ସୁଢ଼ି ଆମ୍ବର ଆଦର କମୁଛି

କେନ୍ଦୁଝର,୨୮।୬ (ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲାର ବଣପାହାଡ଼ ତଥା ବାଡ଼ି ବଗିଚାରେ ଫଳୁଥିବା ଦେଶୀ ଆମ୍ବ(ସ୍ଥାନୀୟ ଭାଷାରେ ସୁଢ଼ି ଆମ୍ବ)ର ଆଦର କମୁଛି। ଏହାର ସ୍ଥାନ ବିଭିନ୍ନ ପ୍ରକାର ମିଠା କଲମୀ ଆମ୍ବ ନେବାକୁ ବସିଛି। ଲୋପପାଇବାକୁ ବସିଥିବା ଦେଶୀ ଆମ୍ବର ଖଟାମିଠା ସ୍ବାଦ, ସ୍ବାସ୍ଥ୍ୟଗତ ଉପାଦେୟତା ଆଦିକୁ ନେଇ ପୁରୁଖା ଲୋକମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି। ଫଳରେ ଗାଁ ମୁଣ୍ଡରେ ଆଉ ଦେଶୀ ଆମ୍ବତୋଟା ଦେଖିବାକୁ ମିଳୁନାହିଁ। ବିଶେଷତଃ ସହରୀକରଣ ଆମ୍ବତୋଟା ଲୋପ ପାଇବାର ମୁଖ୍ୟ କାରଣ ହୋଇଛି। ଅନ୍ୟପକ୍ଷେ ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନ ଯୋଗୁ ଆମ୍ବଗଛ ନଷ୍ଟହେବା ସହ ଫଳ କମୁଛି।
ଆଗରୁ ବଣଜଙ୍ଗଲ ବ୍ୟତୀତ ପ୍ରତ୍ୟେକ ଗ୍ରାମର ବିଲ, ବାଡ଼ିବଗିଚା, ରାସ୍ତାକଡ଼ରେ ବହୁ ସଂଖ୍ୟାରେ ଆମ୍ବ ଗଛ ଦେଖିବାକୁ ମିଳୁଥିଲା। ଗାଁଗୁଡ଼ିକରେ ଆମ୍ବତୋଟା ମଧ୍ୟ ଥିଲା। ଗ୍ରାମର ଲୋକମାନେ ବିଶେଷକରି ବନବାସୀମାନେ ଆମ୍ବ ଋତୁରେ ବଣଜଙ୍ଗଲ, ତୋଟା ତଥା ରାସ୍ତାଘାଟରୁ ଆମ୍ବ ସଂଗ୍ରହକରି ନିଜେ ଖାଇବା ସହ ହାଟବଜାର ତଥା ରାସ୍ତା କଡ଼ରେ ବସି ବିକ୍ରିକରି ୨ପଇସା ରୋଜଗାର କରୁଥିଲେ। ସେଥିରେ ତେଲଲୁଣ ସଂସାର ଚଳାଉଥିଲେ। କଞ୍ଚା ଆମ୍ବରୁ ଆମ୍ବୁଲ, ଆଚାର, ଖଟା ଆଦି ପ୍ରସ୍ତୁତ କରାଯାଇ ବିକ୍ରି ହେଉଥିଲା। ପାଚିଲା ଆମ୍ବକୁ ମଧ୍ୟ ଖଟା କରି କିମ୍ବା ଏହାର ରସକୁ ବାହାରକରି ଖାଇଥାନ୍ତି। ଦେଶୀ ଆମ୍ବତୋଟା ଲୋପ ପାଇଯାଇଥିବାରୁ ଆମ୍ବ ମିଳୁନାହିଁ। ଏହା ବଦଳରେ କମ୍‌ ଜାଗାରେ ଛୋଟ ଗଛରୁ ଫଳ ହେଉଥିବା କଲମୀ ଆମ୍ବ ଗଛ ଚାରା ରୋପଣ କରାଯାଉଛି। ଏବେ ଜଙ୍ଗଲରେ ଥିବା କିଛି ଗଛରୁ ବନବାସୀ ଆମ୍ବ ସଂଗ୍ରହକରି ବୋଝରେ ଆଣି ହାଟ, ରସ୍ତାକଡ଼ରେ ପସରା ପକାଇ ବିକ୍ରି କରୁଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବସି ରହୁଥିଲେ ହେଁ ମାକେର୍ଟରେ ପ୍ରଚୁର ପରିମାଣରେ କଲମୀ ଆମ୍ବର ଚାହିଦା ରହୁଥିବାରୁ ଦେଶୀ ଆମ୍ବର ବିକ୍ରି ଭଲ ହେଉନାହିଁ। ଭାଗ ୨୦ ଟଙ୍କା ବା କିଲୋ ପ୍ରତି ୫ ରୁ ୧୦ ଟଙ୍କାରେ ବିକ୍ରି କରିଥାଆନ୍ତି। ଚାହିଦା ନ ଥିବାରୁ ବ୍ୟବସାୟୀ ମଧ୍ୟ କିଣୁିନାହାନ୍ତି। କଲମୀ ଆମ୍ବକୁ ସରକାର ପ୍ରୋତ୍ସାହନ ଦେଉଥିବାରୁ ଦେଶୀ ଆମ୍ବ ଅଲୋଡ଼ା ହୋଇପଡୁଛି।
ପରିବେଶବିତ ହରେକୃଷ୍ଣ ମହାନ୍ତ କହିଛନ୍ତି, କଲମୀ ଆମ୍ବର ସ୍ବାଦ ଅଧିକ ଥିଲେ ହେଁ ଏହା ଦେଶୀ ଆମ୍ବର ସ୍ବାଦକୁ ପରିଶୋଧ କରିପାରିବ ନାହିଁ। ଦେଶୀ ଆମ୍ବ ଗଛ ପରିବେଶକୁ ଯେଉଁଭଳି ଶହ ଶହ ବର୍ଷ ଧରି ସୁରକ୍ଷା ଦେଇଥାଏ, ସେଭଳି କଲମୀ ଆମ୍ବ ଗଛ ସୁରକ୍ଷା ଦେଇପାରିବ ନାହିଁ ା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା କହିଛନ୍ତି, ଆଗରୁ ଲୋକମାନେ ଆମ୍ବ ଗଛ ଲଗାଇବାକୁ ପୁଣ୍ୟ କାମ କହୁଥିଲେ ଅର୍ଥାତ୍‌ ନାତିନାତୁଣୀଙ୍କ ପାଇଁ ଲଗାଉଥିଲେ। ଆମ୍ବ ଗଛ ଅନେକଙ୍କୁ ଫଳ ଦେବା ସହ ଛାଇ, ସ୍ବାସ୍ଥ୍ୟକର ପରିବେଶ, ବାୟୁ ଯୋଗାଇବାରେ ସହାୟକ ହେଉଥିଲା। ଶୁଆକାଟି ନିବାସୀ ଦସରୁ ମୁଣ୍ଡା କହିଛନ୍ତି, ଜଙ୍ଗଲ ନଷ୍ଟ ହେଲା, ଆମ୍ବ, ପଣସ ଆଦି ଫଳ ଗଛ ନଷ୍ଟହେଲା। ଓର୍‌ମାସ ମୁଖ୍ୟ ନିର୍ବାହୀ ସପନ ଗୋସ୍ବାମୀ କହିଛନ୍ତି, ଏଭଳି ଜଙ୍ଗଲ ଜାତ ଫଳର କିଣାବିକା ପାଇଁ ବ୍ୟବସ୍ଥା ନାହିଁ। ଶୀତଳ ଭଣ୍ଡାର ମଧ୍ୟ ନାହିଁ। ଲୋକମାନେ ନିଜେ ସଂଗ୍ରହକରି ବଜାରରେ ବିକିଥାନ୍ତି। ବିଭିନ୍ନ ସ୍ଥାନରେ ମହିଳା ଗୋଷ୍ଠୀମାନଙ୍କୁ ଆମ୍ବର ପ୍ରକ୍ରିୟାକରଣ କରିବା ନେଇ ତାଲିମ ଦିଆଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିବାର ଅସଲ କାରଣ କହିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ଆୟରଲ୍ୟାଣ୍ଡ ଗସ୍ତରେ ନିରାଶାର ସମ୍ମୁଖୀନ ହୋଇଥିଲା, ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଥିଲା। ବେଲଫାଷ୍ଟରେ ପ୍ରଥମ…

RBIର ନୂଆ ପ୍ଲାନ! ଅନଲାଇନରେ ଟଙ୍କା ପଠାଇବା ନିୟମରେ ହେବ ପରିବର୍ତ୍ତନ, ଲାଗିବ….

ନୂଆଦିଲ୍ଲୀ,୨୯।୬: ଡିଜିଟାଲ୍ ପେମେଣ୍ଟର ବର୍ଦ୍ଧିତ ଧାରା ମଧ୍ୟରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଅନଲାଇନ୍ ଠକେଇକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। RBI…

ଏଲପିଜି ଗ୍ରାହକ ସାବଧାନ! ଆଉ ମାତ୍ର ୪୮ ଘଣ୍ଟା, ବନ୍ଦ ହୋଇଯିବ ଏହି ଜରୁରୀ ସେବା…

ନୂଆଦିଲ୍ଲୀ,୨୯।୬: ଯଦି ଆପଣଙ୍କ ଘରେ ମଧ୍ୟ ଇଣ୍ଡେନ୍ (Indane), ଏଚପି (HP) କିମ୍ବା ଭାରତ ଗ୍ୟାସ୍ (Bharat Gas) ର ଏଲପିଜି କନେକ୍ସନ ଅଛି, ତେବେ ଏହି…

ଟ୍ରାକ୍ଟରରେ ବସି ଯାଉଥିଲେ ଶ୍ରମିକ, ଖସିପଡ଼ିବାରୁ…

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର (ନଂ-ଓଡି୧୫ଏଫ ୯୬୬୩) ଚାପାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।…

ସ୍କୁଲରେ ପଶି ଉର୍ଦ୍ଦୁ ଶିକ୍ଷକଙ୍କୁ ପିଟିଲେ BJP କର୍ମୀ

ହାଇଦ୍ରାବାଦ,୨୯।୬: ତେଲଙ୍ଗାନାର ନିଜାମାବାଦରେ ଏକ ଘଟଣା ସାମ୍ନାକୁ ଆସିଛି, ଯାହା କଂଗ୍ରେସ ନେତା ଡକ୍ଟର ଶମା ମହମ୍ମଦଙ୍କୁ ତାଙ୍କ ନିଜ ସରକାରଙ୍କ ନିକଟରେ ଦୃଢ଼ ଦାବି କରିବାକୁ…

ବ୍ରେନ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାକୁ ହେଲେ…

ଆମ ଶରୀରରେ ସୁଗାର ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଏହାଦ୍ୱାରା ଆମେ ନିଜକୁ କେତେକ ସ୍ବାସ୍ଥ୍ୟ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିପାରିବା। ଯଦି ରକ୍ତରେ ସୁଗାର…

ଜି ଉଦୟଗିରିରେ ମହାପ୍ରଭୁଙ୍କ ହାତୀବେଶ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ…

ଜି ଉଦୟଗିରି, ୨୯ା୬(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ଆଜି ଅର୍ଥାତ୍‌ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା।  ସୋମବାର ଦିନ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ…

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କ ପ୍ରବଳ ଭିଡ଼

କୋରାପୁଟ,୨୯ା୬(ଅମିତାଭ ବେହେରା): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ପୂର୍ବାହ୍ନ ୧୦ଟା ୩୦ ମିନିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri