କେନ୍ଦୁଝର,୨୮।୬ (ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲାର ବଣପାହାଡ଼ ତଥା ବାଡ଼ି ବଗିଚାରେ ଫଳୁଥିବା ଦେଶୀ ଆମ୍ବ(ସ୍ଥାନୀୟ ଭାଷାରେ ସୁଢ଼ି ଆମ୍ବ)ର ଆଦର କମୁଛି। ଏହାର ସ୍ଥାନ ବିଭିନ୍ନ ପ୍ରକାର ମିଠା କଲମୀ ଆମ୍ବ ନେବାକୁ ବସିଛି। ଲୋପପାଇବାକୁ ବସିଥିବା ଦେଶୀ ଆମ୍ବର ଖଟାମିଠା ସ୍ବାଦ, ସ୍ବାସ୍ଥ୍ୟଗତ ଉପାଦେୟତା ଆଦିକୁ ନେଇ ପୁରୁଖା ଲୋକମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି। ଫଳରେ ଗାଁ ମୁଣ୍ଡରେ ଆଉ ଦେଶୀ ଆମ୍ବତୋଟା ଦେଖିବାକୁ ମିଳୁନାହିଁ। ବିଶେଷତଃ ସହରୀକରଣ ଆମ୍ବତୋଟା ଲୋପ ପାଇବାର ମୁଖ୍ୟ କାରଣ ହୋଇଛି। ଅନ୍ୟପକ୍ଷେ ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନ ଯୋଗୁ ଆମ୍ବଗଛ ନଷ୍ଟହେବା ସହ ଫଳ କମୁଛି।
ଆଗରୁ ବଣଜଙ୍ଗଲ ବ୍ୟତୀତ ପ୍ରତ୍ୟେକ ଗ୍ରାମର ବିଲ, ବାଡ଼ିବଗିଚା, ରାସ୍ତାକଡ଼ରେ ବହୁ ସଂଖ୍ୟାରେ ଆମ୍ବ ଗଛ ଦେଖିବାକୁ ମିଳୁଥିଲା। ଗାଁଗୁଡ଼ିକରେ ଆମ୍ବତୋଟା ମଧ୍ୟ ଥିଲା। ଗ୍ରାମର ଲୋକମାନେ ବିଶେଷକରି ବନବାସୀମାନେ ଆମ୍ବ ଋତୁରେ ବଣଜଙ୍ଗଲ, ତୋଟା ତଥା ରାସ୍ତାଘାଟରୁ ଆମ୍ବ ସଂଗ୍ରହକରି ନିଜେ ଖାଇବା ସହ ହାଟବଜାର ତଥା ରାସ୍ତା କଡ଼ରେ ବସି ବିକ୍ରିକରି ୨ପଇସା ରୋଜଗାର କରୁଥିଲେ। ସେଥିରେ ତେଲଲୁଣ ସଂସାର ଚଳାଉଥିଲେ। କଞ୍ଚା ଆମ୍ବରୁ ଆମ୍ବୁଲ, ଆଚାର, ଖଟା ଆଦି ପ୍ରସ୍ତୁତ କରାଯାଇ ବିକ୍ରି ହେଉଥିଲା। ପାଚିଲା ଆମ୍ବକୁ ମଧ୍ୟ ଖଟା କରି କିମ୍ବା ଏହାର ରସକୁ ବାହାରକରି ଖାଇଥାନ୍ତି। ଦେଶୀ ଆମ୍ବତୋଟା ଲୋପ ପାଇଯାଇଥିବାରୁ ଆମ୍ବ ମିଳୁନାହିଁ। ଏହା ବଦଳରେ କମ୍ ଜାଗାରେ ଛୋଟ ଗଛରୁ ଫଳ ହେଉଥିବା କଲମୀ ଆମ୍ବ ଗଛ ଚାରା ରୋପଣ କରାଯାଉଛି। ଏବେ ଜଙ୍ଗଲରେ ଥିବା କିଛି ଗଛରୁ ବନବାସୀ ଆମ୍ବ ସଂଗ୍ରହକରି ବୋଝରେ ଆଣି ହାଟ, ରସ୍ତାକଡ଼ରେ ପସରା ପକାଇ ବିକ୍ରି କରୁଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବସି ରହୁଥିଲେ ହେଁ ମାକେର୍ଟରେ ପ୍ରଚୁର ପରିମାଣରେ କଲମୀ ଆମ୍ବର ଚାହିଦା ରହୁଥିବାରୁ ଦେଶୀ ଆମ୍ବର ବିକ୍ରି ଭଲ ହେଉନାହିଁ। ଭାଗ ୨୦ ଟଙ୍କା ବା କିଲୋ ପ୍ରତି ୫ ରୁ ୧୦ ଟଙ୍କାରେ ବିକ୍ରି କରିଥାଆନ୍ତି। ଚାହିଦା ନ ଥିବାରୁ ବ୍ୟବସାୟୀ ମଧ୍ୟ କିଣୁିନାହାନ୍ତି। କଲମୀ ଆମ୍ବକୁ ସରକାର ପ୍ରୋତ୍ସାହନ ଦେଉଥିବାରୁ ଦେଶୀ ଆମ୍ବ ଅଲୋଡ଼ା ହୋଇପଡୁଛି।
ପରିବେଶବିତ ହରେକୃଷ୍ଣ ମହାନ୍ତ କହିଛନ୍ତି, କଲମୀ ଆମ୍ବର ସ୍ବାଦ ଅଧିକ ଥିଲେ ହେଁ ଏହା ଦେଶୀ ଆମ୍ବର ସ୍ବାଦକୁ ପରିଶୋଧ କରିପାରିବ ନାହିଁ। ଦେଶୀ ଆମ୍ବ ଗଛ ପରିବେଶକୁ ଯେଉଁଭଳି ଶହ ଶହ ବର୍ଷ ଧରି ସୁରକ୍ଷା ଦେଇଥାଏ, ସେଭଳି କଲମୀ ଆମ୍ବ ଗଛ ସୁରକ୍ଷା ଦେଇପାରିବ ନାହିଁ ା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା କହିଛନ୍ତି, ଆଗରୁ ଲୋକମାନେ ଆମ୍ବ ଗଛ ଲଗାଇବାକୁ ପୁଣ୍ୟ କାମ କହୁଥିଲେ ଅର୍ଥାତ୍ ନାତିନାତୁଣୀଙ୍କ ପାଇଁ ଲଗାଉଥିଲେ। ଆମ୍ବ ଗଛ ଅନେକଙ୍କୁ ଫଳ ଦେବା ସହ ଛାଇ, ସ୍ବାସ୍ଥ୍ୟକର ପରିବେଶ, ବାୟୁ ଯୋଗାଇବାରେ ସହାୟକ ହେଉଥିଲା। ଶୁଆକାଟି ନିବାସୀ ଦସରୁ ମୁଣ୍ଡା କହିଛନ୍ତି, ଜଙ୍ଗଲ ନଷ୍ଟ ହେଲା, ଆମ୍ବ, ପଣସ ଆଦି ଫଳ ଗଛ ନଷ୍ଟହେଲା। ଓର୍ମାସ ମୁଖ୍ୟ ନିର୍ବାହୀ ସପନ ଗୋସ୍ବାମୀ କହିଛନ୍ତି, ଏଭଳି ଜଙ୍ଗଲ ଜାତ ଫଳର କିଣାବିକା ପାଇଁ ବ୍ୟବସ୍ଥା ନାହିଁ। ଶୀତଳ ଭଣ୍ଡାର ମଧ୍ୟ ନାହିଁ। ଲୋକମାନେ ନିଜେ ସଂଗ୍ରହକରି ବଜାରରେ ବିକିଥାନ୍ତି। ବିଭିନ୍ନ ସ୍ଥାନରେ ମହିଳା ଗୋଷ୍ଠୀମାନଙ୍କୁ ଆମ୍ବର ପ୍ରକ୍ରିୟାକରଣ କରିବା ନେଇ ତାଲିମ ଦିଆଯାଉଛି ବୋଲି କହିଥିଲେ।
Posted inHome Left, ଆମ ଜିଲା ଖବର, କେନ୍ଦୁଝର View All
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…
ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

