Posted inଖେଳ

ଗୋଲ୍ଡେନ୍‌ ବଲ୍‌ ନିଲାମି ରୋକିବାକୁ ଉତ୍ତରାଧିକାରୀଙ୍କ ପ୍ରୟାସ

ପ୍ୟାରିସ୍‌,୧୫ା୫(ପି.ଟି): ଆର୍ଜେଣ୍ଟିନାର ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ଚୋରି ହୋଇଥିବା ଗୋଲ୍ଡେନ୍‌ ବଲ୍‌ର ନିଲାମକୁ ରୋକିବା ପାଇଁ ପ୍ରୟାସ କରିଛନ୍ତି ତାଙ୍କ ଉତ୍ତରାଧିକାରୀ। ୧୯୮୬ରେ ଆର୍ଜେଣ୍ଟିନା ବିଶ୍ୱକପ ଜିତିଥିବା ବେଳେ ମାରାଡୋନାଙ୍କୁ ଗୋଲ୍ଡେନ ବଲ୍‌ ପ୍ରଦାନ କରାଯାଇଥିଲା। ଚୋରି ହୋଇ ଯାଇଥିବା ଏହି ବଲ୍‌ଟିର ନିଲାମୀ ପ୍ୟାରିସ୍‌ରେ ହେବ ବୋଲି ଖବର ପ୍ରକାଶ ପାଇଥିଲା। ଏହାକୁ ମାରାଡୋନାଙ୍କ ଉତ୍ତରାଧିକାରୀ ବିରୋଧ କରିବା ସହ ଏକ ମାମଲା ଦାଏର କରିବେ ବୋଲି କହିଛନ୍ତି। ବିଗତ ଏକ ଦଶନ୍ଧି ହେବ ମାରାଡୋନାଙ୍କ ଗୋଲ୍ଡେନ ବଲ୍‌ ଚୋରି ହୋଇଯାଇଛି। ଆଗୁଟେସ୍‌ ଅକ୍ସନ୍‌ ହାଉସ୍‌ ଏ ନେଇ ମାମଲା ରୁଜୁ କରିବ ବୋଲି ଖବର ପ୍ରକାଶ ପାଇଥିଲା। ତେବେ ଏହା ଚୋରି ହୋଇଥିବାରୁ ବର୍ତ୍ତମାନ ଏହାକୁ ରଖିଥିବା ବ୍ୟକ୍ତି ଏହାକୁ ନିଲାମ କରିପାରିବେ ନାହିଁ ବୋଲି ମାରାଡୋନାଙ୍କ ପରିବାର ବର୍ଗ କହିଛନ୍ତି। ପାରାଡକ୍ସ ଲ’ ଫାର୍ମରେ କାମ କରୁଥିବା ଗିଲ୍‌ସ ମୋରେଉ ଏହି ମାମଲାରେ ମାରାଡୋନାଙ୍କ ଦୁଇ ଝିଅଙ୍କ ପକ୍ଷ ରଖିଛନ୍ତି। ଗୋଲ୍ଡେନ୍‌ ବଲ୍‌କୁ ନିଲାମିରୁ ଦୂରେଇ ରଖିବା ପାଇଁ ଏକ ଆବେଦନ କରାଯାଇଥିବା ଗିଲ୍‌ସ ସୂଚନା ଦେଇଛନ୍ତି। ୧୯୮୬ରେ ଲିଡୋ କାର୍ବେଟରେ ଏକ ପୁରସ୍କାର ପ୍ରଦାନ ଉତ୍ସବରେ ମାରାଡୋନାଙ୍କୁ ଗୋଲ୍ଡେନ୍‌ ବଲ୍‌ ପ୍ରଦାନ କରାଯାଇଥିଲା। ତେବେ ଏହି ଟ୍ରଫି କିଭଳି ଅନ୍ତର୍ଦ୍ଧାନ ହେଲା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୋକର୍‌ ଗେମ୍‌ରେ ମାରାଡୋନା ଟ୍ରଫିକୁ ନେଇ ଜୁଆ ଖେଳି ଏହାକୁ ହରାଇଥିବାର ରିପୋର୍ଟ ସାମ୍ନାକୁ ଆସିଥାଏ। କରଜ ଶୁଝିବା ପାଇଁ ସେ ଏହାକୁ ବିକ୍ରି କରିଥିବା ମଧ୍ୟ ଖବର ଆସିଥାଏ। ଅନ୍ୟ ଏକ ରିପୋର୍ଟ ଅନୁସାରେ ମାରାଡୋନା ଇଟାଲିଆନ୍‌ ଲିଗ୍‌ ଖେଳୁଥିବା ବେଳେ ନାପେଲ୍ସର ଏକ ବ୍ୟାଙ୍କର ସେଫ୍‌ରେ ଟ୍ରଫି ରଖିଥିଲେ। ୧୯୮୯ରେ ବ୍ୟାଙ୍କ ଲୁଟ ସମୟରେ ଟ୍ରଫି ଚୋରି ହୋଇଥିବା ନେଇ ମଧ୍ୟ ରିପୋର୍ଟ ସାମ୍ନାକୁ ଆସିଥାଏ।
ତେବେ ଆଗୁଟେସ୍‌ ଅକ୍ସନ୍‌ ହାଉସ୍‌ ପକ୍ଷରୁ କରାଯାଇଥିବା ଦାବି ଅନୁସାରେ ଟ୍ରଫିର ପୂର୍ବତନ ମାଲିକଙ୍କ ପାଖରେ ଏହା ଚୋରି ହୋଇଥିବାର କୌଣସି ସୂଚନା ନ ଥିଲା। ତେଣୁ ଏହି ଟ୍ରଫି ବିକ୍ରି ହେଲେ ଏଥିରୁ କୋଟି କୋଟି ଟଙ୍କାର ଲାଭ ମିଳିବ ବୋଲି ଆଗୁଟେସ୍‌ ଅକ୍ସନ୍‌ ହାଉସ୍‌ କହିଛି। ଜୁନ୍‌ ୬ ତାରିଖରେ ଏହି ନିଲାମି ରହିଥିବା ବେଳେ ଆଗ୍ରହୀ ବିଡରଙ୍କ ପାଇଁ ୧ ଲକ୍ଷ ୫୦ ହଜାର ଡଲାରର ଏଣ୍ଟ୍ରି ଫି ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

Shukra Gochar: ୪ ରାଶିଙ୍କ ଅଯଥା ହେବ ଧନ ହାନୀ! ହଠାତ୍ ଚାକିରିରୁ ହେବେ ବିଦା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି, ଶୁକ୍ର ଗ୍ରହ ଉତ୍ତରାଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସକାଳ ୪:୫୬ ସମୟରେ ହୋଇଥିବା ଶୁକ୍ରଙ୍କ ଏହି ଗୋଚର ଶୁଭ, କିନ୍ତୁ ଏପରି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଟେନସା,୩୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ୍ ଅନ୍ତର୍ଗତ କାଦୋଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଦ୍ବିପହର ୨ଟା ସମୟରେ ପାଇଖାନା…

‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ…

ତେଲ-ଉତେଇ ନଦୀରେ ବନ୍ୟା:ଲୋକଙ୍କୁ ନଦୀକୁ ଯିବାକୁ ବାରଣ

କର୍ଲାମୁଣ୍ଡା,୩୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

‘CJPରେ ଯୋଗଦିଅ,୫୦ ହଜାର ମାସକୁ ପାଅ’! ସିନିୟର ମେମ୍ବର ହେବାକୁ…

ନୂଆଦିଲ୍ଲୀ,୩୦।୭: ‘କକ୍ରୋଚ୍ ଜନତା ପାର୍ଟି’ (CJP) ନାମରେ ସୋସିଆଲ ମିଡିଆରେ ଚାଲିଥିବା ଏକ କଥିତ ନକଲି ଅଭିଯାନ ସାମ୍ନାକୁ ଆସିଛି । ଯାହା ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri