Posted inଖେଳ

‘ସ୍ପିନରଙ୍କୁ ସୁହାଇବ ହାଇଦ୍ରାବାଦ ଉଇକେଟ’

ହାଇଦ୍ରାବାଦ,୨୪ା୧(ପି.ଟି.): ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଜାନୁୟାରୀ ୨୫ ତାରିଖରେ ଆରମ୍ଭ ହେବ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଏହି ମ୍ୟାଚ୍‌ଟି ଖେଳାଯିବାକୁ ଥିବାବେଳେ ଏକ ସ୍ପୋର୍ଟିଂ ଉଇକେଟ ଆଶା କରିଛନ୍ତି ଭାରତୀୟ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌। ପିଚ୍‌ ସମ୍ପର୍କରେ ପୂର୍ବାନୁମାନ କରିବା କଷ୍ଟ, ମାତ୍ର ଏହା ଏକ ସ୍ପୋର୍ଟିଂ ଉଇକେଟ ଭଳି ଜଣାପଡୁଛି। ତେବେ ମ୍ୟାଚ୍‌ର ପରବର୍ତ୍ତୀ ସମୟରେ ସ୍ପିନରଙ୍କୁ ସହାୟତା ମିଳିବା ନେଇ ସେ ଆଶା କରିଛନ୍ତି। ଗୁରୁବାର ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ମଙ୍ଗଳବାର ପ୍ରେସ୍‌ କନ୍‌ଫରେନ୍ସରେ ଡ୍ରାଭିଡ୍‌ ଏହି ମନ୍ତବ୍ୟ ଦେଇଛନ୍ତି। ପିଚ୍‌ରେ ବଲ୍‌ ସ୍ପିନ୍‌ ହେବା ନିଶ୍ଚିତ, ତେବେ କେତେ ଶୀଘ୍ର ବା ବିଳମ୍ବରେ ବଲ୍‌ ସ୍ପିନ୍‌ କରିବା ଆରମ୍ଭ କରିବ ତାହାକୁ ନେଇ ନିଶ୍ଚିତ ନ ଥିବା କହିଛନ୍ତି ଡ୍ରାଭିଡ୍‌। ଅନ୍ୟପକ୍ଷରେ ଇଂଲଣ୍ଡ ପେସ୍‌ ବୋଲର ମାର୍କ ଉଡ୍‌ କହିଥିଲେ, ଦଳ ପିଚ୍‌କୁ ନେଇ ଆଦୌ ଚିନ୍ତା କରୁନାହିଁ। ଆମେ ମ୍ୟାଚ୍‌ ପାଇଁ ଯୋଜନା ପ୍ରସ୍ତୁତ କରୁଛୁ, ପିଚ୍‌ ପାଇଁ ନୁହେଁ। ଏପରିକି ପିଚ୍‌କୁ ନେଇ ଆମ ମନରେ କୌଣସି ଆଶଙ୍କା ନାହିଁ ବୋଲି ସେ କହିଛନ୍ତି। ତେବେ ପିଚ୍‌କୁ ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏହା ଏତେ ଲମ୍ବା ନ ଥିଲା। ଆମ ବ୍ୟାଟିଂ ଲାଇନ୍‌ଅପ୍‌ ଅତ୍ୟନ୍ତ ଚମତ୍କାର ରହିଛି ଓ ସମାନ ଭାବରେ ଏକ ଶକ୍ତିଶାଳୀ ବୋଲିଂ ଲାଇନଅପ୍‌ ମଧ୍ୟ ରହିଛି। ତେବେ ଭାରତୀୟ ଉପ ମହାଦେଶର ପିଚ୍‌ଗୁଡିକ ସ୍ପିନ୍‌କୁ ସହାୟତା ପ୍ରଦାନ କରିଥାଏ। ଏହାକୁ ଦୃଷ୍ଟିରେ ରଖି ଆମ ଖେଳାଳିଙ୍କୁ ରଣନୀତି ପ୍ରସ୍ତୁତ କରିବାକୁ ପଡିବ ବୋଲି ଉଡ୍‌ କହିଛନ୍ତି। ଭାରତୀୟ ପରିବେଶ ସହିତ ଆମକୁ ଆଡଜଷ୍ଟ କରିବାକୁ ପଡିବ। ପିଚ୍‌ରେ ଉଭୟ ବ୍ୟାଟର ଓ ବୋଲରଙ୍କ ପାଇଁ ସହାୟତା ରହିବ। ତେବେ ମ୍ୟାଚ୍‌ ଆଗକୁ ବଢିବା ସହ ସ୍ପିନରଙ୍କୁ ସହାୟତା ମିଳିବ ବୋଲି କହିଛନ୍ତି ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ଜଣେ ଅଧିକାରୀ।
ଅଭ୍ୟାସ କଲେନି ବୁମ୍‌ରା
ମଙ୍ଗଳବାର ଭାରତୀୟ ଦଳର ସମସ୍ତ ଖେଳାଳି କଡା ଅଭ୍ୟାସ କରିଥିଲେ। ଏହା ଇଚ୍ଛାଧୀନ ଟ୍ରେନିଂ ସେସନ ରହିଥିବା ବେଳେ ଏକମାତ୍ର ଖେଳାଳି ଭାବରେ ଯଶପ୍ରୀତ ବୁମ୍‌ରା ଏଥିରେ ଭାଗ ନେଇ ନ ଥିଲେ। ତେବେ ବୁମ୍‌ରା ଆହତ ଅଛନ୍ତି କି ନାହିଁ ସେ ସମ୍ପର୍କରେ କୌଣସି ଅପଡେଟ୍‌ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri