ଢେଙ୍କାନାଳରୁ ସୁଧୀର, କାମାକ୍ଷାନଗରରୁ ପ୍ରଫୁଲ୍ଲ ଓ ପରଜଙ୍ଗରୁ ନୃସିଂହ

ଢେଙ୍କାନାଳ,୨୮ା୩(ରତନ ନାୟାର)ଢେଙ୍କାନାଳ ଜିଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରାର୍ଥୀ ଘୋଷଣା କରାଯାଇଛି। ଢେଙ୍କାନାଳ, କାମାକ୍ଷାନଗର ଓ ପରଜଙ୍ଗ ନିବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅପରବର୍ତ୍ତିତ ରହିଛନ୍ତି। ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ସୁଧୀର କୁମାର ସାମଲ, କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକ ତଥା ଜିଲା ବିଜେଡି ସଭାପତି ଡା. ନୃସିଂହ ଚରଣ ସାହୁଙ୍କୁ ଦଳ ପୁଣି ପ୍ରାର୍ଥୀ କରିଛି। କିନ୍ତୁ ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଦଳ ବୁଧବାର ପ୍ରାର୍ଥୀ ଘୋଷଣା କରିପାରିନାହିଁ।
ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ବିଧାୟକ ସୁଧୀର କୁମାର ସାମଲଙ୍କ ଉପରେ ଦଳ ଦ୍ୱିତୀୟଥର ପାଇଁ ଭରସା କରିଛି। ଏ ନେଇ ସୁଧୀର କହିଛନ୍ତି, ମୁଖ୍ୟମନ୍ତ୍ରୀ ଦ୍ୱିତୀୟଥର ପାଇଁ ଆସ୍ଥା ପ୍ରକଟ କରିଥିବାରୁ ପ୍ରଥମେ ତାଙ୍କୁ କୃତଜ୍ଞତା ଜଣାଉଛି। ବିଗତ ୫ବର୍ଷ ଭିତରେ ଗାଁ ଗାଁ, ଘର ଘର ବୁଲିଛୁ। ନିର୍ବାଚନମଣ୍ଡଳୀର ସଦର ଓ ଗଁଦିଆ ବ୍ଲକର ୫୦ଟି ପଞ୍ଚାୟତରେ ବିଜୁ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ, ବିଦ୍ୟାଳୟ ରୁପାନ୍ତରଣ, ପାନୀୟଜଳ ସମସ୍ୟା, ଧର୍ମାନୁଷ୍ଠାନର ଉନ୍ନତୀକରଣ, ସ୍ବାସ୍ଥ୍ୟ, କୃଷି ଆଦି ସବୁ କ୍ଷେତ୍ରରେ ଉନ୍ନତି ହୋଇଛି। ଆସନ୍ତା ନିର୍ବାଚନରେ ବହୁତ ଭଲ କରିବୁ ଏବଂ ବିଜୟୀ ହେବୁ। ସୂଚନାଯୋଗ୍ୟ, ସୁଧୀର କୁମାର ସାମଲ ୨୦୦୪ରେ ପ୍ରଥମେ କଂଗ୍ରେସ ଟିକେଟରେ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ଏହାପରେ ୨୦୧୯ରେ ବିଜେଡି ଟିକେଟରେ ବିଜୟୀ ହୋଇ ବିଧାୟକ ହୋଇଥିଲେ।
ସେହିପରି କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଉପରେ ବିଜେଡି ୫ମ ଥର ପାଇଁ ଭରସା କରି ପ୍ରାର୍ଥୀ କରିଛି। ସେ ଏହି ନିର୍ବାଚନ ମଣ୍ଡଳୀରୁ ୪ଥର ବିଧାୟକ ହୋଇ ୨ଟି ପାଳିରେ ମନ୍ତ୍ରୀ ହୋଇଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ମଲ୍ଲିକ କହିଛନ୍ତି, କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବହୁ ବିକାଶମୂଳକ କାର୍ଯ୍ୟ ହୋଇଛି। ଅନେକ ଗ୍ରାମକୁ ସଂଯୋଗ ପାଇଁ ବ୍ରାହ୍ମଣୀ ଓ ରାମିଆଳ ନଦୀରେ ସେତୁ ନିର୍ମାଣ କରାଯାଇଛି। ପାନୀୟଜଳ ସମସ୍ୟାର ସମାଧାନ ସମେତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ଆସନ୍ତା ନିର୍ବାଚନରେ ଗତଥର ଅପେକ୍ଷା ବହୁ ଅଧିକ ଭୋଟରେ ବିଜୟୀ ହେବୁ।
ସେହିପରି ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୪ର୍ଥ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି ବିଧାୟକ ତଥା ଜିଲା ବିଜେଡି ସଭାପତି ଡା. ନୃସିଂହ ଚରଣ ସାହୁ। ସେ ଏଥିପୂର୍ବରୁ ପାଲଲହଡା ନିର୍ବାଚନମଣ୍ଡଳୀରେ ଥରେ କଂଗ୍ରେସ ଓ ଥରେ ଜନତା ଦଳର ବିଧାୟକ ହୋଇଥିଲେ। ୨୦୦୯ ମସିହାରେ ନୂତନ ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ ଗଠନ ହେବାପରେ ସେ ଲଗାତର ୩ଥର ବିଧାୟକ ହେବା ସହିତ ରାଜ୍ୟ ସରକାରରେ ମନ୍ତ୍ରୀ ମଧ୍ୟ ରହିଥିଲେ। ଏ ନେଇ ବିଧାୟକ ସାହୁ କହିଛନ୍ତି, ସମସ୍ୟା ଆସୁଥିବ, ଏହାର ସମାଧାନ ମଧ୍ୟ କରାଯାଉଥିବ। ଚଳିତ ନିର୍ବାଚନରେ ବହୁ ଭଲ ଭୋଟରେ ଜିତିବୁ। ଜିଲାର ଏହି ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା ହେବାପରେ ପ୍ରାର୍ଥୀମାନଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିବା ଯୋଗୁ ରାଜନୈତିକ ବାତାବରଣ ଅଧିକ ସରଗରମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?