରେ ଦର୍ଶାଯାଇଛି ଯେ କିମ ଜୋଙ୍ଗ...

Advertisement
Archives

Model This Week