ଥାନାରେ ଅଟକ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କୁଚିଣ୍ଡା,୮ା୫(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ମନ୍ତ୍ରୀମୁଣ୍ଡା ପ୍ରାଥମିକ ସ୍କୁଲ ଶିକ୍ଷକ ପୃଥ୍ବୀରାଜ ମହାନନ୍ଦ(୪୩) ଓରଫ ମଣ୍ଟୁଙ୍କ ଗଳାକାଟି ହତ୍ୟା କରାଯିବା ଘଟଣାର ଇତିମଧ୍ୟରେ ୩୬ ଘଣ୍ଟା ବିତିଲାଣି। ହେଲେ ଶିକ୍ଷକଙ୍କୁ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ହତ୍ୟା କରାଗଲା ପୋଲିସକୁ ତାର ଟେର୍‌ ମିଳିନାହିଁ। କୁଚିଣ୍ଡା ପୋଲିସ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତକୁ ଜୋରଦାର କରିଥିବା ବେଳେ ଏହି ଘଟଣାରେ ଥାନାରେ ଅଟକ ଥିବା ଜଣେ ଯୁବକ ଶୌଚାଳୟର ଟାଇଲ ଭାଙ୍ଗି ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାକୁ ଅଧିକ ଜଟିଳ କରିଛି। ଆହତ ଯୁବକଙ୍କୁ କୁଚିଣ୍ଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏନେଇ କୁଚିଣ୍ଡା ପୋଲିସ ତଦନ୍ତରେ ବ୍ୟାଘାତ ହେବା ନେଇ କୌଣସି ତଥ୍ୟ ଦେବାକୁ ମନା କରୁଛି। ତେବେ ଟଙ୍କା ଧାରକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଛି।
ଶିକ୍ଷକଙ୍କ ହତ୍ୟା ଘଟଣାରେ ପଚରାଉଚୁରା ପାଇଁ ପୋଲିସ କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ଗ୍ରାମର ସୁଧାଂଶୁ କୁସୁମ ନାମକ ଯୁବକଙ୍କୁ ଶନିବାର ଥାନାକୁ ଡାକି ଅଟକ ରଖିଥିଲାା ତେବେ ସେ ଆତ୍ମହତ୍ୟା ଉଦ୍ୟମ କରିବା ନିଶ୍ଚିତ ଭାବେ ପୋଲିସ ପାଇଁ ଆଉ ଏକ ଚାଲେଞ୍ଜ ସୃଷ୍ଟି କରିଛି। କେଉଁ ପରିସ୍ଥିତିରେ ଯୁବକ ଜଣକ ଏଭଳି ଆତ୍ମହତ୍ୟା ଉଦ୍ୟମ କଲେ ତା’ର ତଦନ୍ତ କରାଯିବ ଏବଂ ଶିକ୍ଷକଙ୍କ ହତ୍ୟା ଘଟଣାରେ ଯେଉଁମାନଙ୍କ ସଂପୃକ୍ତି ରହିଛି ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି କୁଚିଣ୍ଡା ଆଇଆଇସି ଶୋଭାକର ସେଠ କହିଛନ୍ତି। ପ୍ରକାଶଥାଉ କି, ମହୁଲପାଲି ଥାନା କୁଚିଲାପାଲି ଗ୍ରାମର ଏହି ଶିକ୍ଷକ ଜଣକ ଦୀର୍ଘ ଦିନ ହେବ ସପରିବାର କୁଚିଣ୍ଡାରେ ଘରଭଡ଼ା ନେଇ ରହୁଥିଲେ। ଶୁକ୍ରବାର ଅପରାହ୍ନ ୪ଟାରେ ସେ ଘରୁ ବାହାରି ଆଉ ଘରକୁ ଫେରି ନ ଥିଲେ। ଶନିବାର ସକାଳେ କୁଚିଣ୍ଡା ସହର ନିଟକ ଖର୍ଲା ନଦୀ ପୋଲ ପାର୍ଶ୍ୱରୁ ତାଙ୍କ ମୃତଦେହ ପୋଲିସ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri