ଏଭଳି ‘ଭାରତ ବନ୍ଦ’ ନିନ୍ଦନୀୟ: ଭାଜପା

ଭୁବନେଶ୍ୱର, ୨୨।୮(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀଙ୍କ ଉପରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଆସ୍ଥା ଓ ଭରସା ରହିଛି। ୨୦୧୪ରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାପରେ କିପରି ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ସ୍ବାର୍ଥରକ୍ଷା କରିବା ଦିଗରେ କାର୍ଯ୍ୟ କରିଥିଲେ। ଏହାସହ ସାମାଜିକ, ରାଜନୈତିକ, ମନ୍ତ୍ରିମଣ୍ଡଳର ସବୁ ଜାଗାରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ସ୍ବାର୍ଥ ସୁରକ୍ଷିତ ରହିବା ଦିଗରେ ଚେଷ୍ଟା କରିଥିଲେ। ମୋଦି ଆମ୍ବେଦକରଙ୍କୁ ସମ୍ମାନ ଦେବା ପାଇଁ ପଞ୍ଚତୀର୍ଥର ବ୍ୟବସ୍ଥା କରିଛନ୍ତି। ଅପରପକ୍ଷେ ଆମ୍ବେଦକରଙ୍କୁ ଅତୀତରେ ଯେଉଁ ଦଳଗୁଡ଼ିକ ସମ୍ମାନ ଦେଇ ନ ଥିଲେ ବର୍ତ୍ତମାନ ସେମାନଙ୍କ ଇଙ୍ଗିତରେ ଭାରତ ବନ୍ଦ କାର୍ଯ୍ୟକ୍ରମ ଚାଲୁଛି। ଏହା ନିନ୍ଦନୀୟ ବୋଲି ଜଗତ୍‌ସିଂହପୁର ଏମ୍‌ପି ବିଭୁପ୍ରସାଦ ତରାଇ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଭୁପ୍ରସାଦ କହିଛନ୍ତି, ଭାଜପା ସରକାରକୁ ବଦନାମ କରିବା ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି। ଭାରତ ବନ୍ଦ ଡାକରାରେ ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି ଯୋଡ଼ି ନ ହେବା ସହ ଆନ୍ଦୋଳନକୁ ସଫଳ କରିବାକୁ ଦେଇନାହାନ୍ତି। ‘ଭାରତ ବନ୍ଦ’ ଡାକରାକୁ ଅସଫଳ କରିଥିବାରୁ ରାଜ୍ୟବାସୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତିର ବର୍ଗୀକରଣ ଆଧାରରେ କ୍ରିମି ଲେୟରମାନଙ୍କୁ ସଂରକ୍ଷଣରୁ ବାଦ୍‌ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ପ୍ରଦାନ କରିବା ପରିପ୍ରେକ୍ଷୀରେ ଭାଜପାର ସମସ୍ତ ଏସ୍‌ସି ଓ ଏସ୍‌ଟି ଏମ୍‌ପି ପ୍ରଧାନମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। କ୍ରିମି ଲେୟର ଆଧାରରେ ଏସ୍‌ସି, ଏସ୍‌ଟିଙ୍କ ମଧ୍ୟରେ ବର୍ଗୀକରଣକରି ବିଭେଦ ସୃଷ୍ଟି ନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ଏହି ଟିପ୍ପଣୀକୁ ନେଇ ବିଚଳିତ କିମ୍ବା ଭୟଭୀତ ନ ହେବା ପାଇଁ ପ୍ରଧାନମନ୍ତ୍ରୀ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଅତୀତରେ ୩ ଏସ୍‌ସି/ଏସ୍‌ଟି ଆଇନ ଅନୁସାରେ ଏତଲାକୁ ନେଇ ସୁପ୍ରିକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସଂସଦରେ ରଦ୍ଦ କରାଯାଇଥିଲା। ଅନ୍ୟ ପଟେ କିଛି ନ୍ୟସ୍ତସ୍ବାର୍ଥ କୁଚକ୍ରାନ୍ତକାରୀ ଗୋଷ୍ଠୀ ଏହି ଘଟଣା ପ୍ରସଙ୍ଗରେ ବିଭ୍ରାନ୍ତିକର ତଥ୍ୟ ଦେଇ ଭାରତ ବନ୍ଦ ଡାକରା ଦେବା ନିନ୍ଦନୀୟ ବୋଲି ବିଭୁପ୍ରସାଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?