ଏମିତି ଥିଲା କାନାଡା ପ୍ରଧାନମନ୍ତ୍ରୀଙ୍କ ପ୍ରେମ କାହାଣୀ, ଏବେ ସ୍ତ୍ରୀଙ୍କଠାରୁ ହେବେ ଅଲଗା

ଓଟଓ୍ବା,୩ା୮: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ସ୍ତ୍ରୀ ସୋଫି ଟ୍ରୁଡୋ ଅଲଗା ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି, ମୁଁ ସମସ୍ତ ଆଇନଗତ କାର୍ଯ୍ୟ କରିସାରିଛି ଏବଂ ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ।

ଏମାନଙ୍କ ବିଚ୍ଛେଦ ହେବା ଖବର ଯେତିକି ଚର୍ଚ୍ଚା, ପ୍ରେମ ମଧ୍ୟ ସେତିକି ଚର୍ଚ୍ଚାରେ ଥିଲା। ଜଷ୍ଟିନ ଟ୍ରୁଡୋ ଏବଂ ସୋଫି ଗ୍ରେଗୋଏର ପିଲାଦିନେ ସାକ୍ଷାତ ହୋଇଥିଲେ। ସୋଫି ଟ୍ରୁଡୋଙ୍କ ସାନ ଭାଇ ମିସେଲଙ୍କ ସହପାଠୀ ଥିଲେ ଏବଂ ୨୦୦୩ରେ ଏକ ଦାତବ୍ୟ କାର୍ଯ୍ୟକ୍ରମରେ ଦୁହେଁ ପୁନର୍ବାର ସାକ୍ଷାତ ହୋଇଥିଲେ।

ଏକ ରିପୋର୍ଟ ଅନୁଯାୟୀ, ସୋଫି କାନାଡାର ମ୍ୟାକଗିଲ ୟୁନିଭର୍ସିଟିରୁ ବାଣିଜ୍ୟ ଅଧ୍ୟୟନ କରିଛନ୍ତି। ୟୁନିଭର୍ସିଟି ଡି ମଣ୍ଟ୍ରିଆଲରୁ କମ୍ୟୁନିକେଶନରେ ବିଏ କରିଛନ୍ତି। ସୋଫି ୨୦୦୩ରେ ଯେତେବେଳେ ସେ ଟ୍ରୁଡୋଙ୍କୁ ଭେଟିଥିଲେ ସେତେବେଳେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ଦୁଇ ବର୍ଷ ପରେ ଦୁହେଁ ବିବାହ କରିଥିଲେ।

ସୋଫି ଲିଙ୍ଗଗତ ସମାନତାର ଜଣେ ଆଡଭୋକେଟ ଅଟନ୍ତି ଏବଂ କାନାଡାର ପ୍ରଧାନମନ୍ତ୍ରୀ ତାଙ୍କ ସ୍ତ୍ରୀଙ୍କୁ ନାରୀବାଦୀ ନୀତି ଗଠନ କରିବାରେ ଶ୍ରେୟ ଦେଇଛନ୍ତି। କାନାଡାର ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ କ୍ୟାବିନେଟକୁ ଲିଙ୍ଗ-ସନ୍ତୁଳିତ ରଖିଛନ୍ତି ଏବଂ ମହିଳା ସଶକ୍ତିକରଣ ଉପରେ କାନାଡାର ବୈଦେଶିକ ନୀତିରେ ଅଧିକ ଧ୍ୟାନ ଦିଆଯାଇଛି।

ସୋଫିଙ୍କୁ ମଧ୍ୟ ବହୁତ ସୁନ୍ଦର ଭାବରେ ବିବେଚନା କରାଯାଏ। ୨୦୧୫ରେ ନ୍ୟୁୟର୍କ ପୋଷ୍ଟ ସୋଫିଙ୍କୁ ‘ଦୁନିଆର ସବୁଠାରୁ ହଟ୍‌ ପ୍ରଥମ ଲେଡ’ ବୋଲି କହିଥିଲା।

ସୂଚନାଯୋଗ୍ୟ, ସୋଫି ସ୍ବାମୀ ଜଷ୍ଟିନ ଟ୍ରୁଡୋଙ୍କଠାରୁ ଅଲଗା ହେବା ପରେ ଅଟ୍ଟୋରେ ଏକ ଭିନ୍ନ ସ୍ଥାନରେ ରହିବେ । ପିଲାମାନେ ମଧ୍ୟ ସେମାନଙ୍କ ସହିତ ରହିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?