ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ବ୍ୟକ୍ତି ଘରେ ବନ୍ଧା ଥିବା କୁକୁରକୁ ଗୋଇଠା ମାରୁଥିବା ଦେଖିବାକୁ ମିଳୁଛି। ପରେ ବାରମ୍ବାର ଏପରି କରିବା ଫଳରେ କୁକୁରଟି ମଧ୍ୟ ରାଗି ଯାଉଛି। ଓ ଶେଷରେ ସେ ବ୍ୟକ୍ତିଙ୍କ ଗୋଡକୁ କାମୁଡ଼ି ଧରୁଛି। ପରେ ବ୍ୟକ୍ତି ଜଣକ ତଳେ ପଡ଼ି ଯାଇଛନ୍ତି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ରିଟୁଇଟ କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Karma never loses an address pic.twitter.com/XGYqYxYS0s
— Susanta Nanda IFS (@susantananda3) October 20, 2020