ଥାନାରେ ଅଟକ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କୁଚିଣ୍ଡା,୮ା୫(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ମନ୍ତ୍ରୀମୁଣ୍ଡା ପ୍ରାଥମିକ ସ୍କୁଲ ଶିକ୍ଷକ ପୃଥ୍ବୀରାଜ ମହାନନ୍ଦ(୪୩) ଓରଫ ମଣ୍ଟୁଙ୍କ ଗଳାକାଟି ହତ୍ୟା କରାଯିବା ଘଟଣାର ଇତିମଧ୍ୟରେ ୩୬ ଘଣ୍ଟା ବିତିଲାଣି। ହେଲେ ଶିକ୍ଷକଙ୍କୁ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ହତ୍ୟା କରାଗଲା ପୋଲିସକୁ ତାର ଟେର୍‌ ମିଳିନାହିଁ। କୁଚିଣ୍ଡା ପୋଲିସ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତକୁ ଜୋରଦାର କରିଥିବା ବେଳେ ଏହି ଘଟଣାରେ ଥାନାରେ ଅଟକ ଥିବା ଜଣେ ଯୁବକ ଶୌଚାଳୟର ଟାଇଲ ଭାଙ୍ଗି ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାକୁ ଅଧିକ ଜଟିଳ କରିଛି। ଆହତ ଯୁବକଙ୍କୁ କୁଚିଣ୍ଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏନେଇ କୁଚିଣ୍ଡା ପୋଲିସ ତଦନ୍ତରେ ବ୍ୟାଘାତ ହେବା ନେଇ କୌଣସି ତଥ୍ୟ ଦେବାକୁ ମନା କରୁଛି। ତେବେ ଟଙ୍କା ଧାରକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଛି।
ଶିକ୍ଷକଙ୍କ ହତ୍ୟା ଘଟଣାରେ ପଚରାଉଚୁରା ପାଇଁ ପୋଲିସ କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ଗ୍ରାମର ସୁଧାଂଶୁ କୁସୁମ ନାମକ ଯୁବକଙ୍କୁ ଶନିବାର ଥାନାକୁ ଡାକି ଅଟକ ରଖିଥିଲାା ତେବେ ସେ ଆତ୍ମହତ୍ୟା ଉଦ୍ୟମ କରିବା ନିଶ୍ଚିତ ଭାବେ ପୋଲିସ ପାଇଁ ଆଉ ଏକ ଚାଲେଞ୍ଜ ସୃଷ୍ଟି କରିଛି। କେଉଁ ପରିସ୍ଥିତିରେ ଯୁବକ ଜଣକ ଏଭଳି ଆତ୍ମହତ୍ୟା ଉଦ୍ୟମ କଲେ ତା’ର ତଦନ୍ତ କରାଯିବ ଏବଂ ଶିକ୍ଷକଙ୍କ ହତ୍ୟା ଘଟଣାରେ ଯେଉଁମାନଙ୍କ ସଂପୃକ୍ତି ରହିଛି ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି କୁଚିଣ୍ଡା ଆଇଆଇସି ଶୋଭାକର ସେଠ କହିଛନ୍ତି। ପ୍ରକାଶଥାଉ କି, ମହୁଲପାଲି ଥାନା କୁଚିଲାପାଲି ଗ୍ରାମର ଏହି ଶିକ୍ଷକ ଜଣକ ଦୀର୍ଘ ଦିନ ହେବ ସପରିବାର କୁଚିଣ୍ଡାରେ ଘରଭଡ଼ା ନେଇ ରହୁଥିଲେ। ଶୁକ୍ରବାର ଅପରାହ୍ନ ୪ଟାରେ ସେ ଘରୁ ବାହାରି ଆଉ ଘରକୁ ଫେରି ନ ଥିଲେ। ଶନିବାର ସକାଳେ କୁଚିଣ୍ଡା ସହର ନିଟକ ଖର୍ଲା ନଦୀ ପୋଲ ପାର୍ଶ୍ୱରୁ ତାଙ୍କ ମୃତଦେହ ପୋଲିସ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୬୮

ଗୁଆହାଟୀ,୨୮।୭: ଆସାମରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ସଙ୍କଟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨…

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ…

ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri