ବ୍ୟବସାୟୀଙ୍କୁ ମିଳିବ ଏମିତି ଘର

ଯାଜପୁର ଟାଉନ,୨୦ା୮(ପ୍ରଯକ୍ତା ପ୍ର୍ରିୟଦର୍ଶନୀ ମହାନ୍ତି):ଯାଜପୁର ସହର ଉପକଣ୍ଠରେ ନିର୍ମାଣ ଚାଲିଛି ଆରଏମ୍‌ସି ମାର୍କେଟ୍‌ କମ୍ପ୍ଲେକ୍ସ। ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବୈତରଣୀ ପଠାରେ ଆର୍‌ଏମ୍‌ସି ପକ୍ଷରୁ ବିସ୍ଥାପିତ ବ୍ୟବସାୟୀଙ୍କ ପାଇଁ ଗୃହ ନିର୍ମାଣ ଚାଲିଛି। ମାତ୍ର ଏହା ଏମିତି ନିର୍ମାଣ ହେଉଛି ଯେ, କେହି ବି ଦେଖିବେ ସେ ତାଜୁବ ହୋଇଯିବେ। କାରଣ ନଦୀପଠାରେ ବାଲି ଉପରେ ନିମ୍ନମାନର ଘର ନିର୍ମାଣ କରାଯାଉଛି। ଯାହା କେଉଁ ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବାର ସମ୍ଭାବନା ରହିଥିବାବେଳେ ଆରଏମସି ପକ୍ଷରୁ ନିୟମାନୁସାରେ ନିର୍ମାଣ ହେଉଥିବା କୁହାଯାଉଛି।
ସୂଚନା ଅନୁସାରେ, ଯାଜପୁର ସହରର ପ୍ରବେଶପଥ କିଆନାଳିକୁଳ ଛକଠାରେ ଦୀର୍ଘବର୍ଷ ଧରି ପରିବା ବ୍ୟବସାୟମାନେ ବସିଆସୁଥିଲେ। ଆର୍‌ଏମ୍‌ସି ପକ୍ଷରୁ ଏହି ପରିବା ମାର୍କେଟକୁ ନିୟନ୍ତ୍ରଣ କରାଯାଉଥିଲା। ଏହାକୁ ଲାଗି ଆର୍‌ଏମ୍‌ସିର ମଧ୍ୟ ଏକ ମାର୍କେଟ କମ୍ପ୍ଲେକ୍ସ ଥିଲା। ମାତ୍ର ମେଡିକାଲ କଲେଜ ନିର୍ମାଣ ଦୃଷ୍ଟିରୁ ଉଠା ଦୋକାନୀଙ୍କୁ ବାଳାଶ୍ରମ ପଡ଼ିଆରେ ଅସ୍ଥାୟୀ ଭାବେ ବସାଯାଇଥିବାବେଳେ ପୁରୁଣା ଘର ହରାଇ ଥିବା ବ୍ୟବସାୟଙ୍କ ପାଇଁ ଯାଜପୁରସହର ଉପକଣ୍ଠ ପଣସା ପଞ୍ଚାୟତ ମୋଟରଙ୍ଗାପାଳ ପାଖରେ ନୁତନ ଗୃହ ନିର୍ମାଣ କରି ମାର୍କେଟ କମ୍ପ୍ଲେକ୍ସ କରାଯାଉଛି। କିନ୍ତୁ ଏହି ଘରର ନିର୍ମାଣ ଶୈଳୀ ଅତ୍ୟନ୍ତ ନିମ୍ନମାନର ରହିଛି। ଏହି ସ୍ଥାନଦେଇ ନଦୀ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ନିର୍ମାଣ ଉଦ୍ଦେଶ୍ୟରେ ୧୦ଫୁଟ୍‌ର ବାଲି ପକାଇ ଏହାକୁ ପୋତାଯାଇଛି। ଅନ୍ୟ ପଟେ ମାତ୍ର ୨ଫୁଟ୍‌ ମାଟି ତାଡ଼ି ଗୃହ ପାଇଁ ପିଲର କରାଯାଇ ଏବେ ଗୃହ ନିର୍ମାଣ ଶେଷ ହୋଇଛି। ଠିକାଦାର ଏବଂ କେତେଜଣ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ପିସି କାରବାର ଓ ସରକାରୀ ଅର୍ଥ ଲୁଟ୍‌ ଉଦ୍ଦେଶ୍ୟରେ ଏପରି ନିମ୍ନମାନର କାର୍ଯ୍ୟ କରାଯାଉଛି ବୋଲି ଅଭିଯୋଗ ହୋଇଛି। ମାତ୍ର ୨ ଫୁଟ୍‌ ଗଭୀରତାରୁ ପିଲର କରାଯାଉଥିବା ବେଳେ ବନ୍ୟାଜଳ ଆସିଲେ କେଉଁ ସମୟରେ ବି ଏହି ଘର ଭୁଶୁଡ଼ି ପଡ଼ିବାର ଭୟ ରହିଛି।
ଏନେଇ ଆର୍‌ଏମ୍‌ସି ଦାୟିତ୍ୱରେ ଥିବା ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀଙ୍କ କହିବା ଅନୁଯାୟୀ ନିୟମାନୁସାରେ ନିର୍ମାଣ କାର୍ଯ୍ୟ କରାଯାଉଛି। ଏହି ନିର୍ମାଣ କାର୍ଯ୍ୟକୁ ଉଚ୍ଚ ମାନର ଯନ୍ତ୍ରୀ ତଦାରଖ କରୁଛନ୍ତି ବୋଲି ବିଡିଓ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଥିବା ଠିକାଦାରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ପ୍ରକାଶ କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏପରି ନିମ୍ନମାନର କାର୍ଯ୍ୟ କରାଯାଉଥିବାବେଳେ ଜିଲାର ଅନ୍ୟ ଅଞ୍ଚଳର ଉନ୍ନୟନ କାର୍ଯ୍ୟର ମାନ କ’ଣ ହେଉଥିବ ତାହା ସ୍ପଷ୍ଟ ବାରି ହୋଇପଡୁଛି। ତେବେ ନିମ୍ନମାନର ଗୃହ ନିର୍ମାଣ ବିଷୟରେ ଆଲୋଚନା ହେବା ପରେ ବ୍ୟବସାୟମାନେ ଘର ନେବାକୁ ଭୟଭିତ ହୋଇପଡିଛନ୍ତି। ଯଦି ଏପରି ନିମ୍ନମାନର ମାର୍କେଟ କମ୍ପ୍ଲେକ୍ସ ଭୁଶୁଡ଼ି ପଡ଼େ ତେବେ କିଏ ଦାୟୀ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri